ସାହସୀ ମହିଳା ଆଇପିଏସ୍‌ ଅଫିସର ମୀରା: ଯାହାଙ୍କ ନେତୃତ୍ୱରେ କସାବ ଓ ୟାକୁବ ମେନନ୍‌ ଫାଶୀ ଖୁଣ୍ଟରେ ଝୁଲିଥିଲେ

ମୁମ୍ୱାଇର ପ୍ରଥମ ମହିଳା ଆଇପିଏସ୍‌ ଅଫିସର ମୀରା ଚଢା ବାରେଣକର। ମୀରା ଚଢାଙ୍କ ନାମ ଦେଶର ସାହାସୀ ଆଇପିଏସ୍‌ ଅଫିସରଙ୍କ ତାଲିକାରେ ରହିଛି। ସେ ଅଣ୍ଡରୱାଲ୍‌ଡଙ୍କୁ  ଥରାଇଲା ଭଳି ‘ଲେଡି ସୁପରକ୍ରପ୍‌’ ନାମରେ ପରିଚତି। ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ଅଫିସର ଯାହାଙ୍କ ନେତୃତ୍ୱରେ ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚା ଯଇପାରିଥିଲା। ଜଣେ ମହିଳା ହୋଇଥିଲେ ମଧ୍ୟ ସେ ବେଶ୍‌ ସୂଚାରୁ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ। ଅକ୍ଟୋବର ୨୦୧୭ରେ ମୀରା […]

lady

lady

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 10:45 PM IST

Sports

Latest News

ମୁମ୍ୱାଇର ପ୍ରଥମ ମହିଳା ଆଇପିଏସ୍‌ ଅଫିସର ମୀରା ଚଢା ବାରେଣକର। ମୀରା ଚଢାଙ୍କ ନାମ ଦେଶର ସାହାସୀ ଆଇପିଏସ୍‌ ଅଫିସରଙ୍କ ତାଲିକାରେ ରହିଛି। ସେ ଅଣ୍ଡରୱାଲ୍‌ଡଙ୍କୁ  ଥରାଇଲା ଭଳି ‘ଲେଡି ସୁପରକ୍ରପ୍‌’ ନାମରେ ପରିଚତି। ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ଅଫିସର ଯାହାଙ୍କ ନେତୃତ୍ୱରେ ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚା ଯଇପାରିଥିଲା। ଜଣେ ମହିଳା ହୋଇଥିଲେ ମଧ୍ୟ ସେ ବେଶ୍‌ ସୂଚାରୁ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ। ଅକ୍ଟୋବର ୨୦୧୭ରେ ମୀରା ଚଢା ବାରେଣକର ପୋଲିସ୍‌ ରିସର୍ଚ୍ଚ ଏଣ୍ଡ୍ ଡେଭଲପ୍‌ମେଣ୍ଟ ବ୍ୟୁରୋର ନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି। ଆସନ୍ତୁ ଜାଣିବା ମୀରା ତାଙ୍କ କାର୍ଯ୍ୟକାଳରେ କରିଥିବା ସାହାସୀ କାର୍ଯ୍ୟ ଉପରେ।

ମୀର ଚଢା ବାରେଣକରଙ୍କ ଜନ୍ମ ଓ ପାଠ ପଢା ଫାଜିଲ୍କା(ପଞ୍ଜାବ )ରେ ହୋଇଥିଲା। ଡିଏଭି କଲେଜ୍‌ରେ ଇଂରାଜୀ ସାହିତ୍ୟରେ ସେ ଏମ୍‌ଏ ପାସ୍‌ କରିବା ପରେ ୟୁପିଏସ୍‌ସି ପରୀକ୍ଷାରେ ଚୟନ ହୋଇ ଏସ୍‌ବିପି ରାଷ୍ଟ୍ରୀୟ ପୋଲିସ ଏକାଡେମୀ, ହାଇଦ୍ରାବାଦ୍‌ରେ ଟ୍ରେନିଂରେ ଥିଲେ।

ଆଇପିଏସ୍‌ ହେବା ପରେ ମୀରାଙ୍କ ପୋଷ୍ଟିଂ ମହରାଷ୍ଟ୍ରର ବଡ ସହରରେ ହୋଇଥିଲା। ତାଙ୍କ  ପୋଲିସ କ୍ୟାରିଅର ମଧ୍ୟରେ ସେ ଦୁଇଟି ବିବାଦୀୟ ଫାଶୀର ନେତୃତ୍ୱ  ନେଇଥିଲେ। ୨୬/୧୧ ମୁମ୍ୱାଇ ଆକ୍ରମଣରେ ଜୀବିତ ଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କସାବ ଓ ୧୯୯୯୩ ମସିହା ମୁମ୍ୱାଇ ବିସ୍ପୋରଣର ଅଭିଯୁକ୍ତ ୟାକୁବ ମେନନଙ୍କୁ ମୀରାଙ୍କ ନେତୃତୃରେ ଫାଶୀ ଦିଆଯାଇଥିଲା। ଏକ ସାକ୍ଷାତକାରରେ ମୀରା କହିଥିଲେ- ଯେତେବେଳେ ସରକାରଙ୍କ ତରଫରୁ କସାବ ଓ ୟାକୁବଙ୍କ  ଫାଶୀ ଦେବା ପାଇଁ ସ୍ଥିର କରାଯାଇଥିଲା ସେତେବେଳେ ତାଙ୍କୁ ଏସବୁର ନେତୃତ୍ୱ ନେବା ପାଇଁ ପଚରାଯାଇଥିଲା ସରକାରଙ୍କ ପ୍ରସ୍ତାବରେ ସମ୍ମତି ଜଣାଇଥିଲେ ମୀରା। କାରଣ ପୂରା ଦୁନିଆକୁ ସେ ଦେଖାଇଦେବାକୁ ଚାହୁଁଥିଲେ ଯେ ମହିଳାମାନେ ପୁରୁଷଙ୍କ ଠାରୁ କମ୍‌ ନୁହନ୍ତି। କସାବ ଫାଶୀ ପାଇବା ବେଳେ ସେ ନିଜେ ଜେଲ୍‌ ପରିସରରେ ଉପସ୍ଥିତ ଥିଲେ। କସାବ ଫାଶୀର ନେତୃତ୍‌ ନେଇଥିବାରୁ ଅନେକ ଲୋକ ତାଙ୍କୁ ପଚାରିଥିଲେ ସେ ସମୟରେ ଆପଣ ବେହୋସ୍‌ ହୋଇଯାଇନଥିଲେ ତ। ସେ କହିଥିଲେ ମତେ ବେଶ୍‌ ସତର୍କତା ଅବଲମ୍ବନ କରିବାକୁ ପଡିଥିଲା ।

କସାବଙ୍କୁ ଫାଶୀ ଦିଆଯିବା ଖବର ସମ୍ପୂର୍ଣ୍ଣ ଗୁପ୍ତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେପରି ବାହାର ଲୋକ ଓ ମିଡିଆରେ ପ୍ରଘଟ ନହୁଏ ସେ ନେଇ ବେଶ୍‌ ଯତ୍ନବାନ ଥିଲେ ମୀରା। ଏଥିପାଇଁ ସେ ନିଜ ଗାଡି ଛାଡି ଅନ୍ୟ ଜଣଙ୍କ ବାଇକ୍‌ରେ ଯିବା ଆସିବା କରୁଥିଲେ । ନାଗପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ୟାକୁବ୍‌ ମେନନ୍‌ଙ୍କୁ ଫାଶୀ ଦେବା ସମୟରେ ମଧ୍ୟ ମୀର ଉପସ୍ଥିତ ଥିଲେ। ଜେଲ୍‌ରେ ୟାକୁବ୍‌ଙ୍କୁ ଭେଟିବା ପରେ ୟାକୁବ୍‌ ମୀରାଙ୍କୁ କହିଥିଲେ, ମ୍ୟାଡମ୍‌ ଆପଣ ଚିନ୍ତା କରନ୍ତୁ ନାହିଁ, ମୋର କିଛି ହେବ ନାହିଁ। ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କସାବଙ୍କୁ ୨୦୧୨ ଓ ୟାକୁବ ମେନନ୍‌ଙ୍କୁ ୨୦୧୫ରେ ଫାଶୀ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos