ସ୍ପୋର୍ଟସ କୋଟା ଅଛି କି? ରେଳବାଇରେ ଆବେଦନ କରିପାରିବେ

ନୂଆଦିଲ୍ଲୀ: ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ରେଳ ବିଭାଗ ନିୟମିତ ବ୍ୟବଧାନରେ ଦରଖାସ୍ତ ଆହ୍ୱାନ କରୁଛି। ଏଥର ଦକ୍ଷିଣ-ପଶ୍ଚିମ ଡିଭିଜନରେ ଖାଲି ପଡ଼ିଥିବା ୨୧ଟି ଅସଂରକ୍ଷିତ ପଦବି ପାଇଁ ଦରଖାସ୍ତ ଆହ୍ୱାନ କରିଛି ରେଳବାଇ। ଏହି ପଦବି ପାଇଁ ସ୍ପୋର୍ଟସ୍ କୋଟା ମାଧ୍ୟମରେ ପାର୍ଥୀ ଚୟନ କରାଯିବ। ଇଚ୍ଛୁକ ପ୍ରାର୍ଥୀ ୨୦୧୮ ଫେବୃଆରୀ ୨୧ ତାରିଖ ମଧ୍ୟରେ ଆବେଦନ କରିପାରିବେ। ସମ୍ପୂର୍ଣ୍ଣ ବିବରଣୀ ତଳେ ଦିଆଗଲା। ଦରମା: ମନୋନୀତ ପ୍ରାର୍ଥୀଙ୍କୁ ଗ୍ରୁପ ‘ସି’ ଗ୍ରେଡ୍‌ ଅନୁସାରେ […]

Railway-job

Railway-job

Rakesh Mallick
  • Published: Friday, 26 January 2018
  • Updated: 26 January 2018, 09:22 PM IST

Sports

Latest News

ନୂଆଦିଲ୍ଲୀ: ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ରେଳ ବିଭାଗ ନିୟମିତ ବ୍ୟବଧାନରେ ଦରଖାସ୍ତ ଆହ୍ୱାନ କରୁଛି। ଏଥର ଦକ୍ଷିଣ-ପଶ୍ଚିମ ଡିଭିଜନରେ ଖାଲି ପଡ଼ିଥିବା ୨୧ଟି ଅସଂରକ୍ଷିତ ପଦବି ପାଇଁ ଦରଖାସ୍ତ ଆହ୍ୱାନ କରିଛି ରେଳବାଇ। ଏହି ପଦବି ପାଇଁ ସ୍ପୋର୍ଟସ୍ କୋଟା ମାଧ୍ୟମରେ ପାର୍ଥୀ ଚୟନ କରାଯିବ। ଇଚ୍ଛୁକ ପ୍ରାର୍ଥୀ ୨୦୧୮ ଫେବୃଆରୀ ୨୧ ତାରିଖ ମଧ୍ୟରେ ଆବେଦନ କରିପାରିବେ। ସମ୍ପୂର୍ଣ୍ଣ ବିବରଣୀ ତଳେ ଦିଆଗଲା।

ଦରମା: ମନୋନୀତ ପ୍ରାର୍ଥୀଙ୍କୁ ଗ୍ରୁପ 'ସି' ଗ୍ରେଡ୍‌ ଅନୁସାରେ ଦରମା ଦିଆଯିବ। ସେମାନଙ୍କ ପେ ସ୍କେଲ୍ ୫,୨୦୦ରୁ ୨୦,୨୦୦ ଟଙ୍କା ରହିବ। ସେହିପରି ଗ୍ରେଡ୍‌ ପେ ୧୯୦୦-୨୦୦୦ ଟଙ୍କା ରହିବ।

ବୟସ ଓ ଯୋଗ୍ୟତା: ଆବେଦନକାରୀଙ୍କ ବୟସ ସୀମା ୧୮ ବର୍ଷରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କୌଣସି ସଂରକ୍ଷିତ ବର୍ଗ ପାଇଁ ବୟସ ସୀମାରେ ନିୟମ କୋହଳ କରାଯ।ଇ ନାହିଁ। ଆବେଦନ କରିବା ପାଇଁ ପାର୍ଥୀ ଯୁକ୍ତ ଦୁଇ ପାସ୍‌ କରିଥିବା ଦରକାର। ଏଥିରେ କିଛି ପଦବି ଚୟନ ପାଇଁ ସ୍କିଲ୍‌ ଟେଷ୍ଟ ମଧ୍ୟ କରାଯିବ।

ଆବେଦନ ଫିସ୍‌: ସାଧାରଣ ବର୍ଗଙ୍କ ପାଇଁ ୫୦୦ ଟଙ୍କା ଫି ଓ ସଂରକ୍ଷିତ ବର୍ଗ ପାଇଁ ୨୫୦ ଟଙ୍କା ଫି ନିର୍ଦ୍ଧାରିତ କରାଯାଇଛି।

ଚୟନ ପ୍ରକ୍ରିୟା ଓ ଆବେଦନ: ସ୍ପୋର୍ଟ କୋଟା, ଖେଳରେ ହାସଲ କରିଥିବା କୃତ୍ତି ଓ ଶିକ୍ଷାଗତ ଯୋଗ୍ୟତା ଆଧାରରେ ପାର୍ଥୀ ଚୟନ କରାଯିବ। ପାର୍ଥୀ ରେଳବାଇ ସରକାରୀ ୱେବ୍‌ସାଇଟ୍ rrchubli.in ଯାଇ ଆବେଦନ କରିପାରିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos