ହନିମୁନ ଯାଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ମଧୁମୟ ହେବ ଜୀବନ

ନୂଆଦିଲ୍ଲୀ: ଅନେକ ସମୟରେ ଦେଖାଯାଏ ବିବାହ ପରେ ପ୍ରାୟତଃ ନବ ଦମ୍ପତ୍ତି ହନିମୁନ ପାଇଁ ବାହାର ସ୍ଥାନକୁ ଯାଆନ୍ତି। ନୂଆ ନୂଆ ବାହାଘର ସାଙ୍ଗକୁ ଜଣେ ଜଣକ ପାଇଁ ଅଚିହ୍ନା। ସେତେବେଳେ ଉଭୟ ପତି, ପତ୍ନୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ନୂଆ ନୂଆ ଭାବନା ଉଦ୍ରେକ ହୋଇଥାଏ। ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣି ନଥିବାରୁ କିପରି ସାଥି ହୋଇ ଅଜଣା ରାଇଜକୁ ହନିମୁନ୍‌ ପାଇଁ ଯିବେ ସେ ନେଇ ଅନେକ ପ୍ରଶ୍ନ ଉଙ୍କିମାରିଥାଏ ଉଭୟଙ୍କ ମନରେ। […]

1

1

Rakesh Mallick
  • Published: Friday, 23 March 2018
  • Updated: 23 March 2018, 09:25 PM IST

ନୂଆଦିଲ୍ଲୀ: ଅନେକ ସମୟରେ ଦେଖାଯାଏ ବିବାହ ପରେ ପ୍ରାୟତଃ ନବ ଦମ୍ପତ୍ତି ହନିମୁନ ପାଇଁ ବାହାର ସ୍ଥାନକୁ ଯାଆନ୍ତି। ନୂଆ ନୂଆ ବାହାଘର ସାଙ୍ଗକୁ ଜଣେ ଜଣକ ପାଇଁ ଅଚିହ୍ନା। ସେତେବେଳେ ଉଭୟ ପତି, ପତ୍ନୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ନୂଆ ନୂଆ ଭାବନା ଉଦ୍ରେକ ହୋଇଥାଏ। ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣି ନଥିବାରୁ କିପରି ସାଥି ହୋଇ ଅଜଣା ରାଇଜକୁ ହନିମୁନ୍‌ ପାଇଁ ଯିବେ ସେ ନେଇ ଅନେକ ପ୍ରଶ୍ନ ଉଙ୍କିମାରିଥାଏ ଉଭୟଙ୍କ ମନରେ। ବେଳେ ବେଳେ ଭାରି ଖାପ୍‌ଛଡ଼ା ପରିସ୍ଥିତି ବି ସୃଷ୍ଟି ହୋଇଥାଏ। ତେଣୁ ଜୀନବ ସାଥୀଙ୍କର ମନକୁ ପରଖି ହନିମୁନ୍‌ ପାଇଁ ଯିବା ଦରକାର। ତେବେ ହନିମୁନ ଟୁର୍‌ରେ କେଉଁ ଦିଗପ୍ରତି ଧ୍ୟାନ ଦେବେ ଜାଣନ୍ତୁ।

ସର୍ବପ୍ରଥମେ ହିନୁମୁନ ପାଇଁ ଯେଉଁ ସ୍ଥାନକୁ ଯିବା ପାଇଁ ସ୍ଥିର କରିଛନ୍ତି, ସେହି ସ୍ଥାନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରନ୍ତୁ। ଫଳରେ ସେଠାରେ ପହଞ୍ଚିବା ପରେ ଆପଣଙ୍କ ପତ୍ନୀଙ୍କର କୌଣସି ସମସ୍ୟା ହେବ ନାହିଁ।

ହୋଟଲ୍‌ ହେଉ କିମ୍ବା ସ୍ୱତନ୍ତ୍ର ଘର ଯେଉଁ ସ୍ଥାନରେ ରହିବେ ସେଠାରେ ସବୁକିଛି ଜାଣିବା ନିହାତି ଆବଶ୍ୟକ। ଯେହେତୁ ସ୍ଥାନଟି ଉଭୟଙ୍କ ପାଇଁ ନୂଆ ତେଣୁ ପତ୍ନୀଙ୍କର ପୂରା ଧ୍ୟାନ ରଖନ୍ତୁ। ତାଙ୍କୁ ରୁମ କିମ୍ବା ହୋଟେଲ୍‌ରେ ଏକା ଛାଡ଼ି ଯାଆନ୍ତୁ ନାହିଁ।

ପତ୍ନୀଙ୍କୁ ପ୍ରେମ ନିବେଦନ କରିବା ପୂର୍ବରୁ ତାଙ୍କର ମନକୁ ପରଖନ୍ତୁ। ସେ କ’ଣ ଚାହୁଁଛନ୍ତି ଜାଣିବାକୁ ଚେଷ୍ଟା କରନ୍ତୁ।

ଏକାଠି ସମୟ ବିତାଉଥିବା ବେଳେ ପତ୍ନୀଙ୍କର ଛୋଟ ଛୋଟ ଇଶାରାକୁ ଧ୍ୟାନ ଦିଅନ୍ତୁ। ଆବଶ୍ୟକଠାରୁ ଅଧିକ ହନିମୁନ୍ ପାଇଁ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ପତ୍ନୀଙ୍କୁ ମଧ୍ୟ ତାଙ୍କ ମନର କଥା କହିବାକୁ ସୁଯୋଗ ଦିଅନ୍ତୁ। ନିଜକୁ ମନକୁ ନିୟନ୍ତ୍ରଣ କରନ୍ତୁ। ଅତ୍ୟଧିକ ଆବେଗରେ ଆସି ନିଜର ପ୍ରଭୁତ୍ୱ ଜାହିର କରନ୍ତୁ ନାହିଁ।

ପ୍ରଥମେ ପତ୍ନୀଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରନ୍ତୁ। ପରେ ଉଭୟଙ୍କ ସହମତିରେ କଥା ଆଗକୁ ବଢ଼ିପାରେ। ପତ୍ନୀ ରାଗିଥିଲେ ତାଙ୍କୁ ବୁଝାନ୍ତୁ, ନତୁବା ଅଶାନ୍ତି ବଢିପାରେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos