ଏମିତି ନିଶା ଯିଏ ପ୍ରସିଦ୍ଧ ଖେଳାଳିଙ୍କ ଜର୍ସି ସଂଗ୍ରହ କରିବାରେ ବ୍ୟସ୍ତ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଦୁନିଆରେ ସବୁ ଲୋକ ସମାନ ନଥାନ୍ତି। ଅନେକଙ୍କର ଇଚ୍ଛା ଥାଏ କିଛି ଭିନ୍ନ କରି ଦେଖେଇବା। ନିଜର ନିତିଦିନିଆ ସବୁ କାମ ସତ୍ତ୍ୱେ ବି ସେମାନେ ନିଜର ନିଶାରେ ହଜି ଯାଆନ୍ତି। ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରନ୍ତି। ଏହିଭଳି ଜଣେ ଯୁବକ ହେଲେ ସଂପୂର୍ଣ୍ଣ ରଥ। ଭୁବନେଶ୍ୱରରେ ରହୁଥିବା ସଂପୂର୍ଣ୍ଣ ଜଣେ ଖେଳ ପ୍ରେମୀ ଯୁବକ ଭାବେ ଖୁବ୍ ଜଣାଶୁଣା। ଅନେକ ଲୋକପ୍ରିୟ ଖେଳାଳିଙ୍କ ଜର୍ସି ସଂଗ୍ରହ କରିବାରେ ସେ ନିଆରା […]

sampurna1

sampurna1

Rakesh Mallick
  • Published: Monday, 19 March 2018
  • Updated: 19 March 2018, 10:33 AM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଦୁନିଆରେ ସବୁ ଲୋକ ସମାନ ନଥାନ୍ତି। ଅନେକଙ୍କର ଇଚ୍ଛା ଥାଏ କିଛି ଭିନ୍ନ କରି ଦେଖେଇବା। ନିଜର ନିତିଦିନିଆ ସବୁ କାମ ସତ୍ତ୍ୱେ ବି ସେମାନେ ନିଜର ନିଶାରେ ହଜି ଯାଆନ୍ତି। ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରନ୍ତି। ଏହିଭଳି ଜଣେ ଯୁବକ ହେଲେ ସଂପୂର୍ଣ୍ଣ ରଥ। ଭୁବନେଶ୍ୱରରେ ରହୁଥିବା ସଂପୂର୍ଣ୍ଣ ଜଣେ ଖେଳ ପ୍ରେମୀ ଯୁବକ ଭାବେ ଖୁବ୍ ଜଣାଶୁଣା। ଅନେକ ଲୋକପ୍ରିୟ ଖେଳାଳିଙ୍କ ଜର୍ସି ସଂଗ୍ରହ କରିବାରେ ସେ ନିଆରା ଅନୁଭବ ସାଉଁଟିଛନ୍ତି , ଯାହାକି ଏବେ ତାଙ୍କର ଏକ ଦୁର୍ବଳତା ପାଲଟିଯାଇଛି। ବର୍ତ୍ତମାନ ସୁଦ୍ଧା ସଂପୂର୍ଣ୍ଣ ଶତାଧିକ ଖେଳାଳିଙ୍କ ସ୍ପୋର୍ଟ ଜର୍ସି ସଂଗ୍ରହ କରିସାରିଲେଣି।

ପ୍ରବୋଧ ତିର୍କିଙ୍କ ଠାରୁ ସାଇନା ନେହ୍ୱାଲ୍ ଓ ଗୁରକିରତ ସିଂ ମନ୍‌ଙ୍କ ପର୍ଯ୍ୟନ୍ତ ଅନେକ ପ୍ରସିଦ୍ଧ ଖେଳାଳିଙ୍କ ଜର୍ସି ସଂଗ୍ରହ କରିଛନ୍ତି ଏବଂ ଖାଲି ଭାରତୀୟ ଖେଳାଳିଙ୍କର ନୁହେଁ ଅନ୍ତର୍ଜାତୀୟ ସ୍ତରର କ୍ରିକେଟର, ସଟଲର୍‌ , ଫୁଟବଲ ଓ  ହକି ଆଦି ଖେଳର ଲୋକପ୍ରିୟ ଖେଳାଳିଙ୍କ  ଜର୍ସି ସଂଗ୍ରହ କରିଛନ୍ତି। ସଂପୂର୍ଣ୍ଣ କହନ୍ତି, ସେ ୨୦୧୩ ମସିହାରେ ପ୍ରଥମେ ହକି ଖେଳାଳିଙ୍କ ଜର୍ସି ସଂଗ୍ରହ କରିବା ଆରମ୍ଭ କରିଥିଲେ। ତା’ପରେ ଧିରେ ଧିରେ ଅନ୍ୟ ସବୁ ଖେଳର ଜର୍ସି ପାଇଁ ତାଙ୍କର ଉତ୍ସାହ ବଢିଲା। ଏବେ ସେ ବିଭିନ୍ନ ଖେଳର ଜର୍ସି ଓ ଟୋପି ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ସୁଦ୍ଧା ସେ ଶହେରୁ ଅଧିକ ଖେଳାଳିଙ୍କ ପୋଷାକ ସଂଗ୍ରହ କରିସାରିଲେଣି। ଏଥିପାଇଁ ସବୁ ଖେଳାଳିଙ୍କ ସହ ନିଜର ପିତାମାତା ଓ ବନ୍ଧୁମାନଙ୍କୁ ଧନ୍ୟବାଦ ଦେଇଛନ୍ତି। କାରଣ ଏହିମାନଙ୍କ ସାହାଯ୍ୟ ଓ ପ୍ରେରଣାରେ ସେ ଏତେ ବାଟ ଆଗେଇଛନ୍ତି ବୋଲି କୁହନ୍ତି ସଂପୂର୍ଣ୍ଣ।

ଏକ ପ୍ରାଇଭେଟ୍ ମେଡିକାଲ୍ କଲେଜରେ ଦନ୍ତ ବିଭାଗର ଛାତ୍ର ଥିବା ସଂପୂର୍ଣ୍ଣ, ଜର୍ସି ସଂଗ୍ରହ ପାଇଁ ଦେଶ ଭିତରେ ଯେଉଁଠାରେ ଖେଳ ଅନୁଷ୍ଠିତ ହୁଏ ସେଠାକୁ ଯାଇଥାନ୍ତି। ଖାଲି ନିଜ ଦେଶର ଖେଳାଳିଙ୍କର ନୁହେଁ , ଅନ୍ତର୍ଜାତୀୟ ଖେଳାଳିଙ୍କର ଜର୍ସି ମଧ୍ୟ ସଂଗ୍ରହ କରନ୍ତି। ଏବେ ଭୁବନେଶ୍ୱର ଏକ ସ୍ପୋର୍ଟ୍ସ ହବ୍ ପାଲଟିଯାଇଛି। ନିୟମିତ ସମୟ ବ୍ୟବଧାନରେ ଏଠାରେ ବିଭିନ୍ନ ପ୍ରକାରରର ଖେଳ ସବୁ ଅନୁଷ୍ଠିତ ହେଉଛି। ସଂପୂର୍ଣ୍ଣ ଏହି ଖେଳ ସମୟରେ କର୍ମକର୍ତ୍ତାଙ୍କ ଅନୁମତି ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରସିଦ୍ଧ ଖେଳାଳିଙ୍କୁ ସାକ୍ଷାତ୍ କରନ୍ତି। ଏବଂ ସେମାନଙ୍କର ଜର୍ସି ଉପହାର ସ୍ୱରୂପ ଦେବାକୁ କହିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos