ଅଫିସରେ କାମ କଲାବେଳେ ନିଦ ଆସୁଛି କି? ଜାଣନ୍ତୁ କ’ଣ କରିବେ

ଅଫିସରେ ନିଦ ଆସିବା ଏକ ସାଧାରଣ ସମସ୍ୟା। ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଅଫିସରେ ବସିଲେ ନିଦ ଲାଗିଥାଏ। କିଛି ଉପାୟ ନଥିବାରୁ ସେମାନଙ୍କୁ ସେଇ ନିଦ ଲାଗୁଥିବା ଅବସ୍ଥାରେ କାମ କରିବାକୁ ପଡ଼େ। ହେଲେ ଆପଣ ଭାବୁଥିବେ ଏମିତି ନିଦ କ’ଣ ପାଇଁ ଆସେ? କ’ଣ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ? ତେବେ ଆସନ୍ତୁ ଆଜି ଜାଣିବା ଅଫିସରେ ନିଦ ଆସିବାର କାରଣ ଓ ନିବାରଣ ସମ୍ପର୍କରେ। କାହିଁକି ଆସେ ନିଦ? ଶରୀରରେ ଏକ […]

Lack of sleep can lead to a sense of drunkenness, affecting productivity and health.

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 03:29 PM IST

ଅଫିସରେ ନିଦ ଆସିବା ଏକ ସାଧାରଣ ସମସ୍ୟା। ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଅଫିସରେ ବସିଲେ ନିଦ ଲାଗିଥାଏ। କିଛି ଉପାୟ ନଥିବାରୁ ସେମାନଙ୍କୁ ସେଇ ନିଦ ଲାଗୁଥିବା ଅବସ୍ଥାରେ କାମ କରିବାକୁ ପଡ଼େ। ହେଲେ ଆପଣ ଭାବୁଥିବେ ଏମିତି ନିଦ କ’ଣ ପାଇଁ ଆସେ? କ’ଣ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ? ତେବେ ଆସନ୍ତୁ ଆଜି ଜାଣିବା ଅଫିସରେ ନିଦ ଆସିବାର କାରଣ ଓ ନିବାରଣ ସମ୍ପର୍କରେ।

କାହିଁକି ଆସେ ନିଦ?

ଶରୀରରେ ଏକ ଘଣ୍ଟା ଅଛି ଯାହା ଦିନ ଓ ରାତିର ଫରକ ବୁଝିପାରେ। ଯେଉଁମାନେ ରାତିରେ ନ ଶୋଇ ଚାହିଁ ରୁହନ୍ତି, ସେମାନଙ୍କ ଶରୀର ଦ୍ୱନ୍ଦ୍ୱରେ ପଡ଼ିଯାଏ। ତେଣୁ ଶରୀରର ଏହି ଘଣ୍ଟା ଦିନକୁ ଶୋଇବା ସମୟ ଭାବିନିଏ ଓ ଆପଣଙ୍କୁ ନିଦ ଆସୁଥିବା ନେଇ ବାରମ୍ବାର ସଂକେତ ଦିଏ। କିନ୍ତୁ କେବଳ ଯେ ଏହା ରାତି ଅନିଦ୍ରା ହେଲେ ହୁଏ, ତାହା ଭାବିବା ଭୁଲ୍। ସବୁବେଳେ ଯଦି ଆପଣଙ୍କୁ ଏଭଳି ନିଦ ଆସୁଛି, ତେବେ ଭବିଷ୍ୟତରେ ଆପଣ ଗମ୍ଭୀର ସମସ୍ୟା ଭୋଗିପାରନ୍ତି। ଏଣୁ ଡାକ୍ତରଙ୍କ ପରାମର୍ଶ ନେଲେ ଭଲ।

ଏହି ସମସ୍ୟାର ନିବାରଣ:

୧- ରାତିରେ ମୋବାଇଲ ଓ ଲାପଟପ୍‌ରୁ ଦୂରରେ ରୁହନ୍ତୁ- ବିଳମ୍ବ ରାତି ପର୍ଯ୍ୟନ୍ତ ମୋବାଇଲ ଓ ଲାପ୍‌ଟପ୍‌ ଧରି ବସିବା ଅଭ୍ୟାସ ଅନେକ କ୍ଷତି କରିଥାଏ। ଏହା ଆପଣଙ୍କ ମସ୍ତିଷ୍କକୁ ଆରାମ କରିବାକୁ ଦିଏ ନାହିଁ ଓ ଆପଣଙ୍କ ଶରୀରକୁ ମାନ୍ଦା ବା ଇନ୍‌ଆକ୍ଟିଭ୍ କରିଦିଏ।

୨- ଶୋଇବା ପୂର୍ବରୁ ବ୍ୟାୟାମ କରନ୍ତୁ ନାହିଁ- ଶୋଇବା ପୂର୍ବରୁ କୌଣସି ପ୍ରକାରର କଠିନ ବ୍ୟାୟାମ କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଶରୀର ଆବଶ୍ୟକତାଠାରୁ ଅଧିକ ଥକିଯାଏ ଓ ଦେହହାତ ଘୋଳାବିନ୍ଧା ହୋଇଥାଏ। ଫଳରେ ନିଦ ଆସେନାହିଁ।

୩-  ଶୋଇବା ଘରର ଲାଇଟ୍ ହାଲକା ରଖନ୍ତୁ-  କମ୍‌ ଆଲୁଅରେ ଭଲ ନିଦ ଆସିଥାଏ। ଆଲୁଅ କମ୍‌ ଥିଲେ ସ୍ଲିପ୍‌ ହରମୋନ୍ ମେଲାଟିନ୍‌ ବାହାରେ ଓ ଏହା ଫଳରେ ଆପଣ ଗଭୀର ନିଦରେ ଶୋଇ ଯାଆନ୍ତି।

୪- ଶୋଇବା ଓ ଉଠିବାର ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ- ପୂର୍ବରୁ କହିଥିଲୁ ଯେ ଶରୀରରେ ଏକ ଘଣ୍ଟା ଅଛି। ଏହି ଘଣ୍ଟାକୁ ଆପଣଙ୍କର ଶୋଇବା ଓ ଉଠିବା ସମୟ ମନେ ରଖିବାକୁ ଦିଅନ୍ତୁ। ପ୍ରତ୍ୟେକ ଦିନ ଶୋଇବା ଓ ଉଠିବାର ଏକ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ। ଫଳରେ ଭଲ ନିଦ ହେବା ସହ ଦିନ ତମାମ ସତେଜ ଅନୁଭବ କରିବେ। ଆଉ ଆପଣଙ୍କୁ ଦିନରେ ନିଦ ଆସିବ ନାହିଁ।

୫- ଶୋଇବା ପୂର୍ବରୁ ଏକ ଭଲ ଅଭ୍ୟାସ ରଖନ୍ତୁ- କିଛି ଲୋକଙ୍କ ଶୋଇବା ପୂର୍ବରୁ ଗାଧୋଇବାର ଅଭ୍ୟାସ ରହିଛି। କାରଣ ସେମାନଙ୍କୁ ଗାଧୋଇବା ଦ୍ୱାରା ଭଲ ନିଦ ହୋଇଥାଏ। ସେହିପରି କିଛି ଲୋକଙ୍କୁ ଶୋଇବା ପୂର୍ବରୁ ବହି ପଢ଼ିଲେ ଭଲ ନିଦ ଆସେ। କିଛି ଲୋକଙ୍କୁ ମଧୂର ସଂଗୀତ ଶୁଣିଲେ ନିଦ ଆସେ। ଆପଣ ମଧ୍ୟ ଏପରି କିଛି ଏକ ଅଭ୍ୟାସ ରଖନ୍ତୁ। ଫଳରେ ରାତିରେ ଭଲ ନିଦ ହେବା ସହ ଦିନରେ ଆଉ ନିଦ ଲାଗିବ ନାହିଁ।

୬-  ଶୋଇବା ଭଲି ଖାଇବାର ମଧ୍ୟ ନିର୍ଦ୍ଦିଷ୍ଟ ସମୟ ରଖନ୍ତୁ-  ଠିକ୍‌ ସମୟରେ ଖାଦ୍ୟ ନ ଖାଇଲେ ମଧ୍ୟ ନିଦ ଆସିନଥାଏ। ଏହା ବ୍ୟତୀତ ରାତିର ଭୋଜନ ପରେ ତୁରନ୍ତ ଶୋଇପଡ଼ନ୍ତୁ ନାହିଁ। କିଛି ସମୟ ଚଲାବୁଲା କରିବା ପରେ ଶୁଅନ୍ତୁ। ରାତିରେ ଯେତେ ହାଲକା ଖାଦ୍ୟ ଖାଇବେ ସେତେ ଭଲ। ଫଳରେ ହଜମ କ୍ରିୟ ଠିକ୍‌ ରହିବ ଓ ପେଟକୁ ଆରାମ ମିଳିବ। ଫଲରେ ଭଲ ନିଦ ହେବ।

୭- ଦିନରେ ଅଧିକ ତେଲ ମସଲା କି ମିଠା ଜିନିଷ ଖାଆନ୍ତୁ ନାହିଁ- ଅଫିସ୍‌ରେ ଲଞ୍ଚ ସମୟରେ ସାଧାରଣତଃ ଆମେ ଅଧିକ ଲୁଣ, ମିଠା ଓ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଯେମିତିକି ପନିର, ସାମୁଦ୍ରିକ ଖାଦ୍ୟ ଖାଇଥାନ୍ତି। ଏହି ଖାଦ୍ୟକୁ ଅନ୍ୟ ଭାଷାରେ ‘ସ୍ଲିପର୍ସ’ କୁହାଯାଇଥାଏ। ଏପରି ଖାଦ୍ୟ ଖାଇବା ଦ୍ୱାରା ଶିରାପ୍ରଶିରାରେ ରକ୍ତ ଚାଳନ କମି ଯାଇଥାଏ। ଯାହା ଫଳରେ ଆମକୁ ପ୍ରବଳ ନିଦ ଆସିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story