ମହାରାଷ୍ଟ୍ରରେ ଓଲଟି ପଡ଼ିଲା ଓଡ଼ିଆ ତୀର୍ଥଯାତ୍ରୀ ବସ୍‌: ୨ ମୃତ, ୪୦ ଆହତ

busturn

ଯାଜପୁର: ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମହାରାଷ୍ଟ୍ରରେ ଏକ ଓଡ଼ିଆ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁନିନ୍ଦା ନାଥସାହିର ପ୍ରଫୁଲ ସାହୁ (୪୫) ଏବଂ ଦେବଗଡ଼ ଜିଲ୍ଲାର ମମତା ମିଶ୍ର (୪୨)। ଆହତମାନଙ୍କୁ ପୁଣେ ଓ ଗୋରେଗାଓଁ ସ୍ଥିତ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଓଡ଼ିଶାରୁ ଦୁଇଟି ବସ୍‌ରେ ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରର ପୁଣେ ସ୍ଥିତ ଭୀମଶଙ୍କର ଯାଇଥିଲେ। ଗତକାଲି ରାତିରେ ଭୀମଶଙ୍କରରେ ଦର୍ଶନ ସାରି ଫେରୁଥିବା ବେଳେ ଦୁଇଟି ବସ୍ ମଧ୍ୟରୁ ଗୋଟିଏ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ମେଡିକାଲ୍ ପଠାଇଥିଲା।

ଏହି ଦୁର୍ଘଟଣା ସଂପର୍କରେ ଯାଜପୁରର ଗିରିଧାରୀ ବାରିକ ନାମକ ଜଣେ ତୀର୍ଥଯାତ୍ରୀ ଫୋନ୍ କରି ସୂଚନା ଦେଇଛନ୍ତି।

Previous ArticleNext Article

Send this to a friend