ଜଷ୍ଟିସ୍ ଦୀପକ ମିଶ୍ର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ଦୀପକ ମିଶ୍ର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଥିଲେ। ସେ ଦେଶର ୪୫ ତମ ମୁଖ୍ୟ ବିଚାରପତି ହୋଇଛନ୍ତି। ତୃତୀୟ ଓଡ଼ିଆ ଭାବେ ଜଷ୍ଟିସ୍ ମିଶ୍ର ଏହି ସମ୍ମାନଜନକ ପଦ ଅଳଙ୍କୃତ କରିଛନ୍ତି। ୨୦୧୮ ଅକ୍ଟୋବର ୨ ତାରିଖ ଯାଏଁ ସେ ଏହି ପଦରେ ରହିବେ। ନିଜର ରାୟ ପାଇଁ ବେଶ୍ ସୁନାମ ଅର୍ଜନ କରିଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର । […]

Rakesh Mallick
  • Published: Monday, 28 August 2017
  • Updated: 28 August 2017, 09:50 AM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ଦୀପକ ମିଶ୍ର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଥିଲେ। ସେ ଦେଶର ୪୫ ତମ ମୁଖ୍ୟ ବିଚାରପତି ହୋଇଛନ୍ତି। ତୃତୀୟ ଓଡ଼ିଆ ଭାବେ ଜଷ୍ଟିସ୍ ମିଶ୍ର ଏହି ସମ୍ମାନଜନକ ପଦ ଅଳଙ୍କୃତ କରିଛନ୍ତି। ୨୦୧୮ ଅକ୍ଟୋବର ୨ ତାରିଖ ଯାଏଁ ସେ ଏହି ପଦରେ ରହିବେ।

chiefନିଜର ରାୟ ପାଇଁ ବେଶ୍ ସୁନାମ ଅର୍ଜନ କରିଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର । ଉତ୍ତରାଖଣ୍ଡରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ ଜଷ୍ଟିସ୍ ମିଶ୍ର। ସେହିପରି ସିନେମା ହଲ୍‌ରେ ଚଳଚ୍ଚିତ୍ର ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ପ୍ରଦର୍ଶନ ପାଇଁ ସୁପ୍ରିମକୋର୍ଟଙ୍କ ଯେଉଁ ବେଞ୍ଚ ନିର୍ଦ୍ଦେଶ ଦେଇଥିଲେ ତା’ର ସଦସ୍ୟ ଥିଲେ ଜଷ୍ଟିସ୍ ମିଶ୍ର। ଏହାବ୍ୟତୀତ ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ମାମଲାର ଶୁଣାଣି ହୋଇଥିବା ସୁପ୍ରିମକୋର୍ଟ ଖଣ୍ଡପୀଠରେ ସେ ଅନ୍ୟତମ ସଦସ୍ୟ ଥିଲେ। ଏଥିସହ ଏଫ୍‌ଆଇଆର ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ୱେବସାଇଟରେ ସମସ୍ତ ତଥ୍ୟ ଅପଲୋଡ୍ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ମୁମ୍ବାଇ ବିସ୍ଫୋରଣ ମାମଲାର ଦୋଷୀ ୟାକୁବ୍ ମେମନର ଫାଶୀ ଦଣ୍ଡ ରୋକିବା ଲାଗି  ହୋଇଥିବା ଆବେଦନର ଶୁଣାଣି ତାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ହୋଇଥିଲା। ରାତିସାରା ଶୁଣାଣି କରିବା ପରେ ଭୋର ୪ଟା ୫୫ ମିନିଟରେ ଫାଶୀ ଦଣ୍ଡାଦେଶକୁ କାଏମ୍ ରଖିଥିଲେ ଜଷ୍ଟିସ ମିଶ୍ର।

ଜଷ୍ଟିସ୍ ମିଶ୍ରଙ୍କ ପୂର୍ବରୁ ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଏବଂ ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ। ଜଷ୍ଟିସ୍ ଦୀପକ ମିଶ୍ର ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚରାପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ରଙ୍କ ପୁତୁରା। ଜଷ୍ଟିସ୍ ମିଶ୍ର ୧୯୯୬, ଜାନୁଆରୀ ୧୭ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଓ ୧୯୯୭ ଡିସେମ୍ବର ୧୯ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ସେ। ସୁପ୍ରିମକୋର୍ଟ ବିଚାରପତି ହେବା ପୂର୍ବରୁ ସେ ୨୦୦୯ ଡିସେମ୍ବରରେ ପାଟନା ହାଇକୋର୍ଟ ଓ ୨୦୧୦ ମେ ୨୪ରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story