୧୮ ମେ’ ଶୁକ୍ରବାର, ଜାଣନ୍ତୁ ଆଜି କେଉଁ ରାଶିର ବ୍ୟକ୍ତି ସ୍ତ୍ରୀ କଥା ମାନି ଚଳିବେ

ମେଷ:ଆୟ ଆଶାନୁରୂପ ହେବ। ବନ୍ଧୁ କିମ୍ବା ସରକାରୀ ସହାୟତା ପାଇ ଖୁସି ହୋଇପାରନ୍ତି। ଚିନ୍ତାଧାରା ସୃଜନଶୀଳ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ସୁଖୀ ହେବେ। ବୃଷ: ସେବାମୂଳକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ସୁଫଳ ମିଳିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ମିଥୁନ: ପରିସ୍ଥିତିକୁ ଚାହିଁ କାର୍ଯ୍ୟ କରିବାକୁ ପଡ଼ିବ। ଦୂରଯାତ୍ରାରୁ ସଫଳତା ମିଳିବ। ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶରୀର […]

Rasiphala-image-2-840x440-1-1-768x402-2-1-840x440-1-768x402-1-2-840x440-1-768x402-1

Rasiphala-image-2-840x440-1-1-768x402-2-1-840x440-1-768x402-1-2-840x440-1-768x402-1

Rakesh Mallick
  • Published: Friday, 18 May 2018
  • Updated: 18 May 2018, 02:38 AM IST

Sports

Latest News

ମେଷ:ଆୟ ଆଶାନୁରୂପ ହେବ। ବନ୍ଧୁ କିମ୍ବା ସରକାରୀ ସହାୟତା ପାଇ ଖୁସି ହୋଇପାରନ୍ତି। ଚିନ୍ତାଧାରା ସୃଜନଶୀଳ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ସୁଖୀ ହେବେ।

ବୃଷ: ସେବାମୂଳକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ସୁଫଳ ମିଳିବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।

ମିଥୁନ: ପରିସ୍ଥିତିକୁ ଚାହିଁ କାର୍ଯ୍ୟ କରିବାକୁ ପଡ଼ିବ। ଦୂରଯାତ୍ରାରୁ ସଫଳତା ମିଳିବ। ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ଚାକିରିରେ ସୁନାମ ମିଳିବ।

କର୍କଟ: ଯାହା କିଛି କରିବାକୁ ଇଚ୍ଛା କରିବେ ମନସ୍କାମନା ପୂରଣ ହେବ। କର୍ମ ଚଞ୍ଚଳ ରହିବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ।

ସିଂହ: ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ କଥାରେ ଚାଲିବେ।

କନ୍ୟା: ଧର୍ମକାର୍ଯ୍ୟରେ ମନୋନିବେଶ କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍‍ କିଛି ଧନ ମିଳିପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଶିକ୍ଷିତା ଓ ପ୍ରତିବ୍ରତା ପତ୍ନୀଙ୍କ ସହଯୋଗ ପାଇ ଖୁସି ହେବେ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଶତ୍ରୁ ଦମନ କରିପାରନ୍ତି।

ବିଛା: ଆର୍ଥିକ ଅବସ୍ଥାର ପରିବର୍ତ୍ତନ ଘଟାଇ ପାରନ୍ତି। ଆଶାବାଦୀ ହେବେ। ଭାଗ୍ୟର ପରିବର୍ତ୍ତନ ଘଟିପାରେ। ଯେ କୌଣସି ଦିଗରୁ ଧନାଗମର ସୂଚନା ମିଳୁଛି। ମଧୁରଭାଷୀ ଓ ସହନଶୀଳ ହେବେ।

ଧନୁ: ହାତରୁ ଖସି ଯାଇଥିବା କାର୍ଯ୍ୟ ପୁଣି ହାତକୁ ଆସିପାରେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମନ ଭୁଲା ମଧୁର କଥାରେ କାର୍ଯ୍ୟ ହାସଲ କରିବେ। ବିବାଦରେ ବିଜୟୀ ହେବେ।

ମକର: ଧର୍ମ ବିଶ୍ୱାସ ବୃଦ୍ଧି ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉଦାର ସ୍ୱଭାବର ହୋଇପାରନ୍ତି। ସ୍ୱେଚ୍ଛାକୃତ ଦାନ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିରୁ ଆୟ ଆସିବ।

କୁମ୍ଭ: ଆୟ ଯଥେଷ୍ଟ ପରିମାଣର ହେବ। ସୁଯୋଗର ସଦ୍‍ବ୍ୟବହାର କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅଧିକ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।

ମୀନ: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିାବକୁ ପଡ଼ିବ। ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଏକାନ୍ତ ପ୍ରିୟ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos