ପରିଷ୍କାର ରକ୍ତ, ସୁସ୍ଥ ଜୀବନର ଚାବିକାଠି: ୪ଟି ଘରୋଇ ଖାଦ୍ୟ ଦୂର କରିଦେବ ସବୁ ସମସ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ଜୀବନ ବାହକ ହେଉଛି ରକ୍ତ। ବିନା ରକ୍ତରେ ବଞ୍ଚିବା ଅସମ୍ଭବ। କାରଣ ରକ୍ତ ପ୍ରତ୍ୟେକ ଅଙ୍ଗକୁ ଅମ୍ଲଜାନ ପହଞ୍ଚାଇବା ସହିତ ଏହାର ବିକାଶ କରିଥାଏ। ଏହାଛଡ଼ା ରକ୍ତ ତାପମାତ୍ରା ନିୟନ୍ତ୍ରଣ କରିବା, କ୍ଷତ ଭରିବା, ଚର୍ମ ଓ କେଶକୁ ସୁସ୍ଥ ରଖିବା ଆଦି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏଥିପାଇଁ ରକ୍ତ ସଫା ରଖିବା ଦରକାର। ରକ୍ତ ସଫା ରହିଲେ ଶରୀର ସୁସ୍ଥ ରହିବ। ରକ୍ତ ସଫା କରିବା ପାଇଁ କେତୋଟି […]

1111111111111111

1111111111111111

Rakesh Mallick
  • Published: Monday, 29 January 2018
  • Updated: 29 January 2018, 06:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ ଜୀବନ ବାହକ ହେଉଛି ରକ୍ତ। ବିନା ରକ୍ତରେ ବଞ୍ଚିବା ଅସମ୍ଭବ। କାରଣ ରକ୍ତ ପ୍ରତ୍ୟେକ ଅଙ୍ଗକୁ ଅମ୍ଲଜାନ ପହଞ୍ଚାଇବା ସହିତ ଏହାର ବିକାଶ କରିଥାଏ। ଏହାଛଡ଼ା ରକ୍ତ ତାପମାତ୍ରା ନିୟନ୍ତ୍ରଣ କରିବା, କ୍ଷତ ଭରିବା, ଚର୍ମ ଓ କେଶକୁ ସୁସ୍ଥ ରଖିବା ଆଦି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏଥିପାଇଁ ରକ୍ତ ସଫା ରଖିବା ଦରକାର। ରକ୍ତ ସଫା ରହିଲେ ଶରୀର ସୁସ୍ଥ ରହିବ। ରକ୍ତ ସଫା କରିବା ପାଇଁ କେତୋଟି ଭାରତୀୟ ଜଡ଼ୁବୁଟି ବିଷୟରେ ଆଜି ଜାଣିବା। ଯାହାକୁ ସେବନ କରିବା ଦ୍ୱାରା ରକ୍ତ ସଫା ରହିବା ସହିତ ଶରୀର ସୁସ୍ଥ ରହିବ।

ଅଁଳା: ରକ୍ତର ତାପାମାତ୍ରା ନିୟନ୍ତ୍ରଣ କରିବା ପାଇଁ ଅଁଳା ଏକ ଉପକାରୀ ଫଳ। ଏହା ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଦେଇ ଏହାକୁ ଶୁଦ୍ଧ କରିଥାଏ। ତେଣୁ ଅଁଳା ଖାଇବା ନାହାତି ଆବଶ୍ୟକ।

ବେଲ: ଶରୀରରେ ରକ୍ତ ସଫା ରଖିବା ପାଇଁ  ବେଲ ଏକ ଦରକାରୀ ଫଳ। ବେଲ ସିଝାଇ ଖାଇବା ଦ୍ୱାରା ରକ୍ତ ପରିଷ୍କାର ହେବା ସହିତ ହଜମ ଶକ୍ତି ବଢ଼ିଥାଏ।

କ୍ଷୀର: କଞ୍ଚା କ୍ଷୀରର ଲସି ତିଆରି କରି ପିଇବା ଦ୍ୱାରା ରକ୍ତ ସଫା ହୋଇଥାଏ। ଏଥିସହିତ କ୍ଷୀରରେ ମହୁ ମିଶାଇ ପିଇବା ଦ୍ୱାରା ମଧ୍ୟ ରକ୍ତ ପରିଷ୍କାର ହୋଇଥାଏ।

ମହୁ: ଶରୀରରେ ରକ୍ତ ତିଆରି କରିବା, ଧମନୀର ସୁରକ୍ଷା ଓ ରକ୍ତ ପ୍ରବାହ ଠିକ ରହିବା ପାଇଁ ମହୁ ଖାଇବା ଆବଶ୍ୟକ। ଏଥିସହିତ ରକ୍ତ ପରିଷ୍କାର କରିବାରେ ମହୁ ଖୁବ ଦରକାରୀ ସାବ୍ୟସ୍ତ ହୋଇଥାଏ। ଏହା ଆଣ୍ଟି ବ୍ୟାକ୍ଟେରିଆଲ୍‌ ହୋଇଥିବାରୁ ସଂକ୍ରମଣରୁ ରକ୍ଷା କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos