ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବିଭିନ୍ନ ପ୍ରସଙ୍ଗରେ ଆମେ ଜ୍ୟୋତିଷଙ୍କ ପରାମର୍ଶ ନେଉ। ଶୁଭ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବା ସମୟରେ କିଛି ଲୋକ ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତି। ଘରୁ ବାହାରିବା ସମୟରେ ଯାତ୍ରା ଶୁଭ ହେଉବୋଲି ସମସ୍ତେ ଚାହାଁନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଯାତ୍ରା ଶୁଭ ହେବ କି ଅଶୁଭ ତାହା ଜୌତିଷଙ୍କୁ ପଚାରିବାର ଆବଶ୍ୟକ ନାହିଁ। ଗୋମାତାଙ୍କୁ ଦେଖି ଜାଣିପାରିବେ ଆପଣଙ୍କ ଯାତ୍ରା କେମିତି ରହିବ। ଘରୁ ବାହାରିବା ସମୟରେ ଯଦି ଆପଣ ଗାଈ ଚରୁଥିବା ଦେଖନ୍ତି ଓ ଗାଈଟି ଆପଣଙ୍କୁ ମୁଣ୍ଡ ଟେକି ଅନାଇଦିଏ ତେବେ ଜାଣିବେ ଆପଣଙ୍କ ଯାତ୍ରା ଶୁଭ ହେବ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।