ପ୍ରେମରେ ବାଧକ ସାଜିଲା ପିଞ୍ଜରା : ଯନ୍ତାରେ ଫସିଗଲା ବାଘ, ଖସାଇବା ପାଇଁ ପ୍ରେମିକା ବାଘୁଣୀର କସରତ, ଦେଖନ୍ତୁ ଭିଡିଓ

ଅହମ୍ମଦାବାଦ: ମଣିଷ ହେଉ କି ପଶୁ ପ୍ରେମରେ ସମସ୍ତେ ବନ୍ଧା। ପରଦାରେ ଆମେ ଅନେକ ଥର ନାଗ ନାଗୁଣୀର ପ୍ରେମ କାହାଣୀ ଦେଖିଛେ। ସେମାନଙ୍କର ପରସ୍ପର ପ୍ରତି ନିବିଡ଼ ଭଲ ପାଇବା ଥାଏ। ପର୍ଯ୍ୟାୟକ୍ରମେ ସପେରା ଜାଲରେ ପଡିଯାଏ ନାଗ।  ଆଉ କ୍ରୁର ସପେରା କବଳରୁ ତା’ ପ୍ରେମକୁ ବଞ୍ଚାଇବା ପାଇଁ ପ୍ରାଣ ମୂର୍ଚ୍ଛା ଚେଷ୍ଟା କରେ ନାଗୁଣୀ। ତା’ପରେ କାହାଣୀ ଆଗକୁ ଗଡ଼ିଚାଲେ। କିନ୍ତୁ ଇଏତ ପରଦାର କଥା। ଆମେ ଆଜି ଆପଣଙ୍କୁ ଠିକ୍‌ ଏମିତି […]

j-111

j-111

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 04:38 PM IST

Sports

Latest News

ଅହମ୍ମଦାବାଦ: ମଣିଷ ହେଉ କି ପଶୁ ପ୍ରେମରେ ସମସ୍ତେ ବନ୍ଧା। ପରଦାରେ ଆମେ ଅନେକ ଥର ନାଗ ନାଗୁଣୀର ପ୍ରେମ କାହାଣୀ ଦେଖିଛେ। ସେମାନଙ୍କର ପରସ୍ପର ପ୍ରତି ନିବିଡ଼ ଭଲ ପାଇବା ଥାଏ। ପର୍ଯ୍ୟାୟକ୍ରମେ ସପେରା ଜାଲରେ ପଡିଯାଏ ନାଗ।  ଆଉ କ୍ରୁର ସପେରା କବଳରୁ ତା’ ପ୍ରେମକୁ ବଞ୍ଚାଇବା ପାଇଁ ପ୍ରାଣ ମୂର୍ଚ୍ଛା ଚେଷ୍ଟା କରେ ନାଗୁଣୀ। ତା’ପରେ କାହାଣୀ ଆଗକୁ ଗଡ଼ିଚାଲେ। କିନ୍ତୁ ଇଏତ ପରଦାର କଥା। ଆମେ ଆଜି ଆପଣଙ୍କୁ ଠିକ୍‌ ଏମିତି ଏକ ବାସ୍ତବ କାହାଣୀ କହିବୁ। ଏଠି ସିନେମାର ନାଗନାଗୁଣୀ ନୁହଁ ବାସ୍ତବରେ ଏକ ବାଘବାଘୁଣୀଙ୍କ କଥା କହୁଛେ।  ଗୁଜରାଟ ତାପି ଜିଲ୍ଲା ବାଲୋଡ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗୋଟିଏ ଚିତାବାଘ ଯୋଡ଼ା ଜନବସତିକୁ ପଶି ଆସିଥିବାରୁ ସେମାନଙ୍କୁ ଧରିବାକୁ ଯନ୍ତା ବସାଯାଇଥିଲା। ଗୋଟିଏ ଜନ୍ତୁ ତ ଧରା ପଡ଼ିଲା, କିନ୍ତୁ ସେଠାରେ ଥିବା କ୍ୟାମେରାରେ କଏଦ୍ ହୋଇଥିବା ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଲୋକେ ତାଜୁବ ହୋଇଯାଇଥିଲେ।  ଦୁଇ ଚିତାବାଘଙ୍କ ପ୍ରେମରେ ବାଧକ ସାଜିଛି ପିଞ୍ଜରା । ଅଣ୍ଡିରା ବାଘଟି ଫାଶରେ ଫସି ଯାଇଥିବା ବେଳେ ତାକୁ ମୁକୁଳାଇବା ପାଇଁ ଜୀବନକୁ ବାଜି ଲାଗାଇ କସରତ  କରୁଛି ବାଘୁଣୀ।

ଯନ୍ତାରୁ ପ୍ରେମିକକୁ ବାହାର କରିବାକୁ ମାଈ ଚିତାବାଘ ବହୁତ ଚେଷ୍ଟା କରୁଛି। ଅଣ୍ଡିରା ଚିତାବାଘଟି ମଧ୍ୟ ମୁକୁଳିବାକୁ ବହୁତ ଚେଷ୍ଟା କରିଥିଲା।  ହେଲେ ମାଈ ଚିତାବାଘଟି ତାର ଉଦ୍ୟମରେ ସଫଳ ହୋଇ ନ ଥିଲା। ଶିକାର କରିବାକୁ ଆସି ଯନ୍ତାରେ ପଡ଼ି ଯାଇଥିଲା ଅଣ୍ଡିରା ଚିତାବାଘ।  ନିଜ ପ୍ରେମିକକୁ ମୁକ୍ତ କରିବା ଲାଗି ରାତି ସାରା ମାଈ ଚିତାବାଘଟି ଚେଷ୍ଟା କରିଥିଲା। ସକାଳେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ଆସିଥିବାରୁ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲା ମାଈ ଚିତାବାଘଟି।  ଏସବୁ କଏଦ ହୋଇଛି ସିସିଟିଭିରେ।

ଅଣ୍ଡିରା ଚିତାବାଘକୁ କାବୁ କରି ପରେ ତାକୁ ଛାଡ଼ି ଦିଆଯାଇଥିଲା ଘଞ୍ଚ ଜଙ୍ଗଲରେ।  କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ସ୍ଥାନକୁ ପୁଣି ଆସିଥିଲା ମାଈ ଚିତାବାଘଟି। ନିଜ ପ୍ରେମିକକୁ ଖୋଜି ଖୋଜି ଯନ୍ତା ବସାଯାଇଥିବା ସ୍ଥାନକୁ ବାରମ୍ବାର ଆସିଥିଲା। ବୋଧହୁଏ ସେ ଭାବୁଥିଲା ତାର ପ୍ରେମିକ ହଠାତ ଏଠାରୁ କୁଆଡ଼େ ଗାଏବ ହୋଇଯାଇଛି।

ଏହି ଅଞ୍ଚଳରେ କିଛି ଦିନ ଧରି ଗୋଟିଏ ଯୋଡ଼ା ଚିତାବାଘ ବୁଲୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ ।  କୌଣସି ଅଘଟଣ ହେବା ଆଶଙ୍କା କରି ସେମାନେ ଫ୍ରେଣ୍ଡସ୍ ଅଫ୍ ଆନିମାଲ ସୋସାଇଟିକୁ ଖବର ଦେଇଥିଲେ  ଚିତାବାଘକୁ ଧରିବାକୁ ଯନ୍ତା ବସା ଯାଇଥିଲା  ୬ ଥର ଚକ୍‌ମା ଦେବା ପରେ ସପ୍ତମ ଥର ଯନ୍ତାରେ ପଡ଼ି ଯାଇଥିଲା ଅଣ୍ଡିରା ଚିତାବାଘ।   ଗନ୍ଧ ବାରି ବାରି ହୁଏତ କିଛି ଦିନ ପରେ ଦୁଇ ଚିତାବାଘ ପରସ୍ପରକୁ ପାଇଯିବେ, କିନ୍ତୁ ଏଇ କିଛି ଦିନ ଯେମିତି ଉଭୟେ ପରସ୍ପରକୁ ଖୋଜିଲେ, ତାହା ପଶୁପ୍ରେମୀଙ୍କୁ ପ୍ରଭାବିତ  କରିଛି ।

https://youtu.be/a1VQTe_mluI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos