ସବୁବେଳେ ଆର୍ଥିକ ସଙ୍କଟରେ ବୁଡ଼ି ରହୁଛନ୍ତି କି? ଜାଣନ୍ତୁ କ’ଣ କହେ ଏସବୁ ହସ୍ତରେଖାର ସଙ୍କେତ

ଆପଣ ସବୁବେଳେ ଶୁଣିଥିବେ କି ମଣିଷର ଭାଗ୍ୟ ଭଲ ଥିଲେ, ସେ ସବୁକାମରେ ସଫଳ ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ମଣିଷ ହାତରେ ଅନେକ ଗୁପ୍ତ କଥା ଲୁଚି ରହିଛି । ପାପୁଲି ହାତରେଖା ସାହାଯ୍ୟରେ ଯେକୌଣସି ବ୍ୟକ୍ତିର ଭବିଷ୍ୟତ ଅନୁମାନ କରାଯାଇପାରେ ବୋଲି କୁହାଯାଏ । ହସ୍ତରେଖା ଆପଣଙ୍କ ପାଇଁ ବହୁତ ବଡ ମହତ୍ତ୍ୱ ରଖେ। ଜ୍ୟୋତିଷ ଶାସ୍ତ୍ରରେ ଆହୁରି କୁହାଯାଇଛି ଯେ, ପଇସା ତ’ ସମସ୍ତେ କମାଇଥାନ୍ତି  ମାତ୍ର ସମସ୍ତଙ୍କ ପାଖରେ ଏହା ରହି […]

line

line

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 02:51 PM IST

ଆପଣ ସବୁବେଳେ ଶୁଣିଥିବେ କି ମଣିଷର ଭାଗ୍ୟ ଭଲ ଥିଲେ, ସେ ସବୁକାମରେ ସଫଳ ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ମଣିଷ ହାତରେ ଅନେକ ଗୁପ୍ତ କଥା ଲୁଚି ରହିଛି । ପାପୁଲି ହାତରେଖା ସାହାଯ୍ୟରେ ଯେକୌଣସି ବ୍ୟକ୍ତିର ଭବିଷ୍ୟତ ଅନୁମାନ କରାଯାଇପାରେ ବୋଲି କୁହାଯାଏ । ହସ୍ତରେଖା ଆପଣଙ୍କ ପାଇଁ ବହୁତ ବଡ ମହତ୍ତ୍ୱ ରଖେ। ଜ୍ୟୋତିଷ ଶାସ୍ତ୍ରରେ ଆହୁରି କୁହାଯାଇଛି ଯେ, ପଇସା ତ’ ସମସ୍ତେ କମାଇଥାନ୍ତି  ମାତ୍ର ସମସ୍ତଙ୍କ ପାଖରେ ଏହା ରହି ନ ଥାଏ । ଏବିଷୟରେ ହସ୍ତରେଖା ହିଁ ଅନେକ କିଛି କହିଥାଏ । ଏଥିରେ ଥିବା ସଂକେତରୁ  ଆପଣଙ୍କ ପାଖକୁ ଆସୁଥିବା ପଇସା ରହିବ କି ନାହିଁ ଜଣାପଡ଼େ। ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା।
ମୁଣ୍ଡରେଖାରେ ଥିବା କୁଞ୍ଚନ- ଯଦି କୌଣସି ବ୍ୟକ୍ତିଙ୍କ ମୁଣ୍ଡରେଖାରେ କୁଞ୍ଚନ ଦେଖିବାକୁ ମିଳେ ତେବେ ସେହି ବ୍ୟକ୍ତି ସର୍ବଦା ଅଶାନ୍ତ ରହିଥାନ୍ତି । ମୁଣ୍ଡରେଖାରେ ଥିବା କଟା ଚିହ୍ନ ଏବଂ କୁଞ୍ଚନ କହିଥାଏ ଯେ, ସେହି ବ୍ୟକ୍ତିଙ୍କ ପାଖରେ ପଇସା ରହୁନି। ଏହି ରେଖା ହାତର ତର୍ଜନୀରୁ ବାହାରି ଚନ୍ଦ୍ର ପର୍ବତ ଆଡକୁ ଯାଇଥାଏ । ଏହି ରେଖା ଥିବା ବ୍ୟକ୍ତିଙ୍କ ଜୀବନରେ ଆକସ୍ମିକ ଖର୍ଚ୍ଚ ଅଧିକ ହୋଇଥାଏ ।

ଅନାମିକା ଆଙ୍ଗୁଠିରେ କଳାଜାଇ- ଅନାମିକା ଆଙ୍ଗୁଠି ବା ରିଙ୍ଗ୍‌ ଫିଙ୍ଗର୍‌ରେ କଳାଜାଇ ଥିବା ବ୍ୟକ୍ତି ପଇସା ବଞ୍ଚାଇ ରଖିପାରନ୍ତି ନାହିଁ । ଏହି ବ୍ୟକ୍ତିଙ୍କ ଜୀବନରେ ବଡ ବଡ ସମସ୍ୟା ଆସିଥାଏ ।

ସୂର୍ଯ୍ୟରେଖାରେ କଳାଜାଇ- ଅନାମିକା ଆଙ୍ଗୁଠିର ତଳେ ସୂର୍ଯ୍ୟରେଖା ରହିଥାଏ । ଏହି ସୂର୍ଯ୍ୟରେଖାରେ କଳାଜାଇ ଥିଲେ, ସେହି ବ୍ୟକ୍ତି ପଇସା ବଞ୍ଚାଇ ରଖିପାରନ୍ତି ନାହିଁ । ଏମାନଙ୍କ ଜୀବନରେ ଆର୍ଥିକ ସମସ୍ୟା ଦେଖା ଯାଇଥାଏ ।

ଜୀବନରେଖାରେ କଳାଜାଇ- ଆଙ୍ଗୁଠି ପାଖରେ ଥିବା ଶୁକ୍ର ପର୍ବତକୁ ଜୀବନରେଖା  ଘେରି ରହିଥାଏ । ଯେଉଁ ବ୍ୟକ୍ତିଙ୍କର ହାତରେ ଥିବା ଜୀବନରେଖାରେ କଳାଜାଇ ଥାଏ, ସେମାନଙ୍କ ଜୀବନରେ ମଧ୍ୟ ଆର୍ଥିକ ସଂକଟ ଦେଖା ଯାଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos