ଆଇଏଏସ୍‌ ସ୍ତରରେ ଅଦଳବଦଳ: ୮ ଜିଲ୍ଲାର ଜିଲାପାଳଙ୍କ ବଦଳି

pradeep-mahapatra

ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ ହୋଇଛି। ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଅଦଳବଦଳ ପରେ ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ୍ତ ମହାପାତ୍ର ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ହୋଇଛନ୍ତି। ସେ ଏସ୍‌ଆରସି ଓ ଓସ୍‌ଡମା ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ମଧୁସୂଦନ ପାଢ଼ୀ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ହୋଇଛନ୍ତି। ଓମ୍‌ଫେଡର ଏମ୍‌ଡି ଭାବେ ମଧ୍ୟ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବିଜୟ କେତନ ଉପାଧ୍ୟ୍ୟାୟଙ୍କୁ ମତ୍ସ୍ୟ ଓ ଜଳ ସମ୍ପଦ ବିଭାଗ ନିର୍ଦ୍ଦେଶକ କରାଯାଇଛି।

ଗୁହା ପୁନମ ତାପସ କୁମାରଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଯାମିନୀ ଷଡ଼ଙ୍ଗୀ ଜଗତସିଂହପୁର ଜିଲ୍ଲାପାଳ ହୋଇଥିବା ବେଳେ ଆଶିଷ ଠାକ୍‌ରେ ବଲାଙ୍ଗିର, ସମର୍ଥ ବର୍ମା ସମ୍ବଲପୁର, ରଘୁ ଜି. କନ୍ଧମାଳ, କେ. ସୁଦର୍ଶନ ଚକ୍ରବର୍ତ୍ତୀ ମାଲକାନଗିରି, ଅରିନ୍ଦମ ଡାକୁଆ ନୟାଗଡ଼ ଏବଂ ପୂର୍ଣ୍ଣଚନ୍ଦ୍ର ପାଠୀ ଦେବଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି।

Previous ArticleNext Article

Send this to a friend