ବଦଳିଲା ମହିମାଙ୍କ ରିମାଣ୍ଡ ଅବଧି

ପାରାଦୀପ: ସିୱେଜ ସିପିଂ କର୍ପୋରେସନ୍ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜିଠାରୁ ଚାରି ଦିନିଆ ରିମାଣ୍ଡରେ ନେଇ ଥାଆନ୍ତା ପାରଦୀପ ପୋଲିସ୍। ତେବେ ସ୍ୱାସ୍ଥ୍ୟଗତ କାରଣରୁ ଆଜି ପାଇଁ ତାଙ୍କ ରିମାଣ୍ଡଙ୍କୁ ସ୍ଥଗିତ ରଖିଥିଲା। ଏହା ପରେ ରିମାଣ୍ଡ ପାଇଁ ପାରାଦୀପ ପୋଲିସ୍ କୁଜଙ୍ଗ ଜେଏମ୍‌ଏଫ୍‌ସିରେ ସାନି ଆବେଦନ କରିଥିଲା। ଜାନୁଆରୀ ୧ରୁ ୪ ଯାଏଁ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ପୋଲିସ୍‌କୁ ଅନୁମତି ଦେଇଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ […]

mahima

mahima

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 09:05 PM IST

Sports

Latest News

ପାରାଦୀପ: ସିୱେଜ ସିପିଂ କର୍ପୋରେସନ୍ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କୁ ଆଜିଠାରୁ ଚାରି ଦିନିଆ ରିମାଣ୍ଡରେ ନେଇ ଥାଆନ୍ତା ପାରଦୀପ ପୋଲିସ୍। ତେବେ ସ୍ୱାସ୍ଥ୍ୟଗତ କାରଣରୁ ଆଜି ପାଇଁ ତାଙ୍କ ରିମାଣ୍ଡଙ୍କୁ ସ୍ଥଗିତ ରଖିଥିଲା। ଏହା ପରେ ରିମାଣ୍ଡ ପାଇଁ ପାରାଦୀପ ପୋଲିସ୍ କୁଜଙ୍ଗ ଜେଏମ୍‌ଏଫ୍‌ସିରେ ସାନି ଆବେଦନ କରିଥିଲା। ଜାନୁଆରୀ ୧ରୁ ୪ ଯାଏଁ ତାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ପୋଲିସ୍‌କୁ ଅନୁମତି ଦେଇଥିଲେ।

ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ମଙ୍ଗଳବାର ରାତିରେ ମହିମା ଓ ବସନ୍ତଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବସନ୍ତଙ୍କୁ ସେଠାରୁ କଟକ ବଡ଼ ମେଡିକାଲ ପଠାଯାଇଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିବା ପରେ ମହିମାଙ୍କୁ ଗତକାଲି ପୁଣି ସମାଗଳ ଜେଲ୍‌କୁ ପଠାଇ ଦିଆଯାଇଥିଲା।

ସମାଗୋଳା ଜେଲ୍‌ରେ ମହିମା ମିଶ୍ର ଥିବାରୁ ତଦନ୍ତ ବାଧାପ୍ରାପ୍ତ ହେବା ଆଶଙ୍କା କରି ଆଳିପିଙ୍ଗଳ ଜେଲକୁ ଅଭିଯୁକ୍ତ ରାକେଶ ଚୌବେଙ୍କୁ ସ୍ଥାନାନ୍ତର କରିବାକୁ କୁଜଙ୍ଗ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିଥିଲା ପାରାଦୀପ ପୋଲିସ। ଏହାକୁ କୋର୍ଟ ଗ୍ରହଣ କରିବା ପରେ ରାକେଶଙ୍କୁ ଆଳିପିଙ୍ଗଳ ଜେଲକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos