ଏନସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ ପ୍ରତିବାଦରେ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

malkangiri

ମାଲକାନଗିରି: ମାଲକାନଗିରିରେ ଜାପାନୀଜ ଏନସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ ଘଟଣାର ପ୍ରତିବାଦରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ପକ୍ଷରୁ ଆଜି ୧୨ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦିଆଯାଇଥିଲା। ଫଳରେ  ଯାନବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା। ଜାପାନୀ ଜ୍ୱରରେ ପ୍ରାଣ ହରାଇଥିବା ପ୍ରତି ଶିଶୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା, ଜାପାନୀ ଜ୍ୱର ମୃତ୍ୟୁ ଘଟଣାକୁ ଜାତୀୟ ବିପତ୍ତି ଘୋଷଣା ଏବଂ ଜ୍ୱର ରୋକିବାକୁ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ଆଦିବାସୀ ଭାଷାରେ ସଚେତନ କରିବାକୁ ସଂଘ ଦାବି କରିଥିଲା। ଆସନ୍ତାକାଲି ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ଆଗରେ ହରତାଳ କରିବାକୁ ମହାସଂଘ ଘୋଷଣା କରାଯାଇଛି।

ଆଜି ସୁଦ୍ଧ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୯୫ରେ ପହଞ୍ଚିଛି। ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଓ ସଚେତନତା ସତ୍ତ୍ୱେ ନିୟନ୍ତ୍ରଣ ହୋଇ ପାରିନାହିଁ ଜାପାନୀଜ ଏନସେଫାଲାଇଟିସ୍‌। ଏହି ରୋଗରେ ଗୋଟିଏ ପରେ ଗୋଟିଏ ଶିଶୁଙ୍କ ଜୀବନ ଚାଲିଯାଉଛି। ତେଣୁ ଏହାର ପ୍ରତିବାଦରେ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଏହି ବନ୍ଦ ଡାକରା ଦେଇଛି।

 

 

 

Previous ArticleNext Article

Send this to a friend