ଘରେ ପ୍ରସ୍ତୁତ କରନ୍ତୁ ୟମି ଏଲୋଜେଲୋ

ଆବଶ୍ୟକ ସାମଗ୍ରୀ: ମଇଦା, ଗୁଆ ଘିଅ, ଲୁଣ, ଖାଇବା ସୋଢା, ରିଫାଇନ୍‌ ତେଲ ଓ ଚିନି ପ୍ରସ୍ତୁତି ପ୍ରଣାଳୀ: ମଇଦାରେ ଅଳ୍ପ ଗୁଆଘିଅ, ଲୁଣ ଓ ଖାଇବା ସୋଢ଼ା ପକାଇ ଭଲ ଭାବେ ଚକଟନ୍ତୁ। ଚକଟି ସାରିବା ପରେ ଏହାକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ। ଏବେ ଚକଟା ଯାଇଥିବା ମଇଦାକୁ ଗୋଳା କରି ବେଲି ଦିଅନ୍ତୁ। ମଇଦା ଗୋଳାକୁ ଗୋଲ ଗୋଲ ଆକାରରେ ବେଲି ସାରିବା ପରେ ଏହାକୁ ଫଟୋ (ତଳେ)ରେ ଦେଖାଯାଇଥିବା ଭଳି […]

sweet

sweet

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 12:46 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ମଇଦା, ଗୁଆ ଘିଅ, ଲୁଣ, ଖାଇବା ସୋଢା, ରିଫାଇନ୍‌ ତେଲ ଓ ଚିନି

ପ୍ରସ୍ତୁତି ପ୍ରଣାଳୀ: ମଇଦାରେ ଅଳ୍ପ ଗୁଆଘିଅ, ଲୁଣ ଓ ଖାଇବା ସୋଢ଼ା ପକାଇ ଭଲ ଭାବେ ଚକଟନ୍ତୁ। ଚକଟି ସାରିବା ପରେ ଏହାକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ।

ଏବେ ଚକଟା ଯାଇଥିବା ମଇଦାକୁ ଗୋଳା କରି ବେଲି ଦିଅନ୍ତୁ। ମଇଦା ଗୋଳାକୁ ଗୋଲ ଗୋଲ ଆକାରରେ ବେଲି ସାରିବା ପରେ ଏହାକୁ ଫଟୋ (ତଳେ)ରେ ଦେଖାଯାଇଥିବା ଭଳି ଛୁରୀ ସାହାଯ୍ୟରେ କାଟନ୍ତୁ।

sweet1ଏବେ ଉପରୁ ତଳ ପର୍ଯ୍ୟନ୍ତ ଧୀରେ ଧୀରେ ଗୁଡ଼ାଇ ଆଣି ଖଜା ତିଆରି କରନ୍ତୁ (ନିମ୍ନରେ ଫଟୋରେ ଦେଖନ୍ତୁ)।

333ଏହାପରେ କଡ଼େଇରେ ତେଲଗରମ କରନ୍ତୁ। ପ୍ରସ୍ତୁତ କରି ରଖିଥିବା ଖଜାକୁ ତେଲରେ ଛାଣି ଦିଅନ୍ତୁ।

ଏହାକୁ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚିନି ଶିରାରେ ପକାଇ ଛାଣିଆଣନ୍ତୁ। ପ୍ରସ୍ତୁତ ହୋଇଗଲା କୁର୍‌କୁରିଆ ଏଲୋଜେଲୋ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos