ଲଘୁଚାପ ଡିପ୍ ଡିପ୍ରେସନ୍‌ରେ ପରିଣତ; ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ସାଇକ୍ଲୋନ୍ ଆଲର୍ଟ ଜାରି

low-pressure

low-pressureଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇଛି। ଏହା ଗୋପାଳପୁରଠାରୁ ୭୮୦ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ। ସେଥିପାଇଁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳରେ ସାଇକ୍ଲୋନ୍ ଆଲର୍ଟ ଜାରି କରାଯାଇଛି। ପାରାଦୀପ ଓ ଗୋପାଳପୁର ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି,“ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗୋପାଳପୁରଠାରୁ ୭୮୦ ଦୂରରେ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି। ଏହା ଉତ୍ତର ଓ ଉତ୍ତରପୂର୍ବ ଦିଗକୁ ଗତି କରୁଛି। ଏହା ଆନ୍ଧ୍ର ପ୍ରଦେଶ ଉପକୂଳକୁ ଆସିବା ବେଳକୁ ଘୂର୍ଣ୍ଣିଝଡ଼ର ରୂପ ନେବା ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିଝଡ଼ ଓଡ଼ିଶା ଉପକୂଳକୁ ମଧ୍ୟ ପ୍ରଭାବିତ କରିବ। ସେଥିପାଇଁ ଆମେ ସାଇକ୍ଲୋନ୍ ଆଲର୍ଟ ମେସେଜ୍-୧ର ସୂଚନା ଦେଇଛୁ।”

ସେ କହିଛନ୍ତି,“ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣରେ ବର୍ଷା ହେବ। ୧୯ ତାରିଖରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୦ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ। ୨୧ ତାରିଖରେ କେବଳ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।”

ଶରତ ସାହୁ କହିଛନ୍ତି,“ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ସେହିପରି ପାରାଦୀପ ଓ ଗୋପାଳପୁର ବନ୍ଦରକୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି।”

Previous ArticleNext Article

2 Comments

Send this to a friend