ନାକରୁ ରକ୍ତ ବାହାରୁଛି କି? ଜାଣନ୍ତୁ କ’ଣ କରିବେ

ଅତ୍ୟଧିକ ଗରମ ହେଲେ କିଛି ଲୋକଙ୍କ ନାକରୁ ରକ୍ତ ବାହାରେ। ଏହି ସମସ୍ୟା ପ୍ରାୟ ଖରାଦିନରେ ଦେଖାଯାଏ। କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଗରମ ଖାଦ୍ୟ ଖାଇଲେ ତାଙ୍କ ନାକରୁ ରକ୍ତ ବାହାରିଥାଏ। ବାରମ୍ବାର ନାକରୁ ରକ୍ତ ବାହାରିବା ଭଲ ନୁହଁ। ନାକ ଶିରା ଫାଟିଗଲେ ଏଭଳି ହୋଇଥାଏ। ଅତ୍ୟଧିକ ରାଗ, ତେଲ, ମସଲା ଯୁକ୍ତ ଖାଦ୍ୟ ଖାଇଲେ, ଅତ୍ୟଧିକ ଥଣ୍ଡା ହେଲେ ଓ ନାକ ପିଟି ହୋଇଗଲେ ନାକ ଶିରା ଫାଟିଯାଏ ଫଳରେ ନାକରୁ […]

nose

nose

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 04:39 PM IST

ଅତ୍ୟଧିକ ଗରମ ହେଲେ କିଛି ଲୋକଙ୍କ ନାକରୁ ରକ୍ତ ବାହାରେ। ଏହି ସମସ୍ୟା ପ୍ରାୟ ଖରାଦିନରେ ଦେଖାଯାଏ। କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଗରମ ଖାଦ୍ୟ ଖାଇଲେ ତାଙ୍କ ନାକରୁ ରକ୍ତ ବାହାରିଥାଏ। ବାରମ୍ବାର ନାକରୁ ରକ୍ତ ବାହାରିବା ଭଲ ନୁହଁ। ନାକ ଶିରା ଫାଟିଗଲେ ଏଭଳି ହୋଇଥାଏ। ଅତ୍ୟଧିକ ରାଗ, ତେଲ, ମସଲା ଯୁକ୍ତ ଖାଦ୍ୟ ଖାଇଲେ, ଅତ୍ୟଧିକ ଥଣ୍ଡା ହେଲେ ଓ ନାକ ପିଟି ହୋଇଗଲେ ନାକ ଶିରା ଫାଟିଯାଏ ଫଳରେ ନାକରୁ ରକ୍ତ ବାହାରିଥାଏ। ତେବେ ଆଜି ଆମେ ଆପଣଙ୍କୁ ବତାଇବୁ ନାକରୁ ରକ୍ତ ବାହାରୁଥିଲେ ଘରୋଇ ଉପାୟରେ କେମିତି ଭଲ କରିହେବ।

୧) ଅଧିକ ଖରାରେ ବୁଲିବା ଦ୍ୱାରା ନାକରୁ ରକ୍ତ ବାହାରେ। ମୁଣ୍ଡରେ ଥଣ୍ଡା ପାଣି ଢାଳନ୍ତୁ ନାକରୁ ରକ୍ତ ବାହାରିବା କମିଯିବ।

୨) ଏହି ସମୟରେ ନାକ ବଦଳରେ ମୁହଁରେ ନିଶ୍ୱାସ ପ୍ରଶ୍ୱାସ ନିଅନ୍ତୁ।

୩) ପିଆଜକୁ କାଟି ନାକ ପାଖରେ ସୁଙ୍ଘନ୍ତୁ। ନାକରୁ ରକ୍ତ ବାହାରିବା କମିଯିବ।

୪)  ବେଲ ପତ୍ର ରସକୁ ପାଣିରେ ମିଶାଇ ପିଇଲେ ଲାଭ ମିଳିବ।

୫) ବେଲ ପତ୍ରକୁ ପାଣିରେ ସିଝାଇ ସେଥିରେ ମିଶ୍ରି ପକାଇ ପିଇଲେ ନାକରୁ ରକ୍ତ ବାହାରିବା ବନ୍ଦ ହୋଇଯାଏ।

୬) ନାକରୁ ରକ୍ତ ବାହାରିଲେ ଏକ ସଫା କପଡ଼ାରେ ବରଫ ଗୋଡେଇ ନାକ ଉପରେ ରଖନ୍ତୁ। ରକ୍ତସ୍ରାବ ବନ୍ଦ ହୋଇଯିବ।

୭) ପାଖାପାଖି ୧୫-୨୦ ଗ୍ରାମ ଗୁଲକନ୍ଦକୁ କ୍ଷୀରରେ ମିଶାଇ ଦିନରେ ଦୁଇଥର ଲେଖାଏଁ ପିଇଲେ ଏହି ସମସ୍ୟା  ସମ୍ପୁର୍ଣ୍ଣ ରୂପେ ଭଲ ହୋଇଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos