ରିଷିଙ୍କ ଆଉ ତିନି ସାଙ୍ଗଙ୍କୁ ପଚରାଉଚରା

ଭୁବନେଶ୍ୱର: ରିଷି ମୃତ୍ୟୁ ଘଟଣାରେ ଗତକାଲି ଡିସିପିଙ୍କ ଉପସ୍ଥିତିରେ ତାଙ୍କର ତିନି ଜଣ ସାଙ୍ଗଙ୍କର ୧୬୧ ଷ୍ଟେଟ୍‌ମେଣ୍ଟ୍ ରେକର୍ଡ କରାଯାଇଥିବା ବେଳେ ଆଜି ତାଙ୍କର ଆଉ ତିନି ଜଣ ସାଙ୍ଗଙ୍କୁ ଜେରା କରିଛି। ଖଣ୍ଡଗିରି ଥାନାରେ ଏ ମାମଲାର ତଦନ୍ତକାରୀ ଅଫିସର ସେମାନଙ୍କୁ ପଚରାଉଚରା କରିଥିଲେ। ରିଷିଙ୍କ ମୃତ୍ୟୁଙ୍କ ସଂପର୍କରେ ସେମାନେ କ’ଣ ଜାଣିଛନ୍ତି ସେ ନେଇ ପଚରାଉଚରା କରୁଥିଲେ ତଦନ୍ତକାରୀ ଅଫିସର। ଜେରା ହୋଇ ଫେରିବା ପରେ ରିଷିଙ୍କ ଏହି ସାଙ୍ଗମାନେ କହିଥିଲେ,“ରିଷିଙ୍କ ବିଷୟରେ ପଚରିବା ପାଇଁ […]

risi

risi

Rakesh Mallick
  • Published: Sunday, 25 December 2016
  • Updated: 25 December 2016, 10:17 PM IST

Sports

Latest News

ଭୁବନେଶ୍ୱର: ରିଷି ମୃତ୍ୟୁ ଘଟଣାରେ ଗତକାଲି ଡିସିପିଙ୍କ ଉପସ୍ଥିତିରେ ତାଙ୍କର ତିନି ଜଣ ସାଙ୍ଗଙ୍କର ୧୬୧ ଷ୍ଟେଟ୍‌ମେଣ୍ଟ୍ ରେକର୍ଡ କରାଯାଇଥିବା ବେଳେ ଆଜି ତାଙ୍କର ଆଉ ତିନି ଜଣ ସାଙ୍ଗଙ୍କୁ ଜେରା କରିଛି। ଖଣ୍ଡଗିରି ଥାନାରେ ଏ ମାମଲାର ତଦନ୍ତକାରୀ ଅଫିସର ସେମାନଙ୍କୁ ପଚରାଉଚରା କରିଥିଲେ। ରିଷିଙ୍କ ମୃତ୍ୟୁଙ୍କ ସଂପର୍କରେ ସେମାନେ କ’ଣ ଜାଣିଛନ୍ତି ସେ ନେଇ ପଚରାଉଚରା କରୁଥିଲେ ତଦନ୍ତକାରୀ ଅଫିସର।

ଜେରା ହୋଇ ଫେରିବା ପରେ ରିଷିଙ୍କ ଏହି ସାଙ୍ଗମାନେ କହିଥିଲେ,“ରିଷିଙ୍କ ବିଷୟରେ ପଚରିବା ପାଇଁ ପୋଲିସ୍‌ ଆମକୁ ଖଣ୍ଡଗିରି ଥାନାକୁ ଡାକିଥିଲା। ଆମେ ରିଷିଙ୍କ ବିଷୟରେ ପୋଲିସ୍‌କୁ କହିଲୁ। କ୍ରିକେଟ୍‌ ମ୍ୟାଚ୍‌ ହେଲେ ରିଷି ଆମ ସହିତ ଖେଳେ। ରିଷିଙ୍କ ସହ ଆମର ଆଉ କିଛି ଲିଙ୍କ୍ ନାହିଁ।  ରିଷିଙ୍କ ମୃତ୍ୟୁ ଘଟଣାର ତଦନ୍ତ ହେଉ। ଦୋଷୀକୁ ଦଣ୍ଡ ମିଳୁ।”

ମିଳିଥିବା ସୂଚନ ଅନୁଯାୟୀ ଗତକାଲି ରିଷିଙ୍କ ସାଙ୍ଗମାନେ ବିସ୍ଫୋରକ ବୟାନ ଦେଇଛନ୍ତି। ଭାଇରାଲ୍‌ ହୋଇଥିବା ସେକ୍ସ ଭିଡିଓ ସହିତ ରିଷିଙ୍କ ମୃତ୍ୟୁର ସଂପର୍କ ଥିବା ସେମାନେ କହିଛନ୍ତି। ରିଷିଙ୍କ ବାନ୍ଧବୀ ଏହି ଭିଡିଓ ସୁଟ୍ କରିଥିବା ସେମାନେ କହିଛନ୍ତି। କେଉଁ ପରିସ୍ଥିତିରେ ସିଡି ତିଆରି କରାଯାଇଥିଲା ତାହା ବି ଜଣାଇଛନ୍ତି।

ପୋଲିସ୍‌ ଡିଜି କେ.ଭି ସିଂହ କହିଛନ୍ତି,“ବିବାଦୀୟ ରିଷି ମୃତ୍ୟୁ ମାମଲାରେ କମିଶନରେଟ୍‌ ପୋଲିସ୍‌ ଚାପରେ ନାହିଁ। ମାମଲାରେ ଆଇନ୍‌ଗତ ପଦକ୍ଷେପ ନିଆଯାଉଛି। ଭିଡିଓ ଫୁଟେଜ୍‌ର ଫୋରେନ୍ସିକ ଯାଞ୍ଚ ନେଇ ତର୍ଜମା ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos