ବସ୍ତିରୁ ଇସ୍ରୋର ବୈଜ୍ଞାନିକ, ପଢନ୍ତୁ ଜଣେ ପ୍ରତିଭାର ପ୍ରେରଣାଦାୟୀ କାହାଣୀ

ନୂଆଦିଲ୍ଲୀ:ଯେତେବେଳେ ସୁପ୍ତ ଆଗ୍ନେୟଗିରି ଶକ୍ତି ଠୁଳ କରି ସକ୍ରିୟ ହୋଇ ଉଠେ ମହାସମୁଦ୍ର ମଧ୍ୟ ତା’ର ଗତିରୋଧ କରିପାରେନା। ସମୁଦ୍ରର ଛାତି ଚିରି ଅଥଳ ଗର୍ଭରୁ ଉଠିଆସେ ଅଗ୍ନିପିଣ୍ଡୁଳା। ଆଉ ପରବର୍ତ୍ତୀ ସମୟରେ ସେହି ଅଗ୍ନିପିଣ୍ଡୁଳା ଦ୍ୱୀପଟିଏ ପାଲଟି ବିସ୍ତୀର୍ଣ୍ଣ ଜଳ ରାଶିକୁ ଆଡେ଼ଇ ଛିଡ଼ା କରିଦିଏ ଛୋଟିଆ ସ୍ତଳଭାଗଟିଏ । ଠିକ୍‌ ସେମିତି ଦାରିଦ୍ର୍ୟର ମହାସମୁଦ୍ର ମଧ୍ୟରୁ ପ୍ରଥମେଶ ହିର୍ଭେଙ୍କ ପ୍ରତିଭା ପ୍ରକଟିତ ହୋଇଛି। ଅଭାବ ଅନଟନରେ ସଢିଥିଲେ ମଧ୍ୟ ହାର ମାନି ନ ଥିଲେ […]

isro image

isro image

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 10:37 PM IST

ନୂଆଦିଲ୍ଲୀ:ଯେତେବେଳେ ସୁପ୍ତ ଆଗ୍ନେୟଗିରି ଶକ୍ତି ଠୁଳ କରି ସକ୍ରିୟ ହୋଇ ଉଠେ ମହାସମୁଦ୍ର ମଧ୍ୟ ତା’ର ଗତିରୋଧ କରିପାରେନା। ସମୁଦ୍ରର ଛାତି ଚିରି ଅଥଳ ଗର୍ଭରୁ ଉଠିଆସେ ଅଗ୍ନିପିଣ୍ଡୁଳା। ଆଉ ପରବର୍ତ୍ତୀ ସମୟରେ ସେହି ଅଗ୍ନିପିଣ୍ଡୁଳା ଦ୍ୱୀପଟିଏ ପାଲଟି ବିସ୍ତୀର୍ଣ୍ଣ ଜଳ ରାଶିକୁ ଆଡେ଼ଇ ଛିଡ଼ା କରିଦିଏ ଛୋଟିଆ ସ୍ତଳଭାଗଟିଏ । ଠିକ୍‌ ସେମିତି ଦାରିଦ୍ର୍ୟର ମହାସମୁଦ୍ର ମଧ୍ୟରୁ ପ୍ରଥମେଶ ହିର୍ଭେଙ୍କ ପ୍ରତିଭା ପ୍ରକଟିତ ହୋଇଛି। ଅଭାବ ଅନଟନରେ ସଢିଥିଲେ ମଧ୍ୟ ହାର ମାନି ନ ଥିଲେ ସେ ।  ଅଦମ୍ୟ ଇଚ୍ଛା ଶକ୍ତି ଏବଂ ଦୃଢ ଆତ୍ମବିଶାସ ତାଙ୍କୁ ଯୋଗାଇଥିଲା ସାହସ । ସେହି ଅଫୁରନ୍ତ ଶକ୍ତିର ଇନ୍ଧନ ତାଙ୍କ ମନବଳକୁ ଟାଣ କରିଦେଇଥିଲା। ଆଉ ଠିକ୍‌ ଆଗ୍ନେୟଗିରି ଭଳି ତାଙ୍କର ସେଦିନର ସେହି  ସ୍ୱପ୍ନ ଅଗ୍ନିପିଣ୍ଡୁଳା ଭଳି ଉଭା ହୋଇପାରିଛି।

ସେ ଆଜି  ବସ୍ତିରୁ ବୈଜ୍ଞାନିକ। ମାଟିରୁ ମହାକାଶ ଯାଏଁ ତାଙ୍କର ସ୍ୱପ୍ନ ପରିବ୍ୟାପ୍ତ। ମୁମ୍ବାଇର ଏକ ଅଜଣା ଅଶୁଣା ବସ୍ତିରୁ ଆଜି ପ୍ରଥମେଶ ଇସ୍ରୋ ଜଣେ ବୈଜ୍ଞାନିକ  ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି।  ପ୍ରଥମେଶ ହିର୍ଭେ। ପିଲାଟି ବେଳୁ ମୁମ୍ବାଇର ଫିଲଟରପଡ଼ା ବସ୍ତିରେ ସେ ବଢିଛନ୍ତି। ଅତି ଛୋଟ କୋଠରୀରେ ଖୁବ୍‌ ଦୁଃଖ କଷ୍ଟରେ ଜୀବନ ବିତାଇଛନ୍ତି ସେ । ଅଭାବ ଓ ଆର୍ଥିକ ଅନଟନ ଜାଲରେ ସେ ଛନ୍ଦି ହୋଇଥିଲେ ମଧ୍ୟ ତାଙ୍କ ଲକ୍ଷ୍ୟ ପଥରୁ ସେକେବେ ବିଚ୍ୟୁତ୍‌ ନ ଥିଲେ। ପିଲାଟି ବେଳୁ ଇଞ୍ଜିନିୟର ହେବାକୁ ସ୍ୱପ୍ନ ଦେଖୁଥିଲେ ପ୍ରଥମେଶ । ଦଶମ ଶ୍ରେଣୀ ଯାଏଁ ପ୍ରଥମେଶ ହିନ୍ଦୀ  ମିଡିୟମ ସ୍କୁଲରେ ପଢ଼ିଥିଲେ।

ତା’ପରେ ସେ ଭଗୁଭାଇ ମଫତଲାଲ ପଲିଟେକନିକ୍ କଲେଜରେ ଡିପ୍ଲୋମା ପଢିଥିଲେ। ହିନ୍ଦୀ ମିଡିୟମରେ ପଢ଼ିଥିବାରୁ ତାଙ୍କୁ ସେଠାରେ ପାଠ ବୁଝିବାକୁ ବହୁତ ଅସୁବିଧା ହେଉଥିଲା। କଲେଜର କାଉନସିଲର ଓ ତାଙ୍କ ପରିବାର ଲୋକେ ତାଙ୍କୁ କଳା ପଢ଼ିବାକୁ କହିଥିଲେ। କାରଣ ଡିପ୍ଲୋମା ଅପେକ୍ଷା କଳା ପାଠ ସହଜ ଓ ଏଥିରେ କମ୍ ଖର୍ଚ୍ଚ ମଧ୍ୟ ହୋଇଥାଏ। ଏ ସବୁ ଶୁଣିବା ପରେ ପ୍ରଥମେଶ ଭାଙ୍ଗିପଡ଼ିଥିଲେ। କିନ୍ତୁ ତାଙ୍କ ମନୋବଳ ଓ ଆତ୍ମ ବିଶ୍ୱାସ ଭାଙ୍ଗି ନ ଥିଲା।  ସେ ନିଜ ସ୍ୱପ୍ନ ପୂରା କରିବାକୁ ଜି ଜାନ୍ ଲଗାଇଦେଲେ। ସେ ଇଂରାଜୀ ଶିଖିବାକୁ ଲାଗିଲେ। ଡିପ୍ଲୋମା ପରେ ସେ ଏଲ୍ ଆଣ୍ଡ ଟି ଓ ଟାଟା ପରି କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରିବାକୁ ଲାଗିଲେ। ତାଙ୍କର କଠିନ ପରିଶ୍ରମ ଦେଖି ପରିବାର ଲୋକେ ମଧ୍ୟ ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ଚାହିଁଲେ। ୨୦୧୪ ମସିହାରେ ପ୍ରଥମେଶ  ଇନ୍ଦିରା ଗାନ୍ଧି କଲେଜ ଅଫ୍ ଇଞ୍ଜିନିୟରିଂରୁ ଡିଗ୍ରୀ ହାସଲ କରିଥିଲେ। ଏହାପରେ ସେ ୟୁପିଏସିରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ।

ମାତ୍ର ସେ ସଫଳ ହୋଇ ନ ଥିଲେ।  ତାଙ୍କର ଏହି ବିଫଳତା ତାଙ୍କୁ ଇସ୍ରୋର ସ୍ୱପ୍ନ ଦେଖାଇଥିଲା। ୨୦୧୬ ମସିହାରେ ସେ ଇସ୍ରୋ ବୈଜ୍ଞାନିକ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କର ନାଁ ୱେଟିଂ ଲିଷ୍ଟରେ ସିମୀତ ରହିଯାଇଥିଲା। ତଥାପି ଭାଙ୍ଗି ନ ଥିଲା ପ୍ରଥମେଶଙ୍କ ସ୍ୱପ୍ନ। ତାଙ୍କୁ ଅନ୍ୟଆଡ଼ୁ ଇଞ୍ଜିନିୟର ପଦ ପାଇଁ ଅଫର ଆସିଥିଲା। କିନ୍ତୁ ପ୍ରଥମେଶଙ୍କ ଲକ୍ଷ୍ୟ ଥିଲା ଇସ୍ରୋରେ ନିଯୁକ୍ତି ପାଇବା। ତେଣୁ ସେ ପୁଣିଥରେ ଏଥିପାଇଁ ଆବେଦନ କଲେ। ଆଉ ଏଥର ୧୬ ହଜାର ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୯ ଜଣଙ୍କୁ ବଛାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ପ୍ରଥମେଶ। ତାଙ୍କର କଠିନ ପରିଶ୍ରମ ଓ ଦୃଢ଼ ଆତ୍ମବିଶ୍ୱାସ ତାଙ୍କୁ ଆଣିଦେଇଥିଲା ସଫଳତା। କେହି ଜଣେ କହିଥିଲେ “I was born in a slum but the slum was not born in me”। ଯାହାର ଅର୍ଥକୁ ପ୍ରଥମେଶ ହିଁ ପ୍ରମାଣିତ କରିପାରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story