ଜେଲରୁ ମୁକୁଳିବେ ଜେସିକାଙ୍କ ହତ୍ୟାକାରୀ ମନୁ ଶର୍ମା ! ରାଜି ହେଲେ ଭଉଣୀ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଜେସିକା ଲାଲ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମନୁଶର୍ମାଙ୍କୁ ତିହାର ଜେଲରୁ ମୁକୁଳିବାକୁ ନେଇ ତାଙ୍କ ପରିବାର ପକ୍ଷରୁ ବିରୋଧ କରାଯିବ ନାହିଁ । ଏନେଇ ଜେସିକା ଲାଲଙ୍କ ଭଉଣୀ ସାବ୍ରିନା ଲାଲ୍ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ।  ୧୯୯୯ ଏକ ବାରରେ ଜେସିକା ଲାଲଙ୍କୁ ହତ୍ୟା କରାଯାଇଥିଲା।   ଏହି ଘଟଣାରେ ମନୁଶର୍ମା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।  ତା’ ପରଠାରୁ ମନୁଶର୍ମା ତିହାର […]

maxresdefault-4 copy

maxresdefault-4 copy

Rakesh Mallick
  • Published: Monday, 23 April 2018
  • Updated: 23 April 2018, 10:35 PM IST

Sports

Latest News

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଜେସିକା ଲାଲ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମନୁଶର୍ମାଙ୍କୁ ତିହାର ଜେଲରୁ ମୁକୁଳିବାକୁ ନେଇ ତାଙ୍କ ପରିବାର ପକ୍ଷରୁ ବିରୋଧ କରାଯିବ ନାହିଁ । ଏନେଇ ଜେସିକା ଲାଲଙ୍କ ଭଉଣୀ ସାବ୍ରିନା ଲାଲ୍ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ।  ୧୯୯୯ ଏକ ବାରରେ ଜେସିକା ଲାଲଙ୍କୁ ହତ୍ୟା କରାଯାଇଥିଲା।   ଏହି ଘଟଣାରେ ମନୁଶର୍ମା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।  ତା’ ପରଠାରୁ ମନୁଶର୍ମା ତିହାର ଜେଲରେ ଅଛନ୍ତି।  କିନ୍ତୁ ମନୁଶର୍ମାଙ୍କ ବ୍ୟବହାରରେ ପରିବର୍ତ୍ତନ ଯୋଗୁ ତାଙ୍କୁ ଏବେ ଓପନ ଜେଲରେ ରଖାଯାଇଛି।

ଏଥିସହ ସେ ଏକ ବେସରକାରୀ ସଂଗଠନର ସହାୟତାରେ କଏଦୀ ଓ ସେମାନଙ୍କ ପିଲାମାନଙ୍କର ଥଇଥାନ ପାଇଁ କାର୍ଯ୍ୟ କରୁଛନ୍ତି।   ମନୁଶର୍ମା ପ୍ରତିଦିନ ତିହାର ଜେଲରୁ ବାହାରକୁ ଯାଇ ସନ୍ଧ୍ୟାରେ ଫେରୁଛନ୍ତି।   ଏଥିପାଇଁ ତିହାର ଜେଲ କର୍ତ୍ତୃପକ୍ଷ ତାଙ୍କୁ ଅନୁମତି ଦେଇଛନ୍ତି । ସୂଚନା ଅନୁଯାୟୀ, ପ୍ରସିଦ୍ଧ ମଡେଲ ଜେସିକା ଲାଲଙ୍କ ମୃତ୍ୟୁ ହୋଇଥିଲା ୨୯ ଏପ୍ରିଲ ୧୯୯୯ରେ। ଦିଲ୍ଲୀର ଟେମରିଣ୍ଡ କୋର୍ଟ ରେଷ୍ଟୁରାଣ୍ଟରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। କାରଣ ଥିଲା ଜେସିକା ମଦ ପରଷିବାକୁ ମନା କରିଦେଇଥିଲେ। ତାଙ୍କ ହତ୍ୟାକାରୀ ଥିଲେ ମନୁ ଶର୍ମା।  ଏପରିକି ମନୁ ଶର୍ମା ଜେସିକାଙ୍କୁ ୧୦୦୦ ଟଙ୍କା ଦେବାକୁ  ଅଫର ଦେଇଥିଲେ ମଧ୍ୟ ଏଥିରେ ଜେସିକା ରାଜି ହୋଇ ନଥିଲେ। ଆଉ ମଦ ନଦେବାରୁ ମନୁ ଶର୍ମା  .22  ପିସ୍ତଲରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ହରିୟାଣାର କଂଗ୍ରେସ ନେତା ବିନୋଦ ଶର୍ମାଙ୍କ ପୁଅ ହେଉଛନ୍ତି ମନୁ।  ଜେସିକା ଲାଲଙ୍କ ହତ୍ୟା ମକଦ୍ଦମା ଥିଲା ଜଟିଳ । ସାତ ବର୍ଷ ପର୍ଯ୍ୟନ୍ତ ଚାଲିଲା ମକଦ୍ଦମା। ଶେଷରେ ୨୦୦୬ ସମସ୍ତ ଅଭିଯୁକ୍ତଙ୍କୁ ଖଲାସ କରା ଯାଇଥିଲା। ଆପରାଧିଙ୍କୁ ଦଣ୍ଡ ନମିଳିବା ପରେ ଜେସିକାଙ୍କ ଭଉଣୀ ଏହି କେସ୍‌କୁ ମିଡିଆରେ ମାଧ୍ୟମରେ ପ୍ରକାଶ କଲେ। ଖବର ପ୍ରକାଶ ପାଇବା ପରେ ଦିଲ୍ଲୀ ସମେତ ପୂରା ଦେଶ ଏକଜୁଟ୍‌ ହେଲା। ଏହି କେସ୍‌କୁ ପୁଣିଥରେ ଦିଲ୍ଲୀ ହାଇକୋର୍ଟରେ ରି-ଓପନ ହୋଇଥିଲା। ଆଉ ମନୁଙ୍କୁ ଆଜୀବନ କାରାଦଣ୍ଡ ଶୁଣାଯାଇଥିଲା।  ତେବେ ଏନେଇ ବହୁଆବେଦନର ବିଚାର ପରେ ୧୯ ଏପ୍ରିଲ ୨୦୧୦ରେ ଆଜୀବନକାରା ଦଣ୍ଡକୁ ହାଇକୋର୍ଟ କାଏମ ରଖିଥିଲେ।  ସେବେଠାରୁ ମନୁଶର୍ମା ଜେଲରେ ରହି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos