୧୪ ଜୁନ୍, ଗୁରୁବାର: ଜାଣନ୍ତୁ ପହିଲି ରଜରେ ଆପଣଙ୍କ ଦିନଟି କେମିତି କଟିବ

rashi

ମେଷ: କୌଣସି ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବ୍ୟବସାୟକୁ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବାକୁ ଚେଷ୍ଟା କରିବେ। ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ।

ବୃଷ: କାହା ସହିତ ବାଦ-ବିବାଦ ହୋଇପାରେ। ତେଣୁ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ରାସ୍ତାରେ ଯିବା ଆସିବା କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ମନ ଅଶାନ୍ତ ରହିବ।

ମିଥୁନ: ସତେଜ ଅନୁଭବ କରିବେ। ଆଶା କରିଥିବା କାର୍ଯ୍ୟ ସଂପନ୍ନ ହେବ। ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ। ଅର୍ଥଲାଭ ଯୋଗ ରହିଛି। ସୁସ୍ୱାଦୁ ଭୋଜନ ଖାଇବେ।

କର୍କଟ: ଅଧିକ ଅର୍ଥ ଖର୍ଚ୍ଚ ହେବ। ଅଫିସ୍‌ରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନ ହେଲେ ସମସ୍ୟାରେ ପଡ଼ିବେ।

ସିଂହ: ଭଲ ସୁଯୋଗ ହାତଛଡ଼ା କରିବେ। କୌଣସି ବନ୍ଧୁଙ୍କଠାରୁ ଉପହାର ମିଳିପାରେ। ବ୍ୟବସାୟରେ ଭଲ ଲାଭ ହେବ। ବିଦେଶରୁ ଶୁଭ ଖବର ମିଳିପାରେ। ଅସୁସ୍ଥ ଅନୁଭବ କରିପାରନ୍ତି।

କନ୍ୟା: ନୂଆ କାର୍ଯ୍ୟ ପାଇଁ ଯୋଜନା କରୁଥିଲେ ଆଜି ସେଦିଗରେ ଅଗ୍ରସର ହେବେ। ଘରେ କାହାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି।

ତୁଳା: ସନ୍ତାନସନ୍ତତିଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ବ୍ୟବସାୟରେ ସମସ୍ୟା ଦେଖାଯାଇପାରେ। ଅଯଥାରେ ଅଧିକ ଖର୍ଚ୍ଚାନ୍ତ ହେବେ। ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ସାବଧାନ ରୁହନ୍ତୁ।

ବିଛା: ଯେକୌଣସି ପ୍ରକାର ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଖାଇବା-ପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଚାକିରି ଖୋଜୁଥିବା ଯୁବକଯୁବତୀମାନେ ଆଜି କୌଣସି ବେସରକାରୀ କଂପାନୀରୁ ଅଫର ପାଇପାରନ୍ତି।

ଧନୁ: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ସମାଜରେ ମାନ-ପ୍ରତିଷ୍ଠା ବଢ଼ିବ। ଭାଗିଦାରୀ କାର୍ଯ୍ୟରୁ ଲାଭ ମିଳିବ।

ମକର: ବ୍ୟବସାୟରେ ସଫଳତା ମିଳିବ। ଅଟକି ରହିଥିବା କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ଧନଲାଭ ଯୋଗ ରହିଛି। ନିଜ କାର୍ଯ୍ୟରେ ଯଶ ପ୍ରାପ୍ତି ହେବ।

କୁମ୍ଭ: ମନ ଶାନ୍ତ ରହିବ। ବୁଝିବିଚାରି କାମ କରିବେ। କିଛି ନୂଆ କାମ ଆଜି ଆରମ୍ଭ ନ କଲେ ଭଲ। ହଠାତ୍ ଅର୍ଥ ଖର୍ଚ୍ଚ ହେବ।

ମୀନ: ଦିନଟି ଭଲରେ କଟିବ। ଘର ଅବା ଗାଡ଼ି କିଣିବା ପାଇଁ ଯୋଜନା ବନାଇବେ। ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ମହିଳାଙ୍କ ସହ ଭଲ ବ୍ୟବହାର କରନ୍ତୁ।

Previous ArticleNext Article

Leave a Reply

Send this to a friend