ଏକୁଟିଆ ଅନୁଭବ କରୁଛନ୍ତି କି? ହୋଇପାରେ ଅକାଳ ମୃତ୍ୟୁ

Loneliness

ହିଳା ହୁଅନ୍ତୁ ଅବା ପୁରୁଷ ଅନେକ ସମୟରେ ଏକେଲା ଅନୁଭବ କରିଥାନ୍ତି। ଏକୁଟିଆ ରହିବାଠାରୁ ଏକୁଟିଆପଣ ଭାରି ଖରାପ। ତେଣୁ ଯେଉଁମାନେ ସବୁବେଳେ ଏକଲା ଅନୁଭବ କରୁଛନ୍ତି ସେମାନେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଏକ ନୂଆ ଗବେଷଣାରୁ ଜଣାପଡ଼ିଛି ଯେ ଏକୁଟିଆପଣ ବିପଜ୍ଜନକ ହୋଇପାରେ। ଏଥିଯୋଗୁଁ ମାନସିକ ଅସୁସ୍ଥତା ଏବଂ ହୃଦପିଣ୍ଡ ଜନିତ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ଏହି କାରଣରୁ ଶୀଘ୍ର ମୃତ୍ୟୁ ମଧ୍ୟ ହୋଇଥାଏ।

ଏକୁଟିଆପଣ ଭୋଗୁଥିବା ଲୋକଙ୍କ ମୃତ୍ୟୁ ଆଶଙ୍କା ଦୁଇଗୁଣ ଅଧିକ ହୋଇଥାଏ। ଏକୁଟିଆ ଅନୁଭବ ଲୋକଙ୍କଠାରେ ଅନ୍ୟମାନଙ୍କ  ତୁଳନାରେ ତିନି ଗୁଣା ଅଧିକ ଚିନ୍ତା ଏବଂ ଅବସାଦର ଲକ୍ଷଣ ଦେଖିବାକୁ ମିଳିଥାଏ। ଏହା ବଞ୍ଚିବାର ଗୁଣବତ୍ତା ସ୍ତରକୁ ହ୍ରାସ କରିଦିଏ।
କୋପେନହେଗନ ବିଶ୍ୱବିଦ୍ୟାଳୟର ଜଣେ ଡାକ୍ତରୀ ଛାତ୍ର ଏନି ବିନଗାର୍ଡ  କ୍ରିଷ୍ଟେନ୍‌ସନ କହିଛନ୍ତି, ଏକୁଟିଆପଣ ଏକ ରୋଗ । ଏହା ସମୟ ପୂର୍ବରୁ ମୃତ୍ୟୁ ଏବଂ ମାନସିକ ଅସୁସ୍ଥତାର ଭବିଷ୍ୟବାଣୀ କରିଥାଏ।

Previous ArticleNext Article

Leave a Reply

Send this to a friend