ବିଜେଡିକୁ ୧୮, ବିଜେପିକୁ ୮ ଓ କଂଗ୍ରେସକୁ ୨ ଜିଲ୍ଲା ପରିଷଦ

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରୁ ୨୮ରେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାତନ ହୋଇ ଫଳାଫଳ ଘୋଷଣା ହୋଇଛି। ବିଜେଡି ୧୮ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ଥିବା ବେଳେ ବିଜେପିକୁ ୮ଟି ଓ କଂଗ୍ରେସକୁ ୨ଟି ପରିଷଦ ମିଳିଛି। କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ନ ଥିବା ସୁନ୍ଦରଗଡ଼, ନବରଙ୍ଗପୁର ଓ ରାୟଗଡ଼ା ଉପରେ ସମସ୍ତଙ୍କ ନଜର ଥିଲା। ବିଜେପିର ଅଙ୍କକଷାକୁ ଭୁଲ ପ୍ରମାଣିତ କରି ସୁନ୍ଦରଗଡ଼ରେ ବିଜେଡି ବାଜି ମାରି […]

jilaparisada

jilaparisada

Rakesh Mallick
  • Published: Sunday, 12 March 2017
  • Updated: 12 March 2017, 10:00 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାରୁ ୨୮ରେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାତନ ହୋଇ ଫଳାଫଳ ଘୋଷଣା ହୋଇଛି। ବିଜେଡି ୧୮ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇ ଥିବା ବେଳେ ବିଜେପିକୁ ୮ଟି ଓ କଂଗ୍ରେସକୁ ୨ଟି ପରିଷଦ ମିଳିଛି।

କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ନ ଥିବା ସୁନ୍ଦରଗଡ଼, ନବରଙ୍ଗପୁର ଓ ରାୟଗଡ଼ା ଉପରେ ସମସ୍ତଙ୍କ ନଜର ଥିଲା। ବିଜେପିର ଅଙ୍କକଷାକୁ ଭୁଲ ପ୍ରମାଣିତ କରି ସୁନ୍ଦରଗଡ଼ରେ ବିଜେଡି ବାଜି ମାରି ନେଇଛି। ମ୍ୟାଜିକ୍‌ ନମ୍ବରଠାରୁ ୪ଟି ଆସନ ପଛରେ ଥିବା ବିଜେଡି କଂଗ୍ରେସର ୫, ସିପିଆଇ ଓ ଜର୍ଜ ସେନାର ସମର୍ଥନରେ ପରିଷଦ ହାସଲ କରିଛି। ବିଜେଡିର ଏମା ଏକ୍କା ପରିଷଦ ଅଧ୍ୟକ୍ଷ ହୋଇଛନ୍ତି। ନବରଙ୍ଗପୁରରେ ମଧ୍ୟ ବିଜେଡି ବାଜିମାତ କରିଛି। ତିନିଦଳ କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ଅଧ୍ୟକ୍ଷ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ସର୍ବାଧିକ ୧୧ଟି ଭୋଟ ପାଇ ବିଜେଡିର ଭଗବତୀ ଭତ୍ରା ଅଧ୍ୟକ୍ଷା ହୋଇଛନ୍ତି। ଅନ୍ୟପକ୍ଷରେ ୨୨ ଆସନ ବିଶିଷ୍ଟ ରାୟଗଡ଼ାର ଅଧ୍ୟକ୍ଷ ପଦ କଂଗ୍ରେସ ହାତକୁ ଯିବା ନିଶ୍ଚିତ ହୋଇଛି। ତିନିଦଳ ଏଠାରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ସର୍ବାଧିକ ୧୦ଟି ଭୋଟ୍‌ ପାଇ ବିଜେଡି ପ୍ରାର୍ଥୀଙ୍କଠାରୁ ଗୋଟିଏ ଭୋଟ୍‌ରେ ଆଗୁଆ ଅଛନ୍ତି। ଏଠାରେ କ୍ରସ୍‌ ଭୋଟିଂ ହୋଇଥିବା ସୂଚନା ମିଳିଛି।

ନବନିର୍ବାଚିତ ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ

୧) ଅନୁଗୋଳ- ବାସନ୍ତୀ କିଷାନ

୨) ବାଲେଶ୍ୱର-ନିବେଦିତା ମହାନ୍ତି

୩) ଭଦ୍ରକ- ଦ୍ୱିଜବର ରାଉତ

୪) ବୌଦ୍ଧ- ଜ୍ୟୋତ୍ସ୍ନା ଭୋଇ

୫) କଟକ- ଜ୍ୟୋତିରେଖା ନାୟକ

୬) ଢେଙ୍କାନାଳ- ମିନତୀ ନାୟକ

୭) ଗଞ୍ଜାମ- ସୁବାସ ଚନ୍ଦ୍ର ବେହେରା

୮) ଜଗତସିଂହପୁର- ପ୍ରିୟନର୍ଶିନୀ ବିଶ୍ୱାଳ

୯) କେନ୍ଦୁଝର- କମଳିନୀ ପାତ୍ର

୧୦) କୋରାପୁଟ- ପ୍ରଭୁ ଜାନୀ

୧୧) କନ୍ଧମାଳ- ଆକାଂକ୍ଷା ପ୍ରଧାନ

୧୨) କେନ୍ଦ୍ରାପଡ଼ା- ମାନସ ପରିଡ଼ା

୧୩) ପୁରୀ- ଜ୍ୟୋତିର୍ମୟୀ ଦଳେଇ

୧୪) ଯାଜପୁର-ନରେଶ ଚନ୍ଦ୍ର ମହାନ୍ତି

୧୫) ଖୋର୍ଦ୍ଧା- ପ୍ରଫୁଲ୍ଲ ଦଳେଇ

୧୬) ନୟାଗଡ଼- ବୈଜୟନ୍ତୀମାଳା ମହାନ୍ତି

୧୭) ନବରଙ୍ଗପୁର- ଭଗବତୀ ଭତ୍ରା

୧୮) ସୁନ୍ଦରଗଡ଼- ଏମା ମକ୍କା

ନବନିର୍ବାଚିତ ବିଜେପି ଜିଲ୍ଲା ପରିଷଦ ଅଧ୍ୟକ୍ଷ

୧) ବଲାଙ୍ଗିର- ଭାରତୀ ମହାନନ୍ଦ

୨) ବରଗଡ଼- ମୁକ୍ତା ସାହୁ

୩) ଗଜପତି- ଅନୀତାରାଣୀ ବେହେରା

୪) ମୟୂରଭଞ୍ଜ- ସୁଜାତା ମୁର୍ମୁ

୫) ସୁବର୍ଣ୍ଣପୁର- ଉଷା କୁମାରୀ

୬) ସମ୍ବଲପୁର- ରାଧେଶ୍ୟାମ ବାରିକ

୭) ଦେବଗଡ଼- ସୁଧାମୟୀ ପଟେଲ୍‌

୮) କଳାହାଣ୍ଡି- ନମିତାରାଣୀ ସାହୁ

ନବନିର୍ବାଚିତ କଂଗ୍ରେସ ଜିଲ୍ଲା ପରିଷଦ ଅଧ୍ୟକ୍ଷ

୧) ଝାରସୁଗୁଡା- ଲକ୍ଷ୍ମୀନାରାୟଣ ପଟେଲ

୨) ରାୟଗଡ଼ା- ପୁରୁଷୋତ୍ତମ ଗମାଙ୍ଗ (ଅସମର୍ଥିତ ସୂତ୍ର)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos