ଡାକ୍ତରଙ୍କ ଘରୁ ଚୋରି; ନେଇଗଲେ ଟଙ୍କା ଓ ସୁନା  

Theft-at-doctor's-house

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମେଡିକାଲ ଇନଚାର୍ଜ ଡାକ୍ତର ଜୟପାଲ ସେନାପତିଙ୍କ ଘରୁ  ସୁନାଗହଣା ସହିତ ମୋଟ ୩ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଯାଇଛି।  ଜୟପାଲ ଏନେଇ ଥାନାରେ ଏତଲା ଦେଇଛନ୍ତି। ପୋଲିସ୍‌ ଏହାର ତଦନ୍ତ କରୁଛି।  ଫୁଲବାଣୀରୁ  ଏକ ସାଇଣ୍ଟିଫିକ ଟିମ୍  ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛି।

ଡାକ୍ତର ଜୟପାଲଙ୍କ ପରିବାର ରାଜ୍ୟ ବାହାରକୁ ଯାଇଥିବା ବେଳେ ତାଙ୍କ ଘରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି ।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend