ଚୁମ୍ବକୀୟ ପଦ୍ଧତି ଦ୍ୱାରା କରନ୍ତୁ ରକ୍ତ ଚାପ ଓ ଅଣ୍ଟା ଦରଜର ଚିକିତ୍ସା

ପ୍ରାୟ ଲୋକ ଶରୀରରେ ଅସୁସ୍ଥ ଅନୁଭବ କରିବା ମାତ୍ରେ, ଏଲୋପାଥି ଚିକିତ୍ସା କରାଇଥାନ୍ତି। ହେଲେ ଦୁନିଆରେ ଏଲୋପାଥି ବ୍ୟତୀତ ଆହୁରି ଅନେକ ଚିକିତ୍ସା ପଦ୍ଧତି ରହିଛି, ଯାହା ଦ୍ୱାରା ଅନେକ ରୋଗ ଠିକ୍‌ ହୋଇପାରେ। ଏଭଳି ଏକ ଚିକିତ୍ସା ପଦ୍ଧତି ହେଉଛି ମ୍ୟାଗନେଟିକ୍‌ ଥେରାପି ବା ଚୁମ୍ବକୀୟ ଚିକିତ୍ସା। ଏହି ଚିକିତ୍ସା ପଦ୍ଧତି ଦ୍ୱାରା ବିଦେଶରେ ଅନେକ ବଡ଼ ବଡ଼ ରୋଗକୁ ସହଜରେ ଭଲ କରାଯାଇ ପାରୁଛି। ଏହି ପଦ୍ଧତିରେ ଚିକିତ୍ସା କଲେ ଆପଣଙ୍କୁ କୌଣସି ପ୍ରକାରର […]

magnet-therapy copy

magnet-therapy copy

Rakesh Mallick
  • Published: Friday, 29 June 2018
  • Updated: 29 June 2018, 12:20 PM IST

Sports

Latest News

ପ୍ରାୟ ଲୋକ ଶରୀରରେ ଅସୁସ୍ଥ ଅନୁଭବ କରିବା ମାତ୍ରେ, ଏଲୋପାଥି ଚିକିତ୍ସା କରାଇଥାନ୍ତି। ହେଲେ ଦୁନିଆରେ ଏଲୋପାଥି ବ୍ୟତୀତ ଆହୁରି ଅନେକ ଚିକିତ୍ସା ପଦ୍ଧତି ରହିଛି, ଯାହା ଦ୍ୱାରା ଅନେକ ରୋଗ ଠିକ୍‌ ହୋଇପାରେ। ଏଭଳି ଏକ ଚିକିତ୍ସା ପଦ୍ଧତି ହେଉଛି ମ୍ୟାଗନେଟିକ୍‌ ଥେରାପି ବା ଚୁମ୍ବକୀୟ ଚିକିତ୍ସା। ଏହି ଚିକିତ୍ସା ପଦ୍ଧତି ଦ୍ୱାରା ବିଦେଶରେ ଅନେକ ବଡ଼ ବଡ଼ ରୋଗକୁ ସହଜରେ ଭଲ କରାଯାଇ ପାରୁଛି।

ଏହି ପଦ୍ଧତିରେ ଚିକିତ୍ସା କଲେ ଆପଣଙ୍କୁ କୌଣସି ପ୍ରକାରର ଔଷଧ ଖାଇବାକୁ ପଡ଼ିବ ନାହିଁ। କେବଳ ଚୁମ୍ବକ ଶକ୍ତି ଦ୍ୱାରା ଏହା ଆପଣଙ୍କ ରୋଗ ଭଲ କରାଯାଇପାରିବ। ଆସନ୍ତୁ ଜାଣବା କେମିତି ଚୁମ୍ବକୀୟ ପଦ୍ଧତିରେ ଚିକିତ୍ସା କରାଯାଏ।

ଚୁମ୍ବକୀୟ ଚିକିତ୍ସା ପଦ୍ଧତି- ଆମ ରକ୍ତରେ ଆଇରନ୍‌ ବା ଲୌହ ଅଂଶ ରହିଥାଏ। ଏହି ଲୌହ ଅଂଶ ଚୁମ୍ବକ ଦ୍ୱାରା ଆକର୍ଷିତ ହୋଇପାରେ। ତେଣୁ ଚୁମ୍ବକ ଦ୍ୱାରା ଚିକିତ୍ସା ସମ୍ଭବ ହୋଇପାରେ।

ଚୁମ୍ବକୀୟ ପଦ୍ଧତିରେ ଅଣ୍ଟା ଦରଜର ଚିକିତ୍ସା

ଯଦି ଆପଣଙ୍କ ଅଣ୍ଟାର ଉପର କିମ୍ବା ତଳ ଭାଗରେ ଦରଜ ହେଉଛି, ତେବେ ଚୁମ୍ବକ ଦ୍ୱାରା ଏହାର ଚିକିତ୍ସା ହୋଇପାରିବ। ଉପର ଭାଗ ଦରଜ ହେଉଥିଲେ ଚୁମ୍ବକର ଉତ୍ତର ମେରୁ ଲଗାନ୍ତୁ। ଆଉ ତଳ ଅଂଶ ଦରଜ ହେଉଥିଲେ ଚୁମ୍ବକର  ଦକ୍ଷିଣ ମେରୁ ଲଗାନ୍ତୁ। ଯଦି ଅଣ୍ଟାର ଅଲଗା ଅଲଗା ଜାଗାରେ ଦରଜ ହେଉଛି, ତେବେ ଡାହାଣ ପଟ ଦରଜ ପାଇଁ ଉତ୍ତର ମେରୁ ଲଗାନ୍ତୁ ଓ ବାମ ପଟ ଦରଜ ହେଉଥିଲେ ଦକ୍ଷିଣ ମେରୁ ଲଗାନ୍ତୁ।

ହାଇ ବ୍ଲଡ୍‌ ପ୍ରେସରର ଚୁମ୍ବକୀୟ ଚିକିତ୍ସା

ଉଚ୍ଚ ରକ୍ତଚାପକୁ ମଧ୍ୟ ଆପଣ ଚୁମ୍ବକୀୟ ପଦ୍ଧତିରେ ଭଲ କରିପାରିବେ। ଏଥିପାଇଁ ହାଇ ପାୱାର ଯୁକ୍ତ ଚୁମ୍ବକକୁ ୫ ରୁ ୬ ମିନିଟ ଯାଏଁ ନିଜ ହାତ ପାପୁଲିରେ ରଖିବାକୁ ହେବ। ଯଦି ହାଇ ପାୱାର ଚୁମ୍ବକ ନାହିଁ, ତା’ହେଲେ ମିଡିୟମ୍ ପାୱାର ଚୁମ୍ବକକୁ ୧୦ ମିନିଟ ଯାଏଁ ରଖିପାରିବେ। ଯଦି ଅଧିକ ସମସ୍ୟା ହୁଏ, ତେବେ ଚୁମ୍ବକର ଡେଉଁରିଆ ବନାଇ ବାହୁରେ ବାନ୍ଧନ୍ତୁ। ହାଇ ବ୍ଲଡ୍‌ ପ୍ରେସର ପାଇଁ ଉତ୍ତର ମେରୁର ପ୍ରୟୋଗ ଅଧିକ ଭଲ।  କାରଣ ଏହାର ପ୍ରଭାବ ଥଣ୍ଡା ହୋଇଥାଏ।

ଲୋ ବ୍ଲଡ୍‌ ପ୍ରେସରର ଚୁମ୍ବକୀୟ ଚିକିତ୍ସା

ଯଦି ଆପଣଙ୍କର ଲୋ ବ୍ଲଡ୍ ପ୍ରେସର ସମସ୍ୟା ରହିଛି, ତେବେ ଆପଣ ନିଜର ଦୁଇଟି ଯାକ ହାତରେ ତା’ର ଦିଗ ଅନୁଯାୟୀ ଚୁମ୍ବକକୁ ୧୫ ରୁ ୨୦ ମିନିଟ ଯାଏଁ ରଖନ୍ତୁ। ନଚେତ ଡେଉଁରିଆ ଭଳି ବନାଇ ବାହୁରେ ୧ ଘଣ୍ଟା ଯାଏଁ ବାନ୍ଧନ୍ତୁ। ଲୋ ବ୍ଲଡ୍ ପ୍ରେସର ପାଇଁ ଦକ୍ଷିଣ ମେରୁର ପ୍ରୟୋଗ ଭଲ ହୋଇଥାଏ। କାରଣ ଏହାର ପ୍ରଭାବ ଗରମ ହୋଇଥାଏ।

କେମିତି ଜାଣିବେ ଉତ୍ତର ଓ ଦକ୍ଷିଣ ମେରୁ କେଉଁଟା?

୧. ଆପଣ ଠିଆ ହେଲେ ଆପଣଙ୍କ ମୁଣ୍ଡ ଆଡ଼କୁ ଥିବା ଅଂଶ ଉତ୍ତର ମେରୁ ଓ ପାଦ ଆଡ଼କୁ ଥିବା ଅଂଶ ଦକ୍ଷିଣ ମେରୁ ହୋଇଥାଏ।

୨. ଆପଣ ଶୋଇଲେ ଶରୀରର ଡାହାଣ ପଟ ହେଉଛି ଉତ୍ତର ମେରୁ ଓ ବାମ ପଟ ହେଉଛି ଦକ୍ଷିଣ ମେରୁ।

୩. ସେହିଭଳି ଆପଣ ବସି ରହିଲେ ଶରୀରର ଆଗପଟ ହେଉଛି ଉତ୍ତର ମେରୁ ଓ ପଛପଟ ହେଉଛି ଦକ୍ଷିଣ ମେରୁ।

ଆପଣାନ୍ତୁ ଏହି ସବୁ ସାବଧାନତା

୧. ଚୁମ୍ବକୀୟ ଚିକିତ୍ସା ସମୟରେ କାଠର ଚେୟାର ବ୍ୟବହାର କରନ୍ତୁ। ଭଲ ଫଳ ମିଳିବ।

୨. ଚୁମ୍ବକୀୟ ଚିକିତ୍ସା ସକାଳେ ଖାଲି ପେଟରେ କଲେ ଭଲ। କିନ୍ତୁ ଚିକିତ୍ସା ସରିବାର ଅଧଘଣ୍ଟା ଯାଏଁ ଆଇସ୍‌-କ୍ରିମ୍‌, ଫ୍ରିଜ୍‌ ପାଣି କିମ୍ବା କୌଣସି ଥଣ୍ଡା ଜିନିଷ ଖାଆନ୍ତୁ ନାହିଁ।

୩. ଖାଦ୍ୟ ଖାଇବାର ତୁରନ୍ତ ପରେ ଚୁମ୍ବକୀୟ ଚିକିତ୍ସା କରନ୍ତୁ ନାହିଁ।

୪. ଚୁମ୍ବକୀୟ ଚିକିତ୍ସା ସମୟରେ ଯଦି କୌଣସି ସମସ୍ୟା ଦେଖାଦିଏ, ତେବେ ତୁରନ୍ତ ଏହାକୁ ବନ୍ଦ କରି ଦିଅନ୍ତୁ।

ତେବେ ଏହି ପଦ୍ଧତିରେ ଚିକିତ୍ସା କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos