ବେକରୁ ଜାଣନ୍ତୁ ଆପଣଙ୍କ ବନ୍ଧୁଙ୍କ ପ୍ରକୃତି

ମଣିଷ ଶରୀରରେ ବେଗର ବହୁତ ଗୁରୁତ୍ୱ ରହିଛି। ମସ୍ତିଷ୍କରୁ ବାହାରି ଶରୀରର ବିଭିନ୍ନ ଅଙ୍ଗକୁ ସବୁ ଶିରା ବେଗ ଦେଇ ଯାଇଥାଏ। କେବେ ଭାବିଛନ୍ତି ବେକରୁ ମଣିଷରୁ ପ୍ରକୃତି କେମିତି ଜାଣି ହୋଇଥାଏ ବୋଲି। ଏ ବିଷୟରେ ସମୁଦ୍ର ଶାସ୍ତ୍ରରେ ପ୍ରାଞ୍ଜଳ ଭାବେ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ବେକର ଗଠନରୁ କେମିତି ଜାଣିବେ ଲୋକଙ୍କ ସ୍ୱଭାବ।

ମୋଟା ବେଗ: ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ବେଗ ସାମାନ୍ୟରୁ ଅଧିକ ମୋଟା ହୋଇଥାଏ, ସେମାନଙ୍କ ଉପରେ ଭରଷା କରାଯାଇପାରିବ ନାହିଁ। ଏମାନେ ବଦରାଗୀ ହୋଇଥାନ୍ତି। ଧନସମ୍ପତ୍ତି ବଢ଼ିଗଲେ ଏମାନେ ଅଭିମାନୀ ହୋଇଯାଇଥାନ୍ତି।

ସିଧା ବେକ: ସିଧା ବେକ ବ୍ୟକ୍ତି ସ୍ୱାଭିମାନୀ ହୋଇଥାନ୍ତି। ଏମାନେ ସମୟକୁ ସଠିକ ବିନିଯୋଗ କରିଥାନ୍ତି। ନିଜ ସିଦ୍ଧାନ୍ତରେ ଏମାନେ ଅଟଳ ରହିଥାନ୍ତି ଏବଂ ପ୍ରତିଶ୍ରୁତି ପାଳନ କରିଥାନ୍ତି।

neckଲମ୍ବା ବେକ: ବେଗ ସାମାନ୍ୟରୁ ଅଧିକ ଲମ୍ବା ହୋଇଥିବା ବ୍ୟକ୍ତି ମନ୍ଦବୁଦ୍ଧି, ଅସ୍ଥିର ଓ ଚୁଗୁଲିଆ ପ୍ରକୃତିର ହୋଇଥାନ୍ତି ବୋଲି ସମୁଦ୍ର ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏମାନେ ଅନ୍ୟ ଆଗରେ ନିଜକୁ ଭଲ ବୋଲି ଦେଖାଇ ହେବାକୁ ପ୍ରୟାସ କରିଥାନ୍ତି।

ଛୋଟ ବେକ: ସାମାନ୍ୟରୁ ଛୋଟ ବେଗ ଥିବା ବ୍ୟକ୍ତି ବହୁତ କମ କଥା ହୋଇଥାନ୍ତି। ଏହାସହ ଏମାନେ ପରିଶ୍ରମୀ, ଲୋଭି, ଅବିଶ୍ୱାସନୀୟ ଓ ଖଳ ପ୍ରକୃତିର ମଧ୍ୟ ହୋଇପାରନ୍ତି। ଏପରି ଲୋକଙ୍କଠାରୁ ଫାଇଦା ଅନ୍ୟମାନେ ନେଇଥାନ୍ତି, ହେଲେ ଏମାନେ ଏ ସମ୍ପର୍କରେ କିଛି ବି ଜାଣିପାରି ନଥାନ୍ତି।

neckସରୁ ବେକ: ଯେଉଁମାନଙ୍କ ବେକ ସରୁ ହୋଇଥାଏ ଓ ଶିର ଦେଖାଯାଉଥାଏ ସେମାନେ କମ ଆଶବାଦୀ ହୋଇଥାନ୍ତି। ଏହାସହ ଏହି ପ୍ରକାରର ବ୍ୟକ୍ତି ସବୁବେଳେ ରୋଗାକ୍ରାନ୍ତ ରହିଥାନ୍ତି। ଏହାସହ ଅଳସୁଆମୀ, ରାଗ ଓ ଅଳ୍ପ ଜ୍ଞାନର ଅଧିକାରୀ ମଧ୍ୟ ହୋଇଥାନ୍ତି। ଏମାନେ ନିଜ ଜୀବନକୁ ନେଇ ସନ୍ତୁଷ୍ଟ ରହିଥାନ୍ତି।

ଓଟ ପରି ବେକ:  ଏହି ବ୍ୟକ୍ତିଙ୍କ ବେକ ଉଚ୍ଚା ଓ ପତଳା ହୋଇଥାଏ। ଏପରି ବ୍ୟକ୍ତି ବିଶେଷ କରି ସହନଶୀଳ ଓ ପରିଶ୍ରମୀ ହୋଇଥାନ୍ତି। ଏମାନଙ୍କ ମଧ୍ୟରୁ କିଛି ବହୁତ ଚାଲାଖ ହୋଇଥାନ୍ତି। ଏମାନେ ନିଜ ଭଲ ପାଇଁ ସବୁବେଳେ ଚେଷ୍ଟିତ ରହିଥାନ୍ତି। ଏଥିପାଇଁ ଏମାନେ ଯେକୌଣସି ସ୍ତରକୁ ଯାଇପାରନ୍ତି।

ଆଦର୍ଶ ବେକ: ଏପରି ବ୍ୟକ୍ତି ପାରଦର୍ଶୀ ହୋଇଥାନ୍ତି। ବିଶେଷ କରି ମହିଳାମାନଙ୍କଠାରେ ଏହି ଗୁଣ ଦେଖିବାକୁ ମିଳିଥାଏ। ଏମାନେ କୋମଳ, ସଂସ୍କୃତି ପ୍ରିୟ ହେବା ସହ ଧନସମ୍ପତ୍ତିର ପ୍ରତୀକ ହୋଇଥାନ୍ତି। ଏମାନେ ସବୁବେଳେ ସୁଖଶାନ୍ତିରେ ରହିଥାନ୍ତି।

Previous ArticleNext Article

Send this to a friend