କେମିତି ଓ କାହିଁକି ଆସେ ଅନାସ୍ଥା ପ୍ରସ୍ତାବ ? ପଢ଼ନ୍ତୁ ସଂସଦୀୟ ଇତିହାସରେ କେଉଁ ସରକାର ବିରୋଧରେ ଆସିଛି ସର୍ବାଧିକ ଅନାସ୍ଥା

ନୂଆଦିଲ୍ଲୀ: ଶୁକ୍ରବାର ଟିଡିପି (ତେଲଗୁ ଦେଶମ ପାର୍ଟି) ଏନ୍‌ଡିଏଠାରୁ ତା’ର ସମର୍ଥନ ପ୍ରତ୍ୟାହାର କରି ନେଇଛି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଟିଡିପି ବିଜେପିଠାରୁ ସମର୍ଥନ ପ୍ରତ୍ୟାହାର କରିଛି। ଏଥିସହିତ ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଛି ଦଳ। କେନ୍ଦ୍ର ସରକାରଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ। ଏନେଇ ଅଣ୍ଟା ଭିଡ଼ୁଛନ୍ତି କିଛି କେନ୍ଦ୍ରୀୟ ଓ ଆଞ୍ଚଳିକ ଦଳ। ଟିଡିପି ସୋମବାର ଲୋକସଭାରେ ଏହି […]

noconfidencemotion

noconfidencemotion

Rakesh Mallick
  • Published: Friday, 16 March 2018
  • Updated: 16 March 2018, 09:15 PM IST

Sports

Latest News

ନୂଆଦିଲ୍ଲୀ: ଶୁକ୍ରବାର ଟିଡିପି (ତେଲଗୁ ଦେଶମ ପାର୍ଟି) ଏନ୍‌ଡିଏଠାରୁ ତା’ର ସମର୍ଥନ ପ୍ରତ୍ୟାହାର କରି ନେଇଛି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଟିଡିପି ବିଜେପିଠାରୁ ସମର୍ଥନ ପ୍ରତ୍ୟାହାର କରିଛି। ଏଥିସହିତ ଏନ୍‌ଡିଏ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଛି ଦଳ।

କେନ୍ଦ୍ର ସରକାରଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ। ଏନେଇ ଅଣ୍ଟା ଭିଡ଼ୁଛନ୍ତି କିଛି କେନ୍ଦ୍ରୀୟ ଓ ଆଞ୍ଚଳିକ ଦଳ। ଟିଡିପି ସୋମବାର ଲୋକସଭାରେ ଏହି ପ୍ରସ୍ତାବ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଛି। ଏହା ପୂର୍ବରୁ ଆଜି ୱାଇ ଏସ୍‌ଆର୍‌ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚେଷ୍ଟା କରିଥିଲା, କିନ୍ତୁ ଗୃହରେ ପ୍ରବଳ ହଟ୍ଟଗୋଳ ହେବା ଯୋଗୁଁ ବାଚସ୍ପତି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ତେଣୁ ସୋମବାର ଟିଡିପି ଏହି ପ୍ରସ୍ତାବ ଆଣିବାକୁ ଚେଷ୍ଟା କରୁଛି।

ନିୟମ ଅନୁସାରେ ଟିଡିପି ଏକାକୀ ଏହି ପ୍ରସ୍ତାବ ଆଣିପାରିବ ନାହିଁ। କାରଣ ଲୋକସଭାରେ ଦଳର ମାତ୍ର ୧୬ ଜଣ ସାଂସଦ ଅଛନ୍ତି। ଏହି ପ୍ରସ୍ତାବ ଆଣିବାକୁ ହେଲେ ଦଳକୁ ଅତିକମ୍‌ରେ ୫୦ ଜଣ ସାଂସଦଙ୍କ ସମର୍ଥନ ନିହାତି ଆବଶ୍ୟକ।

ଅନାସ୍ଥା ପ୍ରସ୍ତାବର ପ୍ରକ୍ରିୟା: ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଥିବା ଦଳ ପ୍ରଥମେ ସଭାପତିଙ୍କୁ ଏ ବିଷୟରେ ଏକ ଲିଖିତ ସୂଚନା ଦେବେ। ଏହାପରେ ସଭାପତି ସେହି ଦଳର ଜଣେ ସାଂସଦଙ୍କ ଜରିଆରେ ପ୍ରସ୍ତାବକୁ ସଂସଦରେ ଉଠାଇବାକୁ ଅନୁମତି ଦେବେ। କିନ୍ତୁ ଏଥିପାଇଁ ୫୦ ଜଣ ସାଂସଦଙ୍କର ସହମତି ରହିବା ଆବଶ୍ୟକ। ତେଣୁ ଏଥିପାଇଁ ସଂସଦରେ ଭୋଟିଂ ବ୍ୟବସ୍ଥା କରାଯାଇପାରେ। ଯେଉଁ ସାଂସଦମାନେ ଭୋଟ ଦେବେ ସେମାନଙ୍କୁ ଛିଡ଼ା କରି ଗଣନ କରାଯାଏ।

କାହିଁକି ଅଣାଯାଏ ଅନାସ୍ଥା ପ୍ରସ୍ତାବ: ସାଧାରଣତଃ କ୍ଷମତାସୀନ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏହି ପ୍ରସ୍ତାବ ଅଣାଯାଇଥାଏ। ଯଦି କୌଣସି ସରକାର ସଂଖ୍ୟା ଗରିଷ୍ଠତା ହାସଲ ନ କରି ମେଣ୍ଟ କରି ସରକାର ଗଠନ କରିଥାନ୍ତି, ସେହି ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଏହି ପ୍ରସ୍ତାବ ଆଣାଯାଇଥାଏ। କିନ୍ତୁ ଏବେ ଏହା ସରକାରଙ୍କୁ ଘେରିବା କିମ୍ବା ଚେତାବନୀ ଦେବା ପାଇଁ ବ୍ୟବହାର କରାଗଲାଣି। ପୂର୍ବରୁ ମଧ୍ୟ ଅନାସ୍ଥା ପ୍ରସ୍ତାବ ଅନେକ ଥର ଆସିଛି। କିନ୍ତୁ ସରକାରଙ୍କର ସଂଖ୍ୟା ଗରିଷ୍ଠତା ଥିବା ଯୋଗୁଁ ଏହା ଅସଫଳ ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ବିଜେପି ଏକାକୀ ଆବଶ୍ୟକ ୨୭୨ ଆସନର ସୀମା ଅତିକ୍ରମ କରିଛି। ଏନ୍‌ଡିଏ ମେଣ୍ଟକୁ ହିସାବ କଲେ ବିଜେପିର ସଂଖ୍ୟା ଅନେକ ବେଶି ହେବ।

କାହା ପାଖରେ ରହିଛି କେତୋଟି ଆସନ: ଲୋକସଭାରେ ବିଜେପି ପାଖରେ ୨୭୪ ଜଣ ସାଂସଦ ଅଛନ୍ତି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାଖରେ ରହିଛି ୪୮ ଜଣ, ସେହିପରି ଏଆଇଏଡିଏମ୍‌କେର ୩୭, ଟିଏମ୍‌ସିର ୩୪, ବିଜେଡିର ୨୦, ଶିବସେନାର ୧୮, ଟିଡିପିର,୧୬ ଜଣ ସାଂସଦ, ଟିଆର୍‌ ଏସ୍‌ ୧୧, ସିପିଏମ୍ ୯, ୱାଇଏସ୍‌ଆର କଂଗ୍ରେସ ୯, ସମାଜବାଦୀ ପାର୍ଟିର ୭ ଜଣ ସାଂସଦଙ୍କ ସହିତ ଅନ୍ୟ ୨୫ଟି ଦଳର ୫୬ ଜଣ ସାଂସଦ ଅଛନ୍ତି। ଲୋକସଭାରେ ୫ଟି ସିଟ୍‌ ଖାଲି ପଡ଼ିଛି। ଯଦି ଟିଡିପି ଏନ୍‌ଡିଏରୁ ଓହରିଯାଏ ତେବେ ଦଳ ପାଖରେ ରହିଛି ଶିବସେନା, ଏଲ୍‌ଜେପି(୬), ଆପନା ଦଳ(୨), ଆରଏଲ୍‌ଏସ୍‌ପି(୩), ଜେଡିୟୁ(୨) ଓ ଅକାଳୀ ଦଳର ୪ଜଣ ସାଂସଦଙ୍କ ସମର୍ଥନ।

ଅନାସ୍ଥା ପ୍ରସ୍ତାବର ଇତିହାସ: ୧୯୬୩ ମସିହାରେ ପ୍ରଥମଥର ପାଇଁ ଜେବି କୃପାଳିନୀ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍ ନେହେରୁଙ୍କ ବିରୋଧରେ ସେ ଏହି ପ୍ରସ୍ତାବ ଆଣିଥିଲେ। ଏଥିରେ ପ୍ରସ୍ତାବ ସପକ୍ଷରେ କେବଳ ୬୨ ଖଣ୍ଡ ଭୋଟ ମିଳିଥିଲା। ବିରୋଧରେ ୩୪୭ ଖଣ୍ଡ ଭୋଟ୍‌। ସେବେଠାରୁ ଏପର୍ଯ୍ୟନ୍ତ ସଂସଦରେ ୨୬ରୁ ଅଧିକ ଥର ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। କିନ୍ତୁ ସରକାରଙ୍କ ସଂଖ୍ୟା ଗରିଷ୍ଠତା ଯୋଗୁଁ ଅଧିକାଂଶ ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରି ନାହିଁ।

ଆଉ କିଛି କଥା: ୧୯୭୮ ମସିହାରେ ଅନାସ୍ଥା ପ୍ରସ୍ତାବ ଯୋଗୁଁ କଂଗ୍ରେସ ଦଳର  ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସରକାର ଭାଙ୍ଗି ଯାଇଥିଲା। ମୋରାର୍‌ଜୀ ସରକାରଙ୍କ ବିପକ୍ଷରେ ଦୁଇଥର ଅନାସ୍ଥା ପ୍ରସ୍ତାବ ରଖାଯାଇଥିଲା। ପ୍ରଥମ ପ୍ରସ୍ତାବରେ ସରକାର ସୁରକ୍ଷିତ ଥିବା ବେଳେ ଦ୍ୱିତୀୟ ପ୍ରସ୍ତାବରେ ଘଟକ ଦଳ ସମର୍ଥନ ନ କରିବାରୁ ମୋରାର୍‌ଜୀଙ୍କ ସରକାର ଭାଙ୍ଗି ଯାଇଥିଲା। ସଂସଦ ଇତିହାସରେ ଇନ୍ଦିରା ଗାନ୍ଧିଙ୍କ ସରକାରଙ୍କ ବିରୋଧରେ ସବୁଠାରୁ ଅଧିକଥର ଅନାସ୍ଥା ପ୍ରସ୍ତାବ ଆସିଛି। ତାଙ୍କ ଶାସନ ସମୟରେ ୧୫ ଥର ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ସେହିଭଳି ଲାଲ୍‌ ବାହାଦୁର ଶାସ୍ତ୍ରୀ, ଓ ନରସିହଂ ରାଓ ସରକାରକୁ ୩ ଥର ଲେଖାଏଁ ଏହି ପ୍ରସ୍ତାବର ସାମ୍ନା କରିବାକୁ ପଡ଼ିଛି। ସେହିଭଳି ସବୁଠାରୁ ଅଧିକ ଥର ଅନାସ୍ଥା ପ୍ରସ୍ତାବ ଆଣିବାର ରେକର୍ଡ ସିପିଏମ୍‌ ସାଂସଦ ଜ୍ୟୋତିର୍ମୟ ବସୁଙ୍କ ନାମରେ ରହିଛି। ସେ ଇନ୍ଦିରା ସରକାରଙ୍କ ବିରୋଧରେ ୪ ଥର ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story