ଜାଣନ୍ତୁ ସ୍ୱପ୍ନରେ ସମ୍ପର୍କୀୟଙ୍କୁ ଦେଖିଲେ କ’ଣ ସଙ୍କେତ ମିଳେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଜଣେ ବ୍ୟକ୍ତି  କିଛି ସ୍ୱପ୍ନ ଦେଖନ୍ତି ଏହା ପଛରେ କିଛି ନା କିଛି ରହସ୍ୟ ଲୁଚି ରହିଥାଏ। ଅନେକଥର ସ୍ୱପ୍ନ ଭବିଷ୍ୟତର ଘଟଣା ବିଷୟରେ ଚେତାବନୀ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ସଂପର୍କୀୟଙ୍କୁ ଦେଖିଲେ କ’ଣ ସଙ୍କେତ ମିଳିଥାଏ। ସ୍ୱପ୍ନରେ ଯଦି କୌଣସି ସଂପର୍କୀୟ ନଜର ଆସନ୍ତି ଏହା ଶୁଭ ସଙ୍କେତକୁ ଦର୍ଶାଏ। ସ୍ୱପ୍ନରେ ମାମୁଁ ଦେଖନ୍ତି ତେବେ ଏହା ମଧ୍ୟ ଶୁଭ ସଙ୍କେତ ହୋଇଥାଏ। ଏହା ସୁରକ୍ଷା, ପ୍ରେମ […]

288723

288723

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 08:54 AM IST

Sports

Latest News

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଜଣେ ବ୍ୟକ୍ତି  କିଛି ସ୍ୱପ୍ନ ଦେଖନ୍ତି ଏହା ପଛରେ କିଛି ନା କିଛି ରହସ୍ୟ ଲୁଚି ରହିଥାଏ। ଅନେକଥର ସ୍ୱପ୍ନ ଭବିଷ୍ୟତର ଘଟଣା ବିଷୟରେ ଚେତାବନୀ ଦେଇଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ସଂପର୍କୀୟଙ୍କୁ ଦେଖିଲେ କ’ଣ ସଙ୍କେତ ମିଳିଥାଏ।

  • ସ୍ୱପ୍ନରେ ଯଦି କୌଣସି ସଂପର୍କୀୟ ନଜର ଆସନ୍ତି ଏହା ଶୁଭ ସଙ୍କେତକୁ ଦର୍ଶାଏ।
  • ସ୍ୱପ୍ନରେ ମାମୁଁ ଦେଖନ୍ତି ତେବେ ଏହା ମଧ୍ୟ ଶୁଭ ସଙ୍କେତ ହୋଇଥାଏ। ଏହା ସୁରକ୍ଷା, ପ୍ରେମ ଓ ବୁଦ୍ଧିମାନର ସଙ୍କେତ ହୋଇଥାଏ। ବିଶେଷ କରି ଏହା ବ୍ୟକ୍ତି ପାଇଁ ଉତ୍ସାହ ପୂର୍ଣ୍ଣ ହୋଇଥାଏ।
  • ଯଦି ସ୍ୱପ୍ନରେ ନିଜ ମାମୁଙ୍କୁ ଦେଖି ଭୟଭୀତ ହୁଅନ୍ତି ତେବେ ସେହି ବ୍ୟକ୍ତି ପାଇଁ ଜୀବନରେ ଶାନ୍ତି ଓ ପ୍ରେମର ଅଭାବ ରହିଛି।
  • ଯଦି ସ୍ୱପ୍ନରେ ନିଜ ମାମୁଙ୍କୁ କୌଣସି ଉତ୍ସବରେ ଦେଖୁଛନ୍ତି ତେବେ ଏହା ଭଲ ସଙ୍କେତ ନୁହେଁ। ଏହା ଶୋକ ସଙ୍କେତ ଦେଇଥାଏ ।
  • ଯଦି କୌଣସି ସ୍ତ୍ରୀ ସ୍ୱପ୍ନରେ ନିଜ ସ୍ୱାମୀଙ୍କୁ ଦେଖନ୍ତି ତେବେ ତାଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।
  • ସ୍ୱପ୍ନରେ ଭାଇଙ୍କୁ ଦେଖିବା ଅର୍ଥ ଆପଣ ନୂଆ ବନ୍ଧୁ କରିପାରନ୍ତି।
  • ସ୍ୱପ୍ନରେ ମା’ଙ୍କୁ ଦେଖିବା ସୌଭାଗ୍ୟର ସଙ୍କେତ ହୋଇଥାଏ। ଏହାର ଅର୍ଥ ଜୀବନରେ ଶୀଘ୍ର ଶୁଭ ସମାଚାର ମିଳିବ।
  • ଅଜା ଓ ଆଈ କିମ୍ବା ଜେଜେ ଓ ଜେଜେମାଙ୍କୁ ସ୍ୱପ୍ନରେ ଦେଖିବା  ଜୀବନରେ ସୁରକ୍ଷା ଏବଂ ବୁଦ୍ଧି ବଢିବାର  ସଙ୍କେତ ଦେଇଥାଏ ।
  • ଯଦି ଗୁରୁ କିମ୍ବା ଅଧ୍ୟାପକଙ୍କୁ ସ୍ୱପ୍ନରେ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଆପଣଙ୍କର ଆଧ୍ୟାତ୍ମିକ ପ୍ରତି ଆସକ୍ତି ବଢିବ।
  • ସ୍ୱପ୍ନରେ କୌଣସି ମହିଳାକୁ ଶାଢି ସହ ଦେଖନ୍ତି ତେବେ ଘରକୁ ଟଙ୍କା ଆସିବାର ସଙ୍କେତ ହୋଇଥାଏ। କୁହାଯାଏଯେ ଲାଲ ସିନ୍ଦୁରରେ ଦେଖିବାକୁ ମହାଲକ୍ଷ୍ମୀଙ୍କର ରୂପ କୁହାଯାଏ । ଏହାର ଅର୍ଥ ହେଉଛିଯେ ଯଦି କୌଣସି ବ୍ୟକ୍ତିର ଆର୍ଥିକ ସମସ୍ୟା ରହିଛି। ତେବେ ଏଭଳି ସ୍ୱପ୍ନ ଦେଖିବା ଦ୍ୱାରା ଧନ ପ୍ରାପ୍ତି ହେବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos