ଏମିତି ଗାଁ, ଯେଉଁଠି ସମସ୍ତେ କଥା ହୁଅନ୍ତି ସଂସ୍କୃତ ଭାଷାରେ: ସୃଷ୍ଟି କରିଛି ଏକ ସ୍ୱତନ୍ତ୍ର ପରିଚୟ
ଭାରତୀୟ ସଭ୍ୟତାର ସବୁଠାରୁ ପୁରାତନ ଭାଷା ହେଉଛି ସଂସ୍କୃତ। ବେଦ ପୁରାଣଠାରୁ ଆରମ୍ଭ କରି ଅନେକ ପୁରାତନ ଗ୍ରନ୍ଥ ଲେଖାଯାଇଛି ସଂସ୍କୃତରେ। ଏହାକୁ ଦେବତାଙ୍କ ଭାଷା ମଧ୍ୟ କୁହାଯାଏ। ହେଲେ କାଳକ୍ରମେ ଏହି ଭାଷାର ବ୍ୟବହାର ଏତେ କମି ଯାଇଛି ଯେ, ଏହା ଆଉ ଭାବ ଆଦାନ ପ୍ରଦାନର ଭାଷା ହୋଇ ରହିନାହିଁ।  ତେବେ ଆମ ଦେଶରେ ଏପରି ଏକ ଗାଁ ଅଛି, ଯେଉଁଠି ସମସ୍ତେ ସଂସ୍କୃତ ଭାଷାରେ ହିଁ କଥା ହୁଅନ୍ତି।
କର୍ଣ୍ଣାଟକର ରାଜଧାନୀ ବେଳଙ୍ଗୁରୁରୁ ପ୍ରାୟ ୩ ଶହ କିଲୋମିଟର ଦୂରରେ ଅଛି ମାଟ୍ଟୁର।  କୁହାଯାଏ ୧୦୦ ବର୍ଷ ତଳେ ଏହି ଗାଁ ପ୍ରତିଷ୍ଠା ହୋଇଥିଲା। ଗାଁର ଜନସଂଖ୍ୟା ପ୍ରାୟ ୫ ଶହ। ୧୯୮୧ ମସିହାରେ ଗାଁରେ ଆରମ୍ଭ ହେଲା ସଂସ୍କୃତ ଭାଷାର ପ୍ରଚଳନ। ସଂସ୍କୃତରେ ଶିକ୍ଷାଦାନ ମଧ୍ୟ ଆରମ୍ଭ ହେଲା। କୁନି କୁନି ପିଲାଙ୍କୁ ବୈଦିକ ରୀତିନୀତିରେ ସଂସ୍କୃତ ଶିକ୍ଷାଦାନ ଦିଆଯାଏ। ସଂସ୍କୃତ ଭାଷାରେ ଏହି ଦକ୍ଷତା ମାଟ୍ଟୁର ଗାଁକୁ ସାରା ଦେଶରେ ପରିଚିତ କରାଇଛି। ସଂସ୍କୃତ ଭାଷାରେ ପାରଙ୍ଗମ ଏହି ଗାଁ ପାଶ୍ଚାତ୍ୟ ସଂସ୍କୃତିଠାରୁ ବହୁ ଦୂରରେ। ଯେଉଁଠି ପୁରୁଷମାନେ କେବଳ ଧୋତି ହିଁ ପିନ୍ଧନ୍ତି।
https://www.youtube.com/watch?v=Kc5g6XBkx9k
Ordigital Desk
  • Published: Saturday, 05 May 2018
  • Updated: 05 May 2018, 05:38 PM IST
Sports
Latest News
https://www.youtube.com/watch?v=Kc5g6XBkx9k
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos