ସମିତିସଭ୍ୟ ମର୍ଡ଼ର ଘଟଣା: ହୋଇଥିଲା ୩ ଲକ୍ଷର ଡିଲ୍‌, ସାମିଲ ଥିଲେ ସୁପାରୀକିଲର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୈତିକ ଶତ୍ରୁତାରୁ ଯାଜପୁର ଜିଲ୍ଲା ନିଜାମପୁର ସମିତି ସଭ୍ୟ କେଦାର ଦାସଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିଲା। ଏଥିପାଇଁ ୩ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣ ସୁପାରୀ କିଲାରଙ୍କୁ ପୋଲିସ ଆଜି ଗିରଫ କରିବା ପରେ ହତ୍ୟା ଉପରୁ ପର୍ଦ୍ଦା ଉଠିଛି। ଏନେଇ ଯାଜପୁର ଜିଲ୍ଲା ଏସ୍‌ପି ଚରଣ ସିଂ ମୀନା ଆଜି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସୂର୍ଯ୍ୟନାରାୟଣ ସ୍ୱାଇଁ, ଯଯାତି କେଶରୀ ସାହୁ […]

Rakesh Mallick
  • Published: Tuesday, 29 August 2017
  • Updated: 29 August 2017, 06:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜନୈତିକ ଶତ୍ରୁତାରୁ ଯାଜପୁର ଜିଲ୍ଲା ନିଜାମପୁର ସମିତି ସଭ୍ୟ କେଦାର ଦାସଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିଲା। ଏଥିପାଇଁ ୩ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣ ସୁପାରୀ କିଲାରଙ୍କୁ ପୋଲିସ ଆଜି ଗିରଫ କରିବା ପରେ ହତ୍ୟା ଉପରୁ ପର୍ଦ୍ଦା ଉଠିଛି। ଏନେଇ ଯାଜପୁର ଜିଲ୍ଲା ଏସ୍‌ପି ଚରଣ ସିଂ ମୀନା ଆଜି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସୂର୍ଯ୍ୟନାରାୟଣ ସ୍ୱାଇଁ, ଯଯାତି କେଶରୀ ସାହୁ ଓ ସୁବାସ ସାହୁ। ପୂର୍ବରୁ ମୁଖ୍ୟଅଭିଯୁକ୍ତ ପ୍ରଶାନ୍ତ ନାୟକ ଓରଫ ଚଗଲା ଗିରଫ ହୋଇଥିଲେ।

ଗତ ନିର୍ବାଚନରେ କେଦାର ଦାସ ଓ ପ୍ରଶାନ୍ତ ନାୟକଙ୍କ ମଧ୍ୟରେ ଅର୍ଥ ନେଣଦେଣକୁ ନେଇ ମନୋମାଳିନ୍ୟ ହୋଇଥିଲା। ଏପରିକି ନିର୍ବାନରେ ହାରିବା ପରେ ଚଗଲା ଉତ୍‌କ୍ଷିପ୍ତ ହୋଇଯାଇଥିଲା। କେଦାର ପାଇଁ ସେ(ଚଗଲା) ହାରିଯାଇଥିଲା ବୋଲି ଭାବୁଥିଲା। ତେଣୁ କେଦାରକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ରାଉରକେଲାର ପେଶାଦାର ସୁପାରୀ କିଲର ସୂର୍ଯ୍ୟନାରାୟଣ ସ୍ୱାଇଁ, ପାରିପଦା ଅଞ୍ଚଳର ଯଯାତି କେଶରୀ ସାହୁ ଓ ସୁବାସ ସାହୁଙ୍କୁ ନିୟୋଜିତ କରିଥିଲା। ଏଥିପାଇଁ ୩ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ଡିଲ ଫାଇନାଲ ହେବା ପରେ ଅଭିଯୁକ୍ତମାନେ କେଦାରକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସଫଳ ହେଉନଥିଲେ। ତେବେ ଅଗଷ୍ଟ ୧ ତାରିଖରେ କେଦାର ଏକୁଟିଆ ନିଜ ଘରକୁ ଫେରୁଥିବା ସମ୍ପର୍କରେ ଜାଣିପାରି ଅଭିଯୁକ୍ତମାନେ ରାସ୍ତାରେ ତାକୁ ପଛରୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ କେଦାରଙ୍କ ମୃତ୍ୟୁ ହୋଇଥିଲା। ପରେ ମୃତଦେହକୁ ନିକଟସ୍ଥ ବୁଢ଼ା ନଦୀରେ ଫିଙ୍ଗି ଦେଇଥିଲେ। କେଦାରଙ୍କୁ ହତ୍ୟା ପରେ ଏହି ୩ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ମୁଖ୍ୟଅଭିଯୁକ୍ତ ଚଗଲାକୁ ପୋଲିସ ଗିରଫ କରିବା ପରେ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ଉଠିଥିଲା। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ୪ଟି ଟିମ୍‌ କୋଲକାତା, ବେଙ୍ଗାଲୁର, ହରିଦ୍ୱାର ପ୍ରମୁଖ ଯାଇଥିଲା। ମାତ୍ର ଅଭିଯୁକ୍ତମାନେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଉଥିଲେ। ତେବେ ଆଜି ସକାଳେ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ହତ୍ୟାକାଣ୍ଡ ବେଳେ ବ୍ୟବହୃତ ଏକ କାର୍‌ ଜବତ କରିଛି। ଏହି ହତ୍ୟାକାଣ୍ଡ ପାଇଁ ଡିଲ୍‌ ହୋଇଥିବା ୩ ଲକ୍ଷରୁ ୨ ଲକ୍ଷ ୫୦ ଟଙ୍କା ପେମେଣ୍ଟ ଦିଆଯାଇଥିବା ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story