ନୂଆଦିଲ୍ଲୀ:ପାକିସ୍ତାନକୁ ବିଶ୍ୱବ୍ୟାଙ୍କ ଝଟ୍କା। ପାକ୍ ସୀମାରେ ବୋହି ଯାଇଥିବା ଝେଲମ ଏବଂ ଚେନାବ ନଦୀର ଶାଖା ନଦୀରେ ଜଳ ବିଦ୍ୟତ୍ ପ୍ରକଳ୍ପ ସ୍ଥାପନ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଫଳରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଭାରତର ପଥ ପରିଷ୍କାର ହୋଇଯାଇଛି। ୧୯୬୦ରେ ଇଣ୍ଡସ-ୱାଟର ଚୁକ୍ତି ନେଇ ହୋଇଥିବା ବୁଝାମଣାକୁ ଧ୍ୟାନ ଦେଇ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଇଣ୍ଡସ-ୱାଟର ଚୁକ୍ତି ନେଇ ଉଭୟ ଦେଶର ସଚିବସ୍ତରରେ ଆଲୋଚନା ହେବା ପରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଏହି ନିର୍ଣ୍ଣୟ ନିଆଯାଇଛି। ଏହି ପ୍ରକଳ୍ପକୁ ପାକିସ୍ତାନ ପକ୍ଷରୁ ବିରୋଧ କରାଯାଇଥିବା ବେଳେ କେତେକ ସର୍ତ୍ତରେ ବିଶ୍ୱବ୍ୟାଙ୍କ ମଞ୍ଜୁର କରିଛି।
ସୂଚନା ଅନୁଯାୟୀ ୧୯୬୦ରେ ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ ଉଭୟ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଇଣ୍ଡସ-ୱାଟର ଚୁକ୍ତି ହୋଇଥିଲା। ପରେ ଭାରତ ପକ୍ଷରୁ ଜମ୍ମୁ କଶ୍ମୀରର କିଶାନଗଙ୍ଗାରେ ୩୩୦ ମେଗାୱାଟ ଏବଂ ଦୋଦା ଜିଲ୍ଲାର ରେଟଲରେ ୮୫୦ ମେଗାୱାଟର ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ନେଇ ଉଦ୍ୟମ ଆରମ୍ଭ ହେବା ପରେ ପାକିସ୍ତାନ ପକ୍ଷରୁ ବିରୋଧ କରାଯାଥିଲା। ପରେ ଏନେଇ ପାକିସ୍ତାନ ବିଶ୍ୱବ୍ୟାଙ୍କରେ ଦ୍ୱାରସ୍ଥ ହୋଇଥିଲା। ତେବେ ଉଭୟ ଦେଶ ଏନେଇ ନିଜ ନିଜ ପକ୍ଷ ରଖିବା ପରେ ଗତକାଲି ବିଶ୍ୱବ୍ୟାଙ୍କ ଭାରତ ସପକ୍ଷରେ ରାୟ ଦେଇଛନ୍ତି। ପ୍ରକଳ୍ପ ନିର୍ମାଣ ପାଇଁ କେତେକ ସର୍ତ୍ତ ରଖିଛନ୍ତି ବିଶ୍ୱବ୍ୟାଙ୍କ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।