ମାଲକାନଗିରି ଡାକ୍ତରଖାନାରେ ଆଉ ନାହାନ୍ତି ଜାପାନୀ ଜ୍ୱରରେ ଆକ୍ରାନ୍ତ ଶିଶୁ

ମାଲକାନଗିରି: ଜାପାନୀ ଜ୍ୱର ପାଇଁ ନାକେଦମ ହୋଇ ପଡ଼ିଥିବା ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଛ ଆଶ୍ୱସ୍ତି। ଗତକାଲି ଏହି ଜ୍ୱରରେ ପୀଡ଼ିତ ଆଉ ଜଣେ ବି ଶିଶୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନ ଥିଲେ। ସମସ୍ତେ ଚିକିତ୍ସିତ ହୋଇ ଘରକୁ ଫେରି ଯାଇଥିବା ବେଳେ ଜଣେ ବି ନୂଆ ରୋଗୀ (ଜାପାନୀ ଜ୍ୱରରେ ପୀଡ଼ିତ) ଆସି ନ ଥିଲେ। ଫଳରେ ୩ ମାସ ତଳେ ଡାକ୍ତରଖାନାରେ  ଖୋଲା ଯାଇଥିବା ଜାପାନୀ ଜ୍ୱର ୱାର୍ଡକୁ ପୁଣି ଶିଶୁ ରୋଗ […]

malkangiri

malkangiri

Rakesh Mallick
  • Published: Thursday, 08 December 2016
  • Updated: 08 December 2016, 08:56 AM IST

Sports

Latest News

malkangiriମାଲକାନଗିରି: ଜାପାନୀ ଜ୍ୱର ପାଇଁ ନାକେଦମ ହୋଇ ପଡ଼ିଥିବା ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଛ ଆଶ୍ୱସ୍ତି। ଗତକାଲି ଏହି ଜ୍ୱରରେ ପୀଡ଼ିତ ଆଉ ଜଣେ ବି ଶିଶୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନ ଥିଲେ। ସମସ୍ତେ ଚିକିତ୍ସିତ ହୋଇ ଘରକୁ ଫେରି ଯାଇଥିବା ବେଳେ ଜଣେ ବି ନୂଆ ରୋଗୀ (ଜାପାନୀ ଜ୍ୱରରେ ପୀଡ଼ିତ) ଆସି ନ ଥିଲେ। ଫଳରେ ୩ ମାସ ତଳେ ଡାକ୍ତରଖାନାରେ  ଖୋଲା ଯାଇଥିବା ଜାପାନୀ ଜ୍ୱର ୱାର୍ଡକୁ ପୁଣି ଶିଶୁ ରୋଗ ୱାର୍ଡରେ ପରିବର୍ତ୍ତନ କରାଯାଇଛି। ତେବେ ଜାପାନୀଜ୍ ଏନ୍‌ସେଫାଲାଇଟିସ୍‌ ଆକ୍ରାନ୍ତଙ୍କ ଚିକିତ୍ସା କରିବା ପାଇଁ ମାଲକାନଗିରି ଆସିଥିବା ସ୍ୱତନ୍ତ୍ର ୮ ଜଣିଆ ଡାକ୍ତରୀ ଦଳ ସଦର ମହକୁମାରେ ଅଛନ୍ତି।

ଏହି ଜ୍ୱରରେ ଗତ ୪ ତାରିଖରୁ ଜଣେ ମାତ୍ର ଶିଶୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଗତକାଲି ସେ ସୁସ୍ଥ ହୋଇ ଫେରିଯାଇଥିଲେ।  ପ୍ରଶାସନ କହିଛି ଜାପାନୀ ଜ୍ୱର ଥିବା ଶିଶୁ ଆଉ ନାହାନ୍ତି।

ଅନ୍ୟପକ୍ଷରେ ଜାପାନୀ ଜ୍ୱରର ମୁକାବିଲା ପାଇଁ ଗତ ୫ ତାରିଖରୁ ଜିଲ୍ଲାରେ ପ୍ରତିଷେଧକ ଟିକା ଦିଆଯାଉଛି। ୫ ଓ ୬ ତାରିଖରେ ୧ ରୁ୧୫ ବର୍ଷ ବୟସର ମୋଟ ୪୯,୬୯୨ ଶିଶୁଙ୍କୁ ଟିକା ଦେବାକୁ ଟାର୍ଗେଟ୍ କରାଯାଇଥିବା ବେଳେ ୪୧,୬୬୦ ଜଣଙ୍କୁ ଦିଆଯାଇଛି ବୋଲି ମାଲକାନଗିରି ଏଡିଏମ୍‌ଓ କଲ୍ୟାଣ ସରକାର କହିଛନ୍ତି।

ସେ କହିଛନ୍ତି,“ଶତପ୍ରତିଶତ ଟିକାକରଣ ପାଇଁ ଉଦ୍ୟମ ଚାଲିଛି। ଏହି ଦୁଇ ଦିନରେ ଯେଉଁମାନେ ଟିକା ନେଇ ପାରି ନାହାନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯିବ।”

ଜାପାନୀ ଜ୍ୱର ଆତଙ୍କ ଯୋଗୁଁ ଅନ୍ୟ ରୋଗରେ ଆକ୍ରାନ୍ତ ହେଉଥିବା ଶିଶୁମାନଙ୍କୁ ମଧ୍ୟ ବାପାମା’ମାନେ ଡାକ୍ତରଖାନା ଆଣୁ ନ ଥିବା ନେଇ ଅଭିଯୋଗ କରିଛି ଆଦିବାସୀ ମହାସଂଘ। ଡାକ୍ତରଖାନାକୁ ଗଲେ ଛୁଆ ବଞ୍ଚିବ ନାହିଁ ବୋଲି ଆଦିବାସୀଙ୍କ ମନରେ ଧାରଣା ସୃଷ୍ଟି ହୋଇଯାଇଛି ବୋଲି ମହାସଂଘ କହିଛି। ଏଣୁ ଜିଲ୍ଲା ପ୍ରଶାସନ ଏନେଇ ଜନସଚେତନତା ସୃଷ୍ଟି କରିବା ଦରକାର ବୋଲି କହିଛନ୍ତି ମହାସଂଘ ସଭାପତି ଘନଶ୍ୟାମ ମାଡ଼କାମୀ।

ମାଲକାନଗିରି ଏଡିଏମ୍‌ଓ କଲ୍ୟାଣ ସରକାର କହିଛନ୍ତି ଯେ ଏନେଇ ସଚେତନା ସୃଷ୍ଟି କରାଯିବ ଓ ଯେକୌଣସି ରୋଗରେ ପୀଡ଼ିତ ଶିଶୁଙ୍କୁ ଡାକ୍ତରଖାନା ଆଣିବାକୁ ଲୋକଙ୍କୁ କୁହାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story