ଏମିତି କରନ୍ତୁ, ଫେସ୍‌ବୁକ୍‌ରେ ଆଉ ଆସିବନି ଅଯଥା ବିଜ୍ଞାପନ ନୋଟିଫିକେସନ୍‌

  କିଛି ସର୍ଚ୍ଚ କଲାବେଳେ ଆପଣଙ୍କ ଫେସ୍‌ବୁକ୍‌ ୱାଲ୍‌ରେ ସେହି ସମ୍ବନ୍ଧୀୟ କିଛି ବିଜ୍ଞାପନ ଆପେଆପେ ଆସିଯାଏ। ଏମିତି ନୋଟିଫିକେସନ୍‌ ବାରମ୍ବାର ଆସିବା ହୁଏତ ଆପଣଙ୍କୁ ବିରକ୍ତ କରୁଥିବ। ଏହି ଅଯାଚିତ ବିଜ୍ଞାପନ ସମ୍ପର୍କିତ ନୋଟିଫିକେସନ୍‌କୁ ଆପଣ ବି ନିୟନ୍ତ୍ରଣ କରିପାରିବେ। ତା ହେଲେ ଆସନ୍ତୁ ଜାଣିବା ଫେସବୁକ୍‌ ୱାଲରେ ଆସୁଥିବା ବିଜ୍ଞାପନକୁ କିପରି ନିୟନ୍ତ୍ରଣ କରିବେ।  ଷ୍ଟେପ୍‌ ୧- ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଲଗ୍‌ଇନ୍‌ କରନ୍ତୁ। ଷ୍ଟେପ ୨- ସେଟିଂସ୍‌କୁ ଯାଇ ଏଠାରେ ସବୁଠୁ ତଳେ […]

fbb

fbb

Rakesh Mallick
  • Published: Friday, 29 June 2018
  • Updated: 29 June 2018, 04:29 PM IST

Sports

Latest News

 

କିଛି ସର୍ଚ୍ଚ କଲାବେଳେ ଆପଣଙ୍କ ଫେସ୍‌ବୁକ୍‌ ୱାଲ୍‌ରେ ସେହି ସମ୍ବନ୍ଧୀୟ କିଛି ବିଜ୍ଞାପନ ଆପେଆପେ ଆସିଯାଏ। ଏମିତି ନୋଟିଫିକେସନ୍‌ ବାରମ୍ବାର ଆସିବା ହୁଏତ ଆପଣଙ୍କୁ ବିରକ୍ତ କରୁଥିବ। ଏହି ଅଯାଚିତ ବିଜ୍ଞାପନ ସମ୍ପର୍କିତ ନୋଟିଫିକେସନ୍‌କୁ ଆପଣ ବି ନିୟନ୍ତ୍ରଣ କରିପାରିବେ। ତା ହେଲେ ଆସନ୍ତୁ ଜାଣିବା ଫେସବୁକ୍‌ ୱାଲରେ ଆସୁଥିବା ବିଜ୍ଞାପନକୁ କିପରି ନିୟନ୍ତ୍ରଣ କରିବେ।

 ଷ୍ଟେପ୍‌ ୧- ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ଲଗ୍‌ଇନ୍‌ କରନ୍ତୁ।

ଷ୍ଟେପ ୨- ସେଟିଂସ୍‌କୁ ଯାଇ ଏଠାରେ ସବୁଠୁ ତଳେ ଥିବା Ads ବିକଳ୍ପ ମିଳିବ। ଏହା ତଳେ Ad Preferences ଉପରେ କ୍ଲିକ୍‌ କରନ୍ତୁ।

ଷ୍ଟେପ୍‌ ୩-  ଏଠାରେ ପ୍ରଥମେ ‘Your Intrests’ ବିକଳ୍ପ ମିଳିବ। ଏଠାରେ ଆପଣ ଦେଖିପାରିବେ କି ଆପଣ କାହାକୁ ଲାଇକ୍ କରିଛନ୍ତି, ଆଉ କେଉଁ ପେଜ୍‌ରେ ରୁଚି ଦେଖାଇଛନ୍ତି। ଆପଣ ଚାହିଁଲେ ଏଠାରୁ ପେଜ୍‌ଗୁଡ଼ିକୁ ରିମୁଭ୍ କରିପାରିବେ। ଏଠାରେ ଆଉ ଏକ ବିକଳ୍ପ ‘Advertisers you’ve intrected with’ ଥିବ। ଏଥିରେ କମର୍ସିଆଲ ଲିଙ୍କ୍‌ ସବୁ ସାମିଲ ଅଛି। ଯାହା ଉପରେ ଆପଣ କେବେ କ୍ଲିକ୍‌ କରିଥିବେ ନଚେତ୍ ରୁଚି ଦେଖାଇଥିବେ। ଆପଣ ଚାହିଁଲେ ଏଗୁଡ଼ିକୁ ମଧ୍ୟ ରିମୁଭ କରିପାରିବେ।

ଷ୍ଟେପ୍‌ ୪- ଏହା ତଳେ ଆପଣଙ୍କୁ ‘Ad Settings’ ବିକଳ୍ପ ମିଳିବ। ଯେଉଁଠି ଆପଣଙ୍କୁ ତିନି ପ୍ରକାରର ବିଜ୍ଞାପନ ଦେଖାଇବାକୁ ଅନୁମତି ମାଗାଯିବ। ପ୍ରଥମ Ads based on data from partners, ଦ୍ୱିତୀୟଟି Ads based on your activity ଓ ତୃତୀୟଟି Ads that include your social action ଆଧାରରେ ଥିବ। ଯଦି ଆପଣ କାହାର ବିଜ୍ଞାପନ ଦେଖିବାକୁ ଚାହୁଁଛନ୍ତି ତେବେ ଅନୁମତି ଦେଇପାରିବେ। ଯଦି ଚାହୁଁନାହାନ୍ତି ତେବେ ସମସ୍ତକୁ ‘Not allowed’ କରି ବନ୍ଦ କରିପାରିବେ।

ଷ୍ଟପ୍‌ ୫- ସବୁଠୁ ଶେଷରେ ‘Hide ad topics’ ବିକଳ୍ପ ମିଳିବ। ଏଥିରେ ଆପଣଙ୍କ ସାମ୍ନାରେ କିଛି ଟପିକ୍ସ ଥିବ। ଏଗୁଡ଼ିକୁ ଆପଣ ଫେସବୁକ୍‌ ଆଡ୍‌ରେ ହାଇଡ୍ କରିପାରିବେ। ଏଠାରେ ଅପସନ୍‌ ଥିବ ଯେ, ଆପଣ ଏହି ଟପିକ୍ସକୁ ୬ ମାସ, ବର୍ଷେ କିମ୍ବା ସବୁଦିନ ପାଇଁ ବନ୍ଦ କରିବାକୁ ଚାହୁଁଛନ୍ତି। ଏଠାରେ ନିଜ ଇଚ୍ଛା ଅନୁଯାୟୀ ବିକଳ୍ପ ବାଛି ଆଡ୍‌କୁ ବନ୍ଦ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos