ଝିଟିପିଟି ହୋଇପାରେ ମୃତ୍ୟୁର କାରଣ

lizard

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣତଃ ସମସ୍ତଙ୍କ ଘରେ କାନ୍ଥ ହେଉ ଅବା ଘର କୋଣରେ ଝିଟିପିଟି ଥିବାର ଦେଖାଯାଏ। ଆମକୁ ଲାଗେ ଘରେ ରହୁଥିବା ଏହି ଛୋଟ ଜୀବଟି କୌଣସି ସମସ୍ୟାର କାରଣ ହୋଇ ନପାରେ। କିନ୍ତୁ ଏପରି ନୁହେଁ। ଝିଟିପିଟି ଦ୍ୱାରା ଅନେକ ମାରାତ୍ମକ ରୋଗ ହେବା ସହ ଜୀବନ ଚାଲିଯିବାର ମଧ୍ୟ ଆଶଙ୍କା ରହିଛି। ଝିଟିପିଟି ଘରେ ରହିଲେ କେଉଁ ସବୁ ରୋଗ ହୋଇପାରେ ଏବଂ ଏହାକୁ କିପରି ଦୂର କରିପାରିବେ ଆସନ୍ତୁ ଜାଣିବା।

lizardଝିଟିପିଟି ଖାସ୍‌କରି ପିଲାମାନଙ୍କ ଲାଗି ଅତ୍ୟନ୍ତ ମାରାତ୍ମକ । ଝିଟିପିଟି ମଳରେ Salmonella ନାମକ ବ୍ୟାକ୍ଟେରିଆ ରହିଥାଏ ଯାହା ପେଟକୁ ଗଲେ ଫୁଡ୍‌ ପଏଜନିଂ ହେବାର ବଢାଇଦିଏ।ଫୁଡ୍‌ ପଏଜନିଂ ହେଲେ ବାନ୍ତି ଲାଗିବା, ପେଟ କାଟିବା ସହ ପ୍ରବଳ ମୁଣ୍ଡ ବିନ୍ଧା ହୋଇଥାଏ।

ଝିଟିପିଟି ଖାଦ୍ୟରେ ପଡିଲେ ଏବଂ ସେହି ଖାଦ୍ୟ ପେଟକୁ ଗଲେ ଜୀବନ ଚାଲିଯିବାର ଆଶଙ୍କା ରହିଛି।

ଝିଟିପିଟି ଘରୁ ଦୂର କରିବା ଉପାୟ

lizardରସୁଣ:  ରସୁଣକୁ ଘରେ ରଖି ଝିଟିପିଟିକୁ  ଘରୁ ତଡିପାରିବେ। ରସୁଣ ଗନ୍ଧ ଝିଟିପିଟି ସହ୍ୟ କରିପାରେନି। ଘରର ପ୍ରତ୍ୟେକ କବାଟ କାନ୍ଥରେ ରସୁଣ କୋଲା ଛଡାଇ ଟଙ୍ଗାଇ ଦିଅନ୍ତୁ। ରସୁଣକୁ ବାଟି  ରସକୁ ପାଣିରେ ମିଶାଇ ଝିଟିପିଟି ରହୁଥିବା କୋଣରେ ପକାଇ ଦିଅନ୍ତୁ। ଝିଟିପିଟି ଘରେ ରହିବେ ନାହିଁ।

lizardଗୋଲମରିଚ: ପାଣିରେ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ସ୍ପ୍ରେ ବୋତଲରେ ଢାଳି ଘରର ପ୍ରତ୍ୟେକ କୋଣରେ ସ୍ପ୍ରେ କରନ୍ତୁ।

lizardମୟୂର ଚୂଳ: ଝିଟିପିଟି ମୟୂରଚୂଳକୁ ଡରିଥାଏ। ଏଣୁ ଘରେ ଝିଟିପିଟି ଦୂର କରିବା ଲାଗି ଝିଟିପିଟି ରହୁଥିବା ଯାଗାରେ ମୟୂରଚୂଳ ଟାଙ୍ଗି ଦିଅନ୍ତୁ।

lizardଅଣ୍ଡା ଖୋଳ: ରୋଷେଇ ଘର କିମ୍ୱା ଝରକାରେ ଅଣ୍ଡା ଖୋଳ ରଖନ୍ତୁ। ଏହାଦ୍ୱାରା ଝିଟିପିଟି ଘରେ ରହିବେ ନାହିଁ।

Previous ArticleNext Article

Leave a Reply

Send this to a friend