ବିଲକୁ ଯାଉଯାଉ ସାପ ଦେଖିଲେ, କାମୁଡିଦେବା ଭୟରେ କାମୁଡି ଦେଲେ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସାପ କାମୁଡାରେ ମହିଳା ମୃତ, ଶିଶୁ ମୃତ ଏମିତି ପଶୁପକ୍ଷୀ ମରିଯିବା ଭଳି ଖବର ଆପଣ ପଢିଥିବେ। ଖବର କାଗଜ ହେଉ ଅଥବା ଅନ୍ୟକୌଣସି ଗଣମାଧ୍ୟମରେ ଏଭଳି ଖବର ସାଧାରଣ କଥା। ହେଲେ ଆମେ ଅପଣଙ୍କୁ ଆଜି ଏକ ଅଜବ ଖବର ବିଷୟରେ କହିବାକୁ ଯାଉଛୁ। ଜାଣିଛନ୍ତି, ଏଥର ସାପ କାହାକୁ କାମୁଡିନି, ହେଲେ ସାପକୁ ଜଣେ ଯୁବକ କାମୁଡି ଦେଇଛନ୍ତି। ଆଉ ଏହି ଅଘଟଣରେ ନିରୀହ ସାପର ପ୍ରାଣ ଚାଲି ଯାଇଛି। ଭାବୁଥିବେ […]

sapa

sapa

Rakesh Mallick
  • Published: Monday, 26 February 2018
  • Updated: 26 February 2018, 06:18 PM IST

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସାପ କାମୁଡାରେ ମହିଳା ମୃତ, ଶିଶୁ ମୃତ ଏମିତି ପଶୁପକ୍ଷୀ ମରିଯିବା ଭଳି ଖବର ଆପଣ ପଢିଥିବେ। ଖବର କାଗଜ ହେଉ ଅଥବା ଅନ୍ୟକୌଣସି ଗଣମାଧ୍ୟମରେ ଏଭଳି ଖବର ସାଧାରଣ କଥା। ହେଲେ ଆମେ ଅପଣଙ୍କୁ ଆଜି ଏକ ଅଜବ ଖବର ବିଷୟରେ କହିବାକୁ ଯାଉଛୁ। ଜାଣିଛନ୍ତି, ଏଥର ସାପ କାହାକୁ କାମୁଡିନି, ହେଲେ ସାପକୁ ଜଣେ ଯୁବକ କାମୁଡି ଦେଇଛନ୍ତି। ଆଉ ଏହି ଅଘଟଣରେ ନିରୀହ ସାପର ପ୍ରାଣ ଚାଲି ଯାଇଛି।

ଭାବୁଥିବେ ଆମେ ଗପ କହୁଛୁ। ଜମା ନୁହେଁ ଆଜ୍ଞା। ଏଇଟା ଗପ ନୁହେଁ ଖାଣ୍ଟି ସତ ଖବର। ଭାବୁଥିବେ ଏତେ ହିଂସ୍ର ସାପଟି କେମିତି ଗୋଟେ ନିରୀହ ମଣିଷର ଚୋଟରେ ମରିଗଲା, ହେଲ କେମିତି ? ତା ହେଲେ ପଢନ୍ତୁ ପୁରା ଘଟଣା କ’ଣ ଥିଲା ସେଦିନ।

ମଧ୍ୟପ୍ରଦେଶର ମୁରୈନା ଅଞ୍ଚଳରେ ଘଟିଛି ଏହି ଘଟଣା। ଗ୍ରାମର ଜାଲିମ ସିଂହ କୁଶାଭାଓ ସବୁଦିନ ପରି ବିଲକୁ ଯାଉଥିବା ବେଳେ ଶୁକ୍ରବାର ବିଲ ମଝାମଝି ଏକ ସାପ ଦେଖିଥିଲେ। ଏହାକୁ ଦେଖି  ସେ ଡରିଯାଇଥିଲେ। ସାପ କାଳେ ତାଙ୍କୁ କାମୁଡିଦେବ ଭାବି ସେ ସାପକୁ ଧରିଆଣି ନିଜେ କାମୁଡି ଦେଇଥିଲେ।  ଘଟଣାସ୍ଥଳରେ ସାପର ମୃତ୍ୟୁ ଘଟିଥିଲା। ଏହାପରେ ଜାଲିମ ଚେତାଶୂନ୍ୟ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଡାକ୍ତର କହିଥିଲେ ଜାଲିମ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି। ସାପକୁ କାମୁଡିବା ଦ୍ୱାରା ତାଙ୍କ ଶରୀର ପ୍ରଭାବିତ ହୋଇନାହିଁ। ଏଣେ ଅତ୍ୟଧିକ ମଦ୍ୟପାନ ଯୋଗୁ ଜାଲିମଙ୍କ ଶରୀର ବିଶାକ୍ତ ହୋଇପଡିଛି ଯେଉଁଥିପାଇଁ ସାପର ପ୍ରାଣ ଛାଡିଗଲା ବୋଲି ସେ ଅନୁମାନ କରୁଥିବା କହିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos