ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି: ଆଜିଠାରୁ ମାଓବାଦୀମାନେ ପିପୁଲ୍ସ ଲିବରେସନ ଗରିଲା ଆର୍ମି ବା ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି। ୨୦୦୦ ମସିହା ଡିସେମ୍ବର ୨ତାରିଖରେ ମାଓନେତା କ୍ରାନ୍ତି ରଣାଦେବଙ୍କ ନେତୃତ୍ୱରେ ପିଏଲଜିଏ ସପ୍ତାହ ମାଓ ସଂଗଠନ ଆରମ୍ଭ ହୋଇଥିଲା। ସେବେଠାରୁ ମାଓବାଦୀମାନେ ଏହି ପିଏଲଜିଏ ସପ୍ତାହ ପାଳନ କରିଆସୁଛନ୍ତି। ମାଓବାଦୀଙ୍କ ଏହି ସପ୍ତାହ ପାଳନ ଯୋଗୁଁ ମାଲକାନଗିରି ଜିଲ୍ଲାରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିବା ସହ ମାଓପ୍ରବଣ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଏହି ସମୟରେ  […]

plga

plga

Rakesh Mallick
  • Published: Friday, 02 December 2016
  • Updated: 02 December 2016, 10:06 AM IST

Sports

Latest News

ମାଲକାନଗିରି: ଆଜିଠାରୁ ମାଓବାଦୀମାନେ ପିପୁଲ୍ସ ଲିବରେସନ ଗରିଲା ଆର୍ମି ବା ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି। ୨୦୦୦ ମସିହା ଡିସେମ୍ବର ୨ତାରିଖରେ ମାଓନେତା କ୍ରାନ୍ତି ରଣାଦେବଙ୍କ ନେତୃତ୍ୱରେ ପିଏଲଜିଏ ସପ୍ତାହ ମାଓ ସଂଗଠନ ଆରମ୍ଭ ହୋଇଥିଲା। ସେବେଠାରୁ ମାଓବାଦୀମାନେ ଏହି ପିଏଲଜିଏ ସପ୍ତାହ ପାଳନ କରିଆସୁଛନ୍ତି। ମାଓବାଦୀଙ୍କ ଏହି ସପ୍ତାହ ପାଳନ ଯୋଗୁଁ ମାଲକାନଗିରି ଜିଲ୍ଲାରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିବା ସହ ମାଓପ୍ରବଣ ଅଞ୍ଚଳରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଏହି ସମୟରେ  ମାଓବାଦୀମାନେ ଅନେକ ହିଂସାକାଣ୍ଡ ଘଟାଇବାର ନଜିର ରହିଥିବାରୁ ପୋଲିସ୍‌ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଏସଏଫ୍‌, ଏସଓଜି ଏବଂ ଡିଭିଏଫ ଯବାନଙ୍କ ଦ୍ୱାରା ଅପରେସନ ଜୋରଦାର କରାଯାଇଛି। ଗାଡ଼ି ଗୁଡ଼ିକରେ ଯାଞ୍ଚ ଏବଂ ଖାନତଲାସୀ କରାଯାଉଛି।

ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଅନେକ ସ୍ଥାନରେ ମାଓପୋଷ୍ଟର ଦେଖିବାକୁ ମିଳିଛି। ମାଓସପ୍ତାହ ପାଳିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ କରିଛି ମାଓ ସଂଗଠନ। ଏହା ସହ ପିଏଲଜିଏ ବାହିନୀରେ ବହୁମାତ୍ରାରେ ଯୁବଗୋଷ୍ଠୀ ସାମିଲ ହେବା ପାଇଁ ପୋଷ୍ଟର ମାଧ୍ୟମରେ ମଧ୍ୟ ଆହ୍ୱାନ କରାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos