୨ ଜୁନ, ଶନିବାର: ଜାଣନ୍ତୁ କେଉଁମାନେ ବାହାରକୁ ନଯିବା ଭଲ

ମେଷ: ଆଜିର ଦିନଟି ଭଲରେ କଟିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ବୃଷ: ବାଦ-ବିବାଦରରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ମିଥୁନ: ଆଜି ଆପଣଙ୍କ ଦିନ ବହୁତ ଭଲରେ କଟିବ। ନୂଆ ଚାକିରି ମିଳିବାର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ। ବନ୍ଧୁ, ପରିଜନଙ୍କ ପାଖରୁ ଉପହାର ମିଳିପାରେ। କର୍କଟ: ପାରିବାରିକ ଜୀବନ ଉପରେ ଧ୍ୟାନ ଦିଅନ୍ତୁ। ହଠାତ୍‌ ଧନପ୍ରାପ୍ତିର ଯୋଗ […]

rasiphala

rasiphala

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 07:22 AM IST

Sports

Latest News

ମେଷ: ଆଜିର ଦିନଟି ଭଲରେ କଟିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ।

ବୃଷ: ବାଦ-ବିବାଦରରୁ ଦୂରେଇ ରୁହନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିରେ ପରିବର୍ତ୍ତନ କରିପାରନ୍ତି।

ମିଥୁନ: ଆଜି ଆପଣଙ୍କ ଦିନ ବହୁତ ଭଲରେ କଟିବ। ନୂଆ ଚାକିରି ମିଳିବାର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ। ବନ୍ଧୁ, ପରିଜନଙ୍କ ପାଖରୁ ଉପହାର ମିଳିପାରେ।

କର୍କଟ: ପାରିବାରିକ ଜୀବନ ଉପରେ ଧ୍ୟାନ ଦିଅନ୍ତୁ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ଶନି ଦେବଙ୍କ ପୂଜା କରନ୍ତୁ, ବିଘ୍ନ ଟଳିଯିବ।

ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ଉପହାର ଓ ସମ୍ମାନ ପ୍ରାପ୍ତି ହେବ। ଘରକୁ ବନ୍ଧୁ ଆସିପାରନ୍ତି। ଅଟକି ରହିଥିବା କାମ ପୂରଣ ହୋଇଯିବ।

ତୁଳା: ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରଯାତ୍ରା କରିପାରନ୍ତି। ସନ୍ତାନପ୍ରାପ୍ତିର ଯୋଗ ରହିଛି।

ବିଚ୍ଛା: ଆଜିର ଦିନରେ ଆପଣଙ୍କୁ ମିଶ୍ର ଫଳ ମିଳିବ। ବୈବାହିକ ସମ୍ପର୍କରେ ବାଧା ଆସିପାରେ। ଅଟକି ରହିଥିବା ଧନପ୍ରାପ୍ତିର ଯୋଗ ରହିଛି। କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ଧନୁ: ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଖାଇବା, ପିଇବା ଉପରେ ଧ୍ୟାନ ଦିଅନ୍ତୁ। କୌଣସି ସ୍ଥାନକୁ ଯିବାକୁ ଥିଲେ, ଯୋଜନାରେ ପରିବର୍ତ୍ତନ କରନ୍ତୁ।

ମକର: ଜମିଜମା ସମସ୍ୟା ଦୂର ହେବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଧନପ୍ରାପ୍ତି ହୋଇପାରେ।

କୁମ୍ଭ:  ମାନ-ସମ୍ମାନ ବୃଦ୍ଧି ପାଇବ। ଧନହାନିର ଯୋଗ ରହିଛି, ଖର୍ଚ୍ଚ ବେଳେ ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ସ୍ଥାନକୁ ଯିବାକୁ ଯୋଜନା କରିଥିଲେ ସଫଳ ହେବ।

ମୀନ: ଆଜିର ଦିନଟି ମିଶ୍ର ଫଳ ଦେବ। ଗାଡ଼ି ଦୁର୍ଘଟଣାର ଯୋଗ ରହିଛି। ଦେଖିଚାହିଁ ଗାଡ଼ି ଚଳାନ୍ତୁ। ଜୀବନସାଥୀଙ୍କ ସହଯୋଗ ପାଇବେ। ପିଲାମାନଙ୍କୁ ନେଇ ସମସ୍ୟାରେ ପଡ଼ିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos