ମୁସଲିମ୍‌ ମହିଳାଙ୍କୁ ମୋଦିଙ୍କ ଉପହାର: ବେଶୀ ପଢିଥିଲେ ବାହାଘର ପାଇଁ ମିଳିବ ୫୧,୦୦୦ ଟଙ୍କା

ନୂଆଦିଲ୍ଲୀ: ମୁସଲିମ୍‌ ମହିଳାଙ୍କ ପାଇଁ ମୋଦି ସରକାରଙ୍କ ଉପହାର । ଏଣିକି ବାହାଘର ବେଳେ ମିଳିବ ୫୧,୦୦୦ ଟଙ୍କା ଆର୍ଥିକ ସହାୟତା। ହେଲେ ଏହି ସହାୟତା ସମସ୍ତଙ୍କୁ ମିଳିବନି। ଯେଉଁ ମୁସଲିମ ଯୁବତୀମାନ ଉଚ୍ଚ ଶିକ୍ଷା ଲାଭ କରି ସ୍ନାତକ ପାସ୍ କରିଥିବେ ସେମାନଙ୍କୁ ଏହି ସହାୟତା ମିଳିବ। ମୁଖ୍ୟତଃ ମୁସଲିମ ଯୁବତୀଙ୍କୁ ଉଚ୍ଚ ଶିକ୍ଷା ଦିଗରେ ଉତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାର ନାମ ‘ସାଦୀ ସୁଗୁନ୍’ ରଖାଯାଇଛି। […]

woman

woman

Rakesh Mallick
  • Published: Monday, 07 August 2017
  • Updated: 07 August 2017, 10:16 PM IST

Sports

Latest News

ନୂଆଦିଲ୍ଲୀ: ମୁସଲିମ୍‌ ମହିଳାଙ୍କ ପାଇଁ ମୋଦି ସରକାରଙ୍କ ଉପହାର । ଏଣିକି ବାହାଘର ବେଳେ ମିଳିବ ୫୧,୦୦୦ ଟଙ୍କା ଆର୍ଥିକ ସହାୟତା। ହେଲେ ଏହି ସହାୟତା ସମସ୍ତଙ୍କୁ ମିଳିବନି। ଯେଉଁ ମୁସଲିମ ଯୁବତୀମାନ ଉଚ୍ଚ ଶିକ୍ଷା ଲାଭ କରି ସ୍ନାତକ ପାସ୍ କରିଥିବେ ସେମାନଙ୍କୁ ଏହି ସହାୟତା ମିଳିବ। ମୁଖ୍ୟତଃ ମୁସଲିମ ଯୁବତୀଙ୍କୁ ଉଚ୍ଚ ଶିକ୍ଷା ଦିଗରେ ଉତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାର ନାମ ‘ସାଦୀ ସୁଗୁନ୍’ ରଖାଯାଇଛି। କେନ୍ଦ୍ରୀୟ ସଂଖ୍ୟା ଲଘୁ ମନ୍ତ୍ରଣାଳୟ ଅଧୀନରେ ଥିବା ମୌଲାନା ଏଜୁକେଶନ ଫାଉଣ୍ଡେଶନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ମୁସଲିମ ମହିଳାଙ୍କୁ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରିବା ଲକ୍ଷ୍ୟରେ ଏହି ନିର୍ଣ୍ଣୟ ନିଆଯାଛି। ସେହିପରି ଏ ସମ୍ପର୍କରେ ସବିଶେଷ ତଥ୍ୟ ‘ମୌଲାନା ଏଜୁକେଶନ ଫାଉଣ୍ଡେଶନ’ ୱେବସାଇଟ୍‌ରେ ଉପଲବ୍ଧ ରହିଛି। ମୁସଲିମ ଯୁବତୀଙ୍କ ପାଠପଢା ସଂକ୍ରାନ୍ତରେ ସଂଖ୍ୟା ଲଘୁ ମନ୍ତ୍ରୀ ମୁକ୍ତାର ‌ଆବାସ୍‌ ନକ୍‌ବୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ନିଷ୍ପତ୍ତି ନିଆଯାଇ ଥିବା ବେଳେ ଉପରୋକ୍ତ ପଦକ୍ଷେପ ଅନ୍ୟତମ। ସେହିପରି ମୁସଲିମ ଯୁବତୀଙ୍କୁ ମିଳୁଥିବା ଛାତ୍ରବୃତ୍ତିକୁ ନେଇ ଥିବା ନିୟମାବଳୀରେ କିଛି ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ  ମୁସଲିମ ଯୁବତୀଙ୍କୁ  ବାର୍ଷିକ ୧୨ ହଜାର ଟଙ୍କା ଛାତ୍ରବୃତ୍ତି ମିଳୁଥିଲା। ଏବେ ନବମ ଏବଂ ଦଶମ ଶ୍ରେଣୀରେ  ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ବୃତ୍ତି ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି। ‘ମୌଲାନା ଏଜୁକେଶନ ଫାଉଣ୍ଡେଶନ’ର ମୁଖ୍ୟ ସାକିର ହୁସେନ୍ ଅନ୍‌ସାରୀଙ୍କ କହିବା ଅନୁଯାୟୀ ଆର୍ଥିକ ଅନଟନ ଯୋଗୁ ବହୁ ମୁସଲିମ ବାଳିକା ମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କୁ ପ୍ରୋତ୍ସାହନ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos