ନେଲ୍‌ ପଲିସ୍‌ ଲଗାଇବା ବେଳେ ଏହା ଉପରେ ଧ୍ୟାନ ଦିଅନ୍ତୁ, ଦୁଇଗୁଣା ବଢ଼ି ଯିବ ସୌନ୍ଦର୍ଯ୍ୟ

ନିଜ ଆଙ୍ଗୁଳିକୁ ଆକର୍ଷଣୀୟ କରିବା ପାଇଁ ଝିଅମାନେ ନଖରେ ନେଲ୍‌ ପଲିସ୍‌ ଲଗାଇଥାନ୍ତି। ଏହା ହାତ ପାପୁଲିର ଶୋଭା ବଢ଼ିବା ସହ ସୁନ୍ଦର ଦେଖାଯାଇଥାଏ। ନେଲ୍‌ ପଲିସ୍‌ ଲଗାଇବା ବେଳେ କିଛିଟା କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଯଦି ଆପଣଙ୍କ ରଙ୍ଗ ଓ ଆଙ୍ଗୁଠିର ଗଠନ ଅନୁସାରେ ନେଲ୍‌ ପଲିସ୍‌ ଲଗାଇ ନଥିବେ ଏହା ସୁନ୍ଦର ଦିଶିବା ବଦଳରେ ଆପଣଙ୍କୁ ଲୋକହସା କରାଇପାରେ। ତେଣୁ ନେଲ୍‌ ପଲିସ୍‌ ଲଗାଇବା ନେଇ ଆମେ ଏମିତି କିଛି […]

nel

nel

Rakesh Mallick
  • Published: Wednesday, 18 April 2018
  • Updated: 18 April 2018, 09:37 AM IST

Sports

Latest News

ନିଜ ଆଙ୍ଗୁଳିକୁ ଆକର୍ଷଣୀୟ କରିବା ପାଇଁ ଝିଅମାନେ ନଖରେ ନେଲ୍‌ ପଲିସ୍‌ ଲଗାଇଥାନ୍ତି। ଏହା ହାତ ପାପୁଲିର ଶୋଭା ବଢ଼ିବା ସହ ସୁନ୍ଦର ଦେଖାଯାଇଥାଏ। ନେଲ୍‌ ପଲିସ୍‌ ଲଗାଇବା ବେଳେ କିଛିଟା କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଯଦି ଆପଣଙ୍କ ରଙ୍ଗ ଓ ଆଙ୍ଗୁଠିର ଗଠନ ଅନୁସାରେ ନେଲ୍‌ ପଲିସ୍‌ ଲଗାଇ ନଥିବେ ଏହା ସୁନ୍ଦର ଦିଶିବା ବଦଳରେ ଆପଣଙ୍କୁ ଲୋକହସା କରାଇପାରେ। ତେଣୁ ନେଲ୍‌ ପଲିସ୍‌ ଲଗାଇବା ନେଇ ଆମେ ଏମିତି କିଛି ଟିପ୍ସ ଦେଉଛୁ, ଯାହା ଆପଣଙ୍କୁ ଆକର୍ଷଣୀୟ ବନାଇ ପାରିବ।

1

୧. ନେଲ୍‌ ପଲିସ୍‌ ଲଗେଇବା ପୂର୍ବରୁ ପ୍ରଥମେ ଧ୍ୟାନ ଦିଅନ୍ତୁ ଯେମିତି ଆପଣଙ୍କ ହାତ ସଫା ଓ ଶୁଖିଲା ଥିବ। ଯଦି ଆପଣ ଓଦା ନଖରେ ନେଲ୍‌ ପଲିସ୍‌ ଲଗେଇବେ ତେବେ ତାହା ଠିକ୍‌ରେ ଲାଗିବ ନାହିଁ।

nel

୨. ନଖକୁ ପ୍ରଥମେ ଭଲ ସେପ୍‌ ଦିଅନ୍ତୁ। ତା’ପରେ ନେଲ୍‌ ପେଣ୍ଟର ଟ୍ରାନ୍ସପରେଣ୍ଟ କୋଟ୍‌ ଲଗାନ୍ତୁ। ଟ୍ରାନ୍ସପରେଣ୍ଟକୁ ବ୍ରସ୍‌ ଦ୍ୱାରା ନଖ ମଧ୍ୟରେ ଲଗାନ୍ତୁ।

nel

୩. ଟ୍ରାନ୍ସପରେଣ୍ଟ ନେଲ୍‌ ପେଣ୍ଟ ବେସ୍‌ କୋଟ ଭଲ ଭାବେ ଶୁଖିଲା ପରେ ନିଜ ପସନ୍ଦର କୌଣସି ବି ନେଲ୍‌ ପଲିସ୍‌ ଲଗେଇ ପାରିବେ।

nel

୪. ସବୁବେଳେ ଭଲ ନେଲ୍‌ ପଲିସ୍‌ ଲଗାନ୍ତୁ। ଯଦି ଆପଣଙ୍କ ନେଲ୍‌ ପଲିସ୍‌ ଭଲ ନାହିଁ, ତେବେ ନେଲ୍‌ ପଲିସ୍‌ ଲଗେଇବା ପରେ ନିଜ ଆଙ୍କୁଳିକୁ ଥଣ୍ଡା ପାଣିରେ ବୁଡ଼ାଇ ରଖିନ୍ତୁ। ଏହାଦ୍ୱାରା ନଖରେ ନେଲ୍‌ ପଲିସ୍‌ ଖୁବୁ ଭଲ ଭାବେ ସେଟ୍‌ ହୋଇଯାଇଥାଏ।

nel

୫. ଯଦି ନେଲ୍‌ ପଲିସ୍‌ ଲଗେଇବା ସମୟରେ ବାହାରେ ଲାଗିଯାଏ ତେବେ ତାକୁ ଧ୍ୟାନର ସହ ରିମୁଭର ସାହାଯ୍ୟରେ ପୋଛି ଦିଅନ୍ତୁ। ଫଳରେ ନଖରେ ଲଗେଇଥିବା ନେଲ୍‌ ପଲିସ୍‌ ସଫା ଓ ସ୍ପଷ୍ଟ ଦେଖାଯିବ।

nel

୬. ନଖରେ ନେଲ ପଲିସ୍‌ ଲଗେଇବା ପରେ ଥଣ୍ଡା ପାଣିରେ ବୁଡ଼ାଇ ରଖିବେ। ଏହାଦ୍ୱାରା ନେଲ୍‌ ପଲିସ୍‌ ଭଲ ଭାବେ ସେଟ୍‌ ହୋଇଯାଇଥାଏ ଓ ସ୍ପଷ୍ଟ ଦେଖାଯାଇଥାଏ। ଧ୍ୟାନ ଦେବେ ନେଲ୍‌ ପଲିସ୍‌ ଶୁଖିବା ପରେ ହିଁ କୌଣସି କାମ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos