ଶୋଇବାର ବି ଥାଏ ନିର୍ଦ୍ଦିଷ୍ଟ ଶୈଳୀ: ପଢ଼ନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଖାଇବା, ପିଇବା ଭଳି ଶୋଇବା ଶରୀର ପାଇଁ ନିହାତି ଆବଶ୍ୟକ। ଠିକ୍‌ ଭାବରେ ନ ଶୋଇଲେ ଶରୀର ଖରାପ ହୋଇଥାଏ। କେତେକ କ୍ଷେତ୍ରରେ ନିଦ୍ରାହୀନତା ଭଳି ରୋଗ ମଧ୍ୟ ଦେଖା ଦେଇଥାଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ସେଥିପାଇଁ ଡାକ୍ତରମାନେ ପୂରା ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି। ଦିନସାରା କାମ କରି ଆମେ ଥକି ପଡ଼ନ୍ତି। ଆଉ ଥକାରେ ଶୋଇଲା ବେଳେ ଭୁଲ କି ଠିକ୍ ଶୈଳୀରେ […]

sleeping

sleeping

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 04:15 PM IST

Sports

Latest News

ଖାଇବା, ପିଇବା ଭଳି ଶୋଇବା ଶରୀର ପାଇଁ ନିହାତି ଆବଶ୍ୟକ। ଠିକ୍‌ ଭାବରେ ନ ଶୋଇଲେ ଶରୀର ଖରାପ ହୋଇଥାଏ। କେତେକ କ୍ଷେତ୍ରରେ ନିଦ୍ରାହୀନତା ଭଳି ରୋଗ ମଧ୍ୟ ଦେଖା ଦେଇଥାଏ। ନିଦର ଅଭାବ ହେଲେ ଅଳ୍ପ ବୟସରୁ ନାନା ପ୍ରକାର ରୋଗ ମାଡ଼ି ବସେ। ସେଥିପାଇଁ ଡାକ୍ତରମାନେ ପୂରା ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି।

ଦିନସାରା କାମ କରି ଆମେ ଥକି ପଡ଼ନ୍ତି। ଆଉ ଥକାରେ ଶୋଇଲା ବେଳେ ଭୁଲ କି ଠିକ୍ ଶୈଳୀରେ ଶୋଇଲେ ତାହା ଜଣା ପଡ଼େ ନାହିଁ। ଏହି ଶୋଇବା ଶୈଳୀ ହିଁ ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ।  ଶରୀର ପ୍ରତ୍ୟେକ କ୍ରିୟା ନିର୍ଦ୍ଦିଷ୍ଟ ନିୟମରେ ସମ୍ପାଦନ ହେଉଥିବା ଭଳି ଶୋଇବାରେ ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି।

ଶୋଇବା ନିୟମକୁ ନେଇ ଓଡ଼ିଆରେ ଗୋଟେ କଥା ଅଛି “ଖାଇବା ଡାଏଁ ଶୋଇବା ବାଏଁ” ଅର୍ଥାତ୍ ଡାହାଣ ହାତରେ ଖାଇବ ଓ ବାମ କଡ଼େ ଶୋଇବ। ଏହି କଥା ଏବେ ବିଶେଷଜ୍ଞମାନେ ବି କହିଲେଣି। ବିଶେଷଜ୍ଞଙ୍କ କହିବା ଅନୁସାରେ ବାମ ପଟେ କଡ଼େଇ ଶୋଇଲେ ଶରୀର ପାଇଁ ହିତକର ହୋଇଥାଏ। ଏପରି କରୁଥିବା ବ୍ୟକ୍ତି ଅନ୍ୟମାନଙ୍କଠାରୁ ବୁଦ୍ଧିମାନ ହୋଇଥାନ୍ତି। ବାମ ପଟେ କଡ଼େଇ ଶୋଇଲେ ମସ୍ତିଷ୍କର ମାଂସପେଷୀ ସୁସ୍ଥ ଓ ଫୂର୍ତ୍ତିଯୁକ୍ତ ହୋଇଥାନ୍ତି। ଏଥିରେ ବ୍ୟକ୍ତିର ମାନସିକ ସ୍ଥିତି ଉତ୍ତମ ରହିଥାଏ।

ଆହୁରି ମଧ୍ୟ ପଢ଼ନ୍ତୁ: କ୍ଷୀରରେ  ତୁଳସୀପତ୍ର ମିଶାଇ ପିଅନ୍ତୁ : ହେବ ନାହିଁ ଏହି ୫ଟି ରୋଗ

ଡାକ୍ତରଙ୍କ କହିବା କଥା ବାମପଟେ କଡ଼େଇ ଶୋଇଲେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ରସିକା ତନ୍ତ୍ର ଦେଇ ବାହାରକୁ ବାହାରି ଯାଇଥାଏ। ବାମପଟେ ଶୋଇଲେ ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହିତ ବିଚାର ଶକ୍ତି ମଧ୍ୟ ବୃଦ୍ଧି ପାଏ ଓ ମସ୍ତିଷ୍କର ସନ୍ତୁଳନ ଠିକ୍ ରହିଥାଏ। ଏହା ଗର୍ଭବତୀ ମହିଳାଙ୍କ ପାଇଁ ବି ଲାଭକାରୀ ହୋଇଥାଏ। ଏଥିରେ ମା’ ପେଟରେ ଥିବା ଶିଶୁର ମୃତ୍ୟୁ ହେବାର ଚାନ୍‌ସ କମ୍ ଥାଏ। ଏଥିସହିତ ବାମପଟେ କଡ଼େଇ ଶୋଇଲେ ଏସିଡିଟି, ଗ୍ୟାସ୍ ଭଳି ଅନେକ ରୋଗରୁ ମୁକ୍ତି ମିଳିବା ସହିତ କିଡ୍‌ନୀ ଓ ଲିଭର ପରିଷ୍କାର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos