ଟିନ୍‌ଏଜ୍‌ରେ ପିଲା କରିପାରନ୍ତି ଏହି ଭୁଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିନ୍‌ଏଜ୍‌ ବା ତରୁଣ ବୟସରେ ଜୀବନର ଏମିତି ଏକ ସମୟ, ଯେତେବେଳେ ପିଲାମାନେ ସବୁ କଥାରେ ସ୍ୱାଧୀନତା ଚାହିଁଥାନ୍ତି। ସାଙ୍ଗସାଥୀଙ୍କ ସହ ବୁଲିବା, ମିଛ କହି ଘରୁ ବାହାରକୁ ଯିବା, ନିଶା ସେବନ ପରି ଅଭ୍ୟାସରେ ସହଜରେ ପଡ଼ି ଯାଇଥାନ୍ତି। ଏହି ବୟସରେ ସାମାନ୍ୟତମ ପ୍ରତିବନ୍ଧକକୁ ସହ୍ୟ କରିବାକୁ ସେମାନେ ରାଜି ନଥାନ୍ତି। ସେମାନଙ୍କୁ ଲାଗିଥାଏ, ବାପାମାଆ ସେମାନଙ୍କ ସ୍ୱାଧୀନତା ଉପରେ ଅଯଥା ହସ୍ତକ୍ଷେପ କରୁଛନ୍ତି। ସୁତରାଂ ଏହି ସମୟରେ ମାଆବାପାଙ୍କୁ ବହୁତ […]

teen

teen

Rakesh Mallick
  • Published: Monday, 30 April 2018
  • Updated: 30 April 2018, 08:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିନ୍‌ଏଜ୍‌ ବା ତରୁଣ ବୟସରେ ଜୀବନର ଏମିତି ଏକ ସମୟ, ଯେତେବେଳେ ପିଲାମାନେ ସବୁ କଥାରେ ସ୍ୱାଧୀନତା ଚାହିଁଥାନ୍ତି। ସାଙ୍ଗସାଥୀଙ୍କ ସହ ବୁଲିବା, ମିଛ କହି ଘରୁ ବାହାରକୁ ଯିବା, ନିଶା ସେବନ ପରି ଅଭ୍ୟାସରେ ସହଜରେ ପଡ଼ି ଯାଇଥାନ୍ତି। ଏହି ବୟସରେ ସାମାନ୍ୟତମ ପ୍ରତିବନ୍ଧକକୁ ସହ୍ୟ କରିବାକୁ ସେମାନେ ରାଜି ନଥାନ୍ତି। ସେମାନଙ୍କୁ ଲାଗିଥାଏ, ବାପାମାଆ ସେମାନଙ୍କ ସ୍ୱାଧୀନତା ଉପରେ ଅଯଥା ହସ୍ତକ୍ଷେପ କରୁଛନ୍ତି। ସୁତରାଂ ଏହି ସମୟରେ ମାଆବାପାଙ୍କୁ ବହୁତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ।

ଏହି ସମୟରେ ପିଲାମାନଙ୍କ ପ୍ରତିଦିନର ଚଳଣିକୁ ନେଇ ପ୍ରାୟ ସବୁ ମାଆବାପା ଚିନ୍ତାରେ ରହିଥାନ୍ତି। ନିଜର ଟିନ୍‌ଏଜ୍‌ ସମୟରେ ଆପଣ ଯେଉଁ ଭୁଲ କରିଥାନ୍ତି, ତାକୁ ପିଲାମାନଙ୍କ ସହ କେବେ ବି ସେୟାର କରନ୍ତୁ ନାହିଁ। ଏହା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଥାଏ। କାରଣ ପିଲାମାନେ ଭାବି ନିଅନ୍ତି କି ତାଙ୍କ ବାପା କି ମାଆ ତାଙ୍କ ବୟସରେ ଏପରି କରୁଥିଲେ, ଆମେ କଲେ ଭୁଲ କ’ଣ ରହିଗଲା। ତେଣୁ ଆପଣ କରିଥିବା ଭୁଲ ଯଥା ସମ୍ଭବ ପିଲାମାନଙ୍କଠାରୁ ଲୁଚାଇ ରଖନ୍ତୁ। ଆସନ୍ତୁ ଜାଣିବା ଏମିତି ୫ଟି ଭୁଲ, ଯାହା କେବେ ବି ଆପଣ ନିଜ ଟିନ୍‌ଏଜ୍‌ ପିଲାଙ୍କ ସହ ସେୟାର କରିବା ଅନୁଚିତ।

teen୧. ଟିନ୍‌ଏଜ୍‌ରେ ଆପଣ ବାପାଙ୍କ ବାଇକ୍‌ ଲୁଚାଇ ଚଲାଇଛନ୍ତି ଓ ଛୋଟ ଦୁର୍ଘଟଣା କରି ଏକଥା ଲୁଚାଇଛନ୍ତି। ତେବେ ଏକଥା ପିଲାମାନଙ୍କ ସହ ସେୟାର କରନ୍ତୁ ନାହିଁ। କାରଣ ସେମାନେ ମଧ୍ୟ ଏପରି ପ୍ରୟାସ କରିପାରନ୍ତି।

teen୨. ଏହି ବୟସରେ ପିଲାମାନେ ସ୍କୁଲ ଯିବା ବଦଳରେ ବାହାରେ ବୁଲାବୁଲି କରିବାକୁ ଅଧିକ ପସନ୍ଦ କରିଥାନ୍ତି। ତେଣୁ ବହୁତ ପିଲା ସ୍କୁଲ ନଯିବା ପାଇଁ ରାତିରେ ଆଲାରାମ ବନ୍ଦ କରିଦେଇଥାନ୍ତି। ଆପଣ ମଧ୍ୟ ଏହି ଭୁଲ କରିଥିବେ। ଯଦି ଏପରି କରିଛନ୍ତି, ତେବେ ଆପଣଙ୍କ ପିଲାଙ୍କ ସହ ଏହାକୁ ସେୟାର କରନ୍ତୁ ନାହିଁ।

teen୩. ସାଙ୍ଗ ଘରକୁ ଯାଉଛି ଫେରିବାକୁ ଡେରି ହେବ କହି ଫିଲ୍ମ ଦେଖିବାକୁ ଆପଣ ନିଶ୍ଚିତ ଯାଇଥିବେ। ଏହା ବହୁତ ଖରାପ। ଏପରି କରିବା ଦ୍ୱାରା ପିଲାମାନେ ବାରମ୍ବାର ମିଛ କହିବା ଆରମ୍ଭ କରିଥାନ୍ତି। ଫିଲ୍ମ ନଯାଇ ଅନ୍ୟ ଅସାମାଜିକ କାମରେ ମଧ୍ୟ ପଡ଼ିପାରନ୍ତି। ଏପରି ଅଭ୍ୟାସ ଯଦି ଆପଣଙ୍କ ଥିଲା, ତେବେ ଏହାକୁ ଆପଣଙ୍କ ପିଲାଙ୍କୁ ଜାଣିବାକୁ ସୁଯୋଗ ଦିଅନ୍ତୁ ନାହିଁ। ନହେଲେ, ପିଲାମାନେ ଆପଣଙ୍କ ପରି ଏହାକୁ ଅଭ୍ୟାସରେ ପରିଣତ କରିପାରନ୍ତି।

teen୪. ଏହି ବୟସରେ ବଜାରରୁ କମ ମୂଲ୍ୟର ଦ୍ରବ୍ୟ କିଣି ଅଧିକ କହିବା ଓ ବଳକା ଅର୍ଥ ନିଜ ପାଖରେ ରଖିଦେବା ଅଭ୍ୟାସ ପ୍ରାୟ ସବୁ ପିଲାଙ୍କର ଥାଏ। ଏହା ଏକ ଖରାପ ଅଭ୍ୟାସ ଜାଣି ମଧ୍ୟ ଆପଣ ବି କରିଥିବେ। ହେଲେ ଏପରି ଅଭ୍ୟାସରେ ଯେମିତି ଆପଣଙ୍କ ପିଲା ନପଡ଼ନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ।

teen୫. ମାଆବାପା ମନା କରିବା ପରେ ବି ଲୁଚିଛପି ଖରାପ ଲୋକଙ୍କ ସହ ମିଶିବା ଓ ଖରାପ କାମ କରିବା ଅଭ୍ୟାସ ଯଦି ଥିଲା ଏହାକୁ ପିଲାମାନଙ୍କ ସହ ସେୟାର କରନ୍ତୁ ନାହିଁ। କାରଣ ଏହା ଏପରି ଏକ ବୟସ ଯେଉଁଠି ଆପଣ ଯାହା ନକରିବାକୁ ପିଲାଙ୍କୁ କହିବେ ସେମାନେ ସେହି କାମ ଆଗ କରିବାକୁ ଇଚ୍ଛା ଜାହିରି କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story