ଭୁଶୁଡ଼ିଲା ଆସ୍‌ପଣ୍ଡ: ପାଉଁଶ ପାଣିରେ ବୁଡ଼ିଗଲା ଶହ ଶହ ଏକର ଚାଷ ଜମି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କାତିକେଲାରେ ଥିବା ବେଦାନ୍ତର ଆସ୍‌ପଣ୍ଡ ଭୁଶୁଡ଼ି ପଡ଼ିଛି। ଫଳରେ ଶହ ଶହ ଏକର ଚାଷ ଜମିରେ ପାଉଁଶ ପାଣି ମାଡ଼ି ଯାଇଛି। ଜମିରେ ପାଉଁଶ ପାଣି ମାଡି ଯାଇଥିବାରୁ ଫସଲ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ରାତି ପ୍ରାୟ ସାଢେ ୯ଟାରୁ ୧୦ଟା ଭିତରେ ଏହି ଘଟଣା ଘଟିଛି। ପ୍ରାୟ ୭୦୦ ମିଟର ଆସ୍‌ପଣ୍ଡ ଭୁଶୁଡ଼ି ପଡ଼ିଛି। ଗତରାତିରୁ ଏହି ଘଟଣା ଘଟିଥିଲେ ବି କଂପାନୀ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା […]

Rakesh Mallick
  • Published: Tuesday, 29 August 2017
  • Updated: 29 August 2017, 09:28 AM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କାତିକେଲାରେ ଥିବା ବେଦାନ୍ତର ଆସ୍‌ପଣ୍ଡ ଭୁଶୁଡ଼ି ପଡ଼ିଛି। ଫଳରେ ଶହ ଶହ ଏକର ଚାଷ ଜମିରେ ପାଉଁଶ ପାଣି ମାଡ଼ି ଯାଇଛି। ଜମିରେ ପାଉଁଶ ପାଣି ମାଡି ଯାଇଥିବାରୁ ଫସଲ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ରାତି ପ୍ରାୟ ସାଢେ ୯ଟାରୁ ୧୦ଟା ଭିତରେ ଏହି ଘଟଣା ଘଟିଛି।

asspondପ୍ରାୟ ୭୦୦ ମିଟର ଆସ୍‌ପଣ୍ଡ ଭୁଶୁଡ଼ି ପଡ଼ିଛି। ଗତରାତିରୁ ଏହି ଘଟଣା ଘଟିଥିଲେ ବି କଂପାନୀ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ନାହଁନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ ଗତକାଲି ରାତି ପ୍ରାୟ ସାଢ଼େ ୮ ବେଳେ ଆସ୍‌ପଣ୍ଡ ଭାଙ୍ଗିଗଲା। ଆମେ ଭୟରେ ଘରେ ରହିପାରି ନ ଥିଲୁ। ଛୁଆ ପିଲାଙ୍କୁ ଧରି ବାହାରେ ଅଛୁ। ଏତେ ସମୟ ହେଲାଣି କିନ୍ତୁ ପ୍ରଶାସନ କିମ୍ୱା ବେଦାନ୍ତ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ନାହାନ୍ତି। ଆମ ପାଇଁ କିଛି ସୁବିଧା ମଧ୍ୟ କରି ନାହାଁନ୍ତି। ପାଉଁଶ ପାଣି ମାଡ଼ି ଯିବାରୁ ପ୍ରାୟ ୩ଶହ ଏକର ଜମି ନଷ୍ଟ ହୋଇଛି।”

[vc_video link="https://www.youtube.com/watch?v=58t8yRp-DsY" align="center"]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos