ବାସ୍ତୁଶାସ୍ତ୍ର ମୁତାବକ ୪ଟି କଥା ଉପରେ ଧ୍ୟାନ ଦେଲେ ମିଳିଥାଏ ସଫଳତା

ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ପରିଶ୍ରମ କରିବା ଜରୁରୀ। ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥାଏ। ତେବେ ଅନେକଙ୍କୁ ନିଜ ପରିଶ୍ରମ ଅନୁଯାୟୀ ଫଳ ମିଳି ପାରି ନଥାଏ। ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ବାସ୍ତୁଶାସ୍ତ୍ରରେ ଏହାର ନିରାକରଣ ବିଧି ରହିଛି। ବିଶ୍ୱାସ କରାଯାଏ ଘର ସହ ଜଡିତ କିଛି ନିୟମ ପାଳନ କରିବା ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ। ଭଗବାନ ଗଣେଶ ବୁଦ୍ଧି ଓ ସମୃଦ୍ଧିର […]

bastu

bastu

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 09:51 AM IST

Sports

Latest News

ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ପରିଶ୍ରମ କରିବା ଜରୁରୀ। ଏଥିପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥାଏ। ତେବେ ଅନେକଙ୍କୁ ନିଜ ପରିଶ୍ରମ ଅନୁଯାୟୀ ଫଳ ମିଳି ପାରି ନଥାଏ। ଆପଣ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ବାସ୍ତୁଶାସ୍ତ୍ରରେ ଏହାର ନିରାକରଣ ବିଧି ରହିଛି। ବିଶ୍ୱାସ କରାଯାଏ ଘର ସହ ଜଡିତ କିଛି ନିୟମ ପାଳନ କରିବା ଦ୍ୱାରା ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ।

patung-ganeshaଭଗବାନ ଗଣେଶ ବୁଦ୍ଧି ଓ ସମୃଦ୍ଧିର ଦେବତା। ଘରେ ବା ଅଫିସ୍‌ରେ ଅଷ୍ଟବିନାୟକ ମୂର୍ତ୍ତି ରଖିବା ଶୁଭ। ଏହି ମୂର୍ତ୍ତି ଘରେ ବା ଅଫିସ୍‌ରେ ରଖିବା ଦ୍ୱାରା ସଫଳତାରେ ବାଧା ସୃଷ୍ଟି କରୁଥିବା ସମସ୍ତ କାରଣ ଶେଷ ହୋଇଥାଏ। ସୁଖଶାନ୍ତି ବୃଦ୍ଧି ପାଇଥାଏ। ଅଷ୍ଟ ବିନାୟକ ମୂର୍ତ୍ତିକୁ ଦକ୍ଷିଣ-ପୂର୍ବ ଦିଗ ଆଡକୁ ମୁହଁ କରି ରଖନ୍ତୁ।

blowହିନ୍ଦୁ ଧର୍ମ ଅନୁସାରେ ଅଗ୍ନିକୁ ଦେବତା ରୂପେ ବିଶ୍ୱାସ କରାଯାଏ। ତେଣୁ ଦୀପ, ମହମବତୀ, ଦିଆସିଲି କାଠିକୁ ଫୁଙ୍କିକରି ଲିଭାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ପିଛା ଛାଡିନଥାଏ।

laughingବାସ୍ତୁଶାସ୍ତ୍ର ଅନୁସାରେ ଲାଫିଂବୁଦ୍ଧ ମୂର୍ତ୍ତିକୁ ଧନ-ସଂପତ୍ତିର ଦେବତା ବୋଲି ବିଶ୍ୱାସ କରାଯାଏ। ଏହି ମୂର୍ତ୍ତିକୁ ଘରେ ରଖିବା ଦ୍ୱାରା ସୁଖ, ସମୃଦ୍ଧି ବୃଦ୍ଧି ହୁଏ। ଏହି ମୂର୍ତ୍ତିକୁ ଡାଇନିଂ ରୁମ୍‌ର ଠିକ୍‌ ସାମନାରେ ରଖିଦିଅନ୍ତୁ। ଘରକୁ ଅତିଥି ଆସିଲେ ଯେପରି ମୂର୍ତ୍ତିର ମୁହଁ ଦେଖାଯିବ।

fishଘରେ ଆକ୍ୱାରିୟମ୍‌ ରଖିବା ଶୁଭ। କାର୍ଯ୍ୟରେ ବାରମ୍ୱାର ଅସଫଳତା ମିଳୁଥିଲେ ଘରେ ମାଛକୁ ରଖି ଖାଇବାକୁ ଦେବା ଶୁଭ। କୁହାଯାଏ ଘର ଉପରେ ବିପତ୍ତି ଆସିଲେ ଏମାନଙ୍କ ଉପରକୁ ବିପତ୍ତି ଆଗ ଚାଲିଯାଏ। ଘରର ମୁଖ୍ୟଦ୍ୱାରର ଡାହଣ ଭାଗରେ ଆକ୍ୱାରିୟମ୍‌ ନରଖି ଘରର ଉତ୍ତର,ଦକ୍ଷିଣ-ପୂର୍ବ,ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos