ପ୍ରେମ ପାଇଁ ପରଫେକ୍ଟ ପ୍ରେମିକା ,ଦେଖିଦିଅନ୍ତୁ କେଉଁ ରାଶିର ଝିଅଙ୍କ ସ୍ୱଭାବ କେମିତି  

ଆଜିକାଲି ଯୁବପିଢିମାନେ ପ୍ରେମରେ ପଡ଼ିବା ଏକ ସାଧାରଣ କଥା ହୋଇଗଲାଣି। ହେଲେ ବେଳେ ବେଳେ ଭୁଲ ବୁଝାମଣା ଯୋଗୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ। ଏଥିପାଇଁ କେତେକାଂଶରେ ରାଶିକୁ ମଧ୍ୟ ଦାୟୀ କରାଯାଇଥାଏ। ରାଶିରେ ଯଦି ଅମେଳ ଆସେ ତେବେ ସମ୍ପର୍କ ଭାଙ୍ଗିଯାଏ। ଉଭୟଙ୍କ ମଧ୍ୟରେ ମତଭେଦ ହୁଏ। ଯଦି ଆପଣ ରାଶି ନକ୍ଷ‍ତ୍ର କଥାରେ ବିଶ୍ୱାସ ରଖୁଥାନ୍ତି, ତେବେ ଜାଣି ନିଅନ୍ତୁ କେଉଁ ରାଶିର ଝିଅଙ୍କ ସ୍ୱଭାବ କେମିତି ? ଆଉ କେତେ ଶୀଘ୍ର […]

love

love

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 05:52 PM IST

Sports

Latest News

ଆଜିକାଲି ଯୁବପିଢିମାନେ ପ୍ରେମରେ ପଡ଼ିବା ଏକ ସାଧାରଣ କଥା ହୋଇଗଲାଣି। ହେଲେ ବେଳେ ବେଳେ ଭୁଲ ବୁଝାମଣା ଯୋଗୁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ। ଏଥିପାଇଁ କେତେକାଂଶରେ ରାଶିକୁ ମଧ୍ୟ ଦାୟୀ କରାଯାଇଥାଏ। ରାଶିରେ ଯଦି ଅମେଳ ଆସେ ତେବେ ସମ୍ପର୍କ ଭାଙ୍ଗିଯାଏ। ଉଭୟଙ୍କ ମଧ୍ୟରେ ମତଭେଦ ହୁଏ। ଯଦି ଆପଣ ରାଶି ନକ୍ଷ‍ତ୍ର କଥାରେ ବିଶ୍ୱାସ ରଖୁଥାନ୍ତି, ତେବେ ଜାଣି ନିଅନ୍ତୁ କେଉଁ ରାଶିର ଝିଅଙ୍କ ସ୍ୱଭାବ କେମିତି ? ଆଉ କେତେ ଶୀଘ୍ର ଆପଣଙ୍କ ପ୍ରେମ ନିବେଦନକୁ ସେମାନେ ସ୍ୱୀକାର କରନ୍ତି ।

ମେଷ :ଏହି ରାଶିର ଝିଅମାନେ ଅଧିକ ଦେଖେଇ ହୋଇଥାନ୍ତି। ଯେଉଁ ପୁଅ ଟିକିଏ ଟିକିଏ କଥାରେ ତାଙ୍କୁ ମନାଇ ପାରୁଥିବ ଏହି ରାଶିର ଝିଅମାନେ ତାଙ୍କୁ ଅଧିକ ପସନ୍ଦ କରିଥାନ୍ତି। ମେଷରାଶି ଝିଅକୁ ପଟେଇବା ଟିକିଏ କଷ୍ଟକର ହୋଇଥାଏ।

ବୃଷ: ଏହି ରାଶିର ଝିଅମାନେ ବହୁତ ସୁନ୍ଦର ହୋଇଥାନ୍ତି। ଏହି ରାଶିର ଝିଅଙ୍କୁ ବୁଝିବା ଭାରି କଷ୍ଟକର ହୋଇଥାଏ। ଏହି ରାଶିର ଝିଅକୁ ପ୍ରେମ କରିବା କଷ୍ଟକର ମଧ୍ୟ ହୋଇଥାଏ।

ମିଥୁନ:ଏହି ରାଶି ଝିଅଙ୍କର ହୃଦୟ ଖୋଲା ଥାଏ। କିନ୍ତୁ କଥା କହିବାର ଶୈଳୀ ଟିକିଏ ଅଲଗା। ଯେଉଁଠିକି ଯାଆନ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାନ୍ତି। ଏହି ରାଶିର ଝିଅମାନଙ୍କୁ ପଟେଇବାକୁ ହେଲେ ଗୋଟିଏ ଭଲ ପୁଅ ହେବା ଦରକାର।

କର୍କଟ: ଏହି ରାଶିର ଝିଅ ସମସ୍ତଙ୍କ ସହ ମିଶିଯାଇଥାନ୍ତି। ନିଜର ଅନୁମାନ ଲଗାଇ କାମ କରିଥାନ୍ତି। ଏହି ରାଶିର ଝିଅଙ୍କୁ ପଟେଇବା କଷ୍ଟକର। ଯଦି ପ୍ରପୋଜ କରୁଛନ୍ତି, ତେବେ ଟିକେ ସାବଧାନ ରୁହନ୍ତୁ।

ସିଂହ– ଏହି ରାଶିର ଝିଅ ପୁଅଙ୍କୁ ଦାବି କି ରଖିବା ପାଇଁ ଚାହିଁଥାନ୍ତି। ଯେଉଁଠି ଯାଆନ୍ତି ନିଜର ସ୍ୱତନ୍ତ୍ର ପରିଚୟ ବନାଇ ସଫଳ ହୋଇଥାନ୍ତି। ଏହି ରାଶିର ଝିଅଙ୍କୁ ପଟେଇବା ସହଜ ନୁହେଁ। ଯଦି ପ୍ରେମ କରନ୍ତି ତାହାହେଲେ ତାଙ୍କର ସମସ୍ତ ଦାବିକୁ ପୁରଣ କରିବାକୁ ପଡ଼ିଥାଏ।

କନ୍ୟା:ଏହି ରାଶିର ଝିଅ ଘରେ ରହିବାକୁ ଭଲ ପାଇଥାନ୍ତି। ନିଜ ଇଚ୍ଛା ଅନୁସାରେ କାମ କରନ୍ତି। ଏହି ରାଶିର ଝିଅଙ୍କୁ ପ୍ରେମ ଜାଲରେ ପଟେଇବା ପାଇଁ ବହୁତ ସମୟ ଲାଗିଥାଏ।

ତୁଳା:ଏହି  ରାଶିର ଝିଅ ସର୍ବଗୁଣ ସଂପନ୍ନ ହୋଇଥାନ୍ତି। ଏହି ରାଶି ଝିଅ ଚାହାଁନ୍ତି ତାଙ୍କ ବ୍ରୟଫେଣ୍ଡକୁ ସବୁ ଜାଣିଥାନ୍ତୁ।  ନିଜର ପ୍ରଂଶସା କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଏହି ରାଶିର ଝିଅଙ୍କୁ ପ୍ରେମରେ ପକାଇବାକୁ ହେଲେ ବୃଦ୍ଧିମାନ ସହକାରେ  କାମ କରିବା ଦରକାର।

ଧନୁ :ଏହି ରାଶିର ଝିଅ ବୁଲିବାକୁ ପସନ୍ଦ କରିଥାନ୍ତି। ବୋରିଂ ଟାଇପ୍‌ର ପୁଅଙ୍କ ପାଖରୁ ଦୂରେଇ ରହିଥାନ୍ତି। ଏହି ରାଶିର ଝିଅଙ୍କୁ ପଟେଇବାକୁ ପୁଅ ପାଖରେ ପଇସା ଥିବା ଦରକାର।

ମକର : ଏହି ରାଶିର ଝିଅ ସ୍ୱାଭିମାନି ଓ ଶାନ୍ତି ସ୍ୱଭାବର ହୋଇଥାନ୍ତି। ପ୍ରେମ ଚକରରେ କମ୍‌ ପଡ଼ିଥାନ୍ତି।

କୁମ୍ଭ:ଏହି ରାଶିର ଝିଅ ବୁଝିଲାଶୁଝିଲା ହୋଇଥାନ୍ତି। ଏହି ରାଶିର ଝିଅ ଶୀଘ୍ର ପ୍ରେମରେ ପଡ଼ିଯାଇଥାନ୍ତି।

ମୀନ: ଏହି ରାଶିର ଝିଅ ରୋମାଣ୍ଟିକ୍‌ ହୋଇଥାନ୍ତି। ଶୀଘ୍ର ପ୍ରେମରେ ପଡ଼ିଯାଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos