ଟ୍ରକ୍ ଧକ୍କାରେ ୨ବାଇକ୍‌ ଆରୋହୀ ମୃତ, ଟ୍ରକ୍‌କୁ ଜାଳି ଦେଲେ ଲୋକେ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୁରାଢମଲ ଛକରେ ଆଜି ଏକ ଟ୍ରକ୍‌ ଧକ୍କାରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ  ଦେବା ଦାବିରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉତ୍ତେଜନା ଯୋଗୁଁ ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

Previous ArticleNext Article

Send this to a friend