ମାନହାନୀ ମକଦ୍ଦମା ମାମଲା: କୋର୍ଟରେ ହାଜର ହେଲେ ଇତିଶ ଓ ପ୍ରଦୀପ

ଭୁବନେଶ୍ୱର: ବିବାଦୀୟ ଭିଡିଓକୁ ନେଇ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା କରିଥିବା ମାନହାନୀ ମକଦ୍ଦମାରେ ଆଜି ଯୁବ କଂଗ୍ରେସ ସଭାପତି ଇତିଶ ପ୍ରଧାନ ଏବଂ ନିଆଁଖୁଣ୍ଟା ଡଟ୍‌କମ୍‌ର ପ୍ରୋପାଇଟର ପ୍ରଦୀପ ପାଣ୍ଡେଙ୍କ ସମେତ ସବୁ ପକ୍ଷ କୋର୍ଟରେ ହାଜର ହୋଇଥିଲେ। ନିଆଁଖୁଣ୍ଟା ଡଟ୍‌କମ ଓ ଏକ ଗଣମାଧ୍ୟମ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଅନ୍ୟପକ୍ଷ କାରଣ ଦର୍ଶାଅ ନୋଟିସ୍‌ର ଜବାବ ରଖିବା ପାଇଁ ସମୟ ମାଗିଛନ୍ତି। ଏଥିପାଇଁ କୋର୍ଟ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ସମୟ […]

pradee-panday

pradee-panday

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 09:38 PM IST

Sports

Latest News

pradeepଭୁବନେଶ୍ୱର: ବିବାଦୀୟ ଭିଡିଓକୁ ନେଇ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା କରିଥିବା ମାନହାନୀ ମକଦ୍ଦମାରେ ଆଜି ଯୁବ କଂଗ୍ରେସ ସଭାପତି ଇତିଶ ପ୍ରଧାନ ଏବଂ ନିଆଁଖୁଣ୍ଟା ଡଟ୍‌କମ୍‌ର ପ୍ରୋପାଇଟର ପ୍ରଦୀପ ପାଣ୍ଡେଙ୍କ ସମେତ ସବୁ ପକ୍ଷ କୋର୍ଟରେ ହାଜର ହୋଇଥିଲେ। ନିଆଁଖୁଣ୍ଟା ଡଟ୍‌କମ ଓ ଏକ ଗଣମାଧ୍ୟମ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଅନ୍ୟପକ୍ଷ କାରଣ ଦର୍ଶାଅ ନୋଟିସ୍‌ର ଜବାବ ରଖିବା ପାଇଁ ସମୟ ମାଗିଛନ୍ତି। ଏଥିପାଇଁ କୋର୍ଟ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।

ବିବାଦୀୟ ଭିଡିଓ ଗଣମାଧ୍ୟମରେ ପ୍ରସାରଣ ଉପରେ କୋର୍ଟ ଲଗାଇଥିବା ରୋକ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି।

ଇତିଶ କହିଛନ୍ତି,“କେନ୍ଦ୍ରୀୟ ଫୋରେନସିକ ଲ୍ୟାବରେ ଭିଡିଓର ଟେଷ୍ଟ କରାଗଲେ ସେଥିରେ କିଏ ଅଛି ଜଣାପଡିବ। ସମୟ ଆସିବ ପ୍ରକୃତ ସତ୍ୟ ନିଶ୍ଚିତ ବାହାରକୁ ଆସିବ।”

ପ୍ରଦୀପ କହିଛନ୍ତି,“ଆମେ ଗୋଟିଏ ଭିଡିଓ ଛାଡିଥିଲୁ ଓ ରିଷି ମୃତ୍ୟୁ କଥା କହିଥିଲୁ। ଆମେ ରିଷିର ପ୍ରେମ କାହାଣୀ କଥା କହିଥିଲୁ। ଆମେ ମେୟରଙ୍କର କେବେ ସମ୍ମାନହାନୀ କରିନାହୁଁ। ମୁଁ ଆଗରୁ କହିଛି ଏହା ହେଉଛି ଗୋଟିରେ ସରଳରେଖାର ୩ଟି ବିନ୍ଦୁ। ଏହି ୩ଟି ବିନ୍ଦୁକୁ ଯୋଡ଼ିଦେଲେ ସବୁ ଘଟଣା ସ୍ପଷ୍ଟ ହୋଇଯିବ। ରିଷି ମୃତ୍ୟୁ ହତ୍ୟା କି ନୁହେଁ ଓ ଏଥିରେ କିଏ ଅଛନ୍ତି ଜଣାପଡିଯିବ।”

ମୁଖ୍ୟମନ୍ତ୍ରୀଙ୍କ ଗେହ୍ଲାପୁଅ ଏବେ ଯୌନ କେଳେଙ୍କାରୀରେ ଫସିଛନ୍ତି

ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମେୟର ଅନନ୍ତ ନାରାୟଣ ଜେନାଙ୍କୁ ନବୀନଙ୍କ ଗେହ୍ଲାପୁଅ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସେ କହିଛନ୍ତି,“ଯିଏ ଅଣ୍ଟିରେ ନିଆଁ ରଖେ ତା’ ଅଣ୍ଟା ପୋଡ଼ିଯାଏ। ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଉଛି ସେ ତାଙ୍କ ଅଣ୍ଟାରେ ନିଆଁ ରଖିଥାନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ଗେହ୍ଲାପୁଅ ମେୟର ଏବେ ଯୌନ କେଳେଙ୍କାରୀରେ ଫସିଛନ୍ତି। ମୁଖ୍ୟମନ୍ତ୍ରୀ କହି ଦିଅନ୍ତୁ ସେ ତାଙ୍କ ସୁନାପୁଅ ଓ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭୁଲ।”

ବିଜେଡି ପାଇଁ ଅଡୁଆ ପାଲଟିଛି ରିଷି ମୃତ୍ୟୁ ଓ ବିବାଦୀୟ ଭିଭିଓ

ରିଷି ମୃତ୍ୟୁ ଓ ବିବାଦୀୟ ଭିଡିଓରେ ଅନନ୍ତ ଥିବା ଅଭିଯୋଗ ହେବା ପରେ ବିଜେଡିର ଅଡୁଆ ବଢି ଯାଇଛି। ଏହି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଅନନ୍ତଙ୍କ ଉପରେ ଖପ୍ପା ଅଛନ୍ତି। କିଛିଦିନର ଘଟଣାକ୍ରମକୁ ଦେଖିଲେ ଜଣାପଡୁଛି ନବୀନ ଏବଂ ଅନନ୍ତଙ୍କ ମଧ୍ୟରେ ଦୂରତା ବଢିଛି। ଅନନ୍ତ ଦଳର ସାଧାରଣ ସମ୍ପାଦକ ଥିବାରୁ ବିଭିନ୍ନ ସମୟରେ ତାଙ୍କ ନାଁରେ ପ୍ରେସ୍‌ ବିଜ୍ଞପ୍ତି ଆସୁଥିଲା। ହେଲେ କିଛିଦିନ ହେବ ଦଳର ଅନ୍ୟ ସାଧାରଣ ସମ୍ପାଦକଙ୍କ ନାଁରେ ପ୍ରେସ୍‌ ରିଲିଜ ଆସୁଛି।

ସେହିପରି ଦଳର ପ୍ରତିଷ୍ଠା ଦିବସ ପାଇଁ ସବୁ ଆୟୋଜନ କରିଥିଲେ ମଧ୍ୟ ଅନନ୍ତଙ୍କୁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା। ଏପରି ସ୍ଥିତି ଆଗାମୀ ଦିନରେ ଅନନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନୁ ଇସାରା କରୁଥିବା ଚର୍ଚ୍ଚା ଜୋର ଧରିଛି।

ବିଜେଡି ବିଧାୟକ ସମୀର ଦା କହିଛନ୍ତି,“ମୁଖ୍ୟମନ୍ତ୍ରୀ କେବେ ବି ନିଆଁକୁ ଅଣ୍ଟିରେ ପୁରାନ୍ତି ନାହିଁ। ଘଟଣାର ତଦନ୍ତ ଚାଲିଛି। ପ୍ରତିଦିନ କିଛି ନା କିଛି ନୂଆ କଥା ପଦାକୁ ଆସୁଛି। ତଦନ୍ତ ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରି ଆବଶ୍ୟକ ନିଷ୍ପତ୍ତି ଓ ପଦକ୍ଷେପ ନେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos