ଆପଣଙ୍କ ଶରୀରର କେଉଁ ସ୍ଥାନରେ କଳା ଜାଇ ଅଛି? ଜାଣନ୍ତୁ ଏହା କ’ଣ ସଙ୍କେତ ଦେଇଥାଏ

ଅନେକ ଲୋକଙ୍କ ଶରୀରରେ କଳା ଜାଇ ଦେଖିବାକୁ ମିଳେ।  ଏହା ଶରୀରର ବିଭିନ୍ନ ସ୍ଥାନରେ ଦେଖାଯାଏ। କଳା ଜାଇ ମୁହଁର ସୌନ୍ଦର୍ଯ୍ୟ ବଢ଼ାଇଥାଏ।  ତେବେ ଜାଣନ୍ତି, ଜ୍ୟୋତିଷଶାସ୍ତ୍ର ଅନୁସାରେ କଳା ଜାଇ ସହିତ ବ୍ୟକ୍ତିର ବ୍ୟକ୍ତିତ୍ୱ, ସ୍ୱଭାବ ଏବଂ ଭବିଷ୍ୟତ ଯୋଡ଼ି ହୋଇଥାଏ। ଶରୀରରେ କେଉଁ ଅଙ୍ଗରେ କଳା ଜାଇ ଅଛି, ତାକୁ ନେଇ ଏହା ନିର୍ଦ୍ଧାରିତ ହୋଇଥାଏ। କଳା ଜାଇକୁ ସାଧାରଣତଃ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ‘ତିଳ’ ବୋଲି କୁହାଯାଏ। ତା’ ହେଲେ ଆସନ୍ତୁ ଜାଣିବା […]

672

672

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 11:47 AM IST

Sports

Latest News

ଅନେକ ଲୋକଙ୍କ ଶରୀରରେ କଳା ଜାଇ ଦେଖିବାକୁ ମିଳେ।  ଏହା ଶରୀରର ବିଭିନ୍ନ ସ୍ଥାନରେ ଦେଖାଯାଏ। କଳା ଜାଇ ମୁହଁର ସୌନ୍ଦର୍ଯ୍ୟ ବଢ଼ାଇଥାଏ।  ତେବେ ଜାଣନ୍ତି, ଜ୍ୟୋତିଷଶାସ୍ତ୍ର ଅନୁସାରେ କଳା ଜାଇ ସହିତ ବ୍ୟକ୍ତିର ବ୍ୟକ୍ତିତ୍ୱ, ସ୍ୱଭାବ ଏବଂ ଭବିଷ୍ୟତ ଯୋଡ଼ି ହୋଇଥାଏ। ଶରୀରରେ କେଉଁ ଅଙ୍ଗରେ କଳା ଜାଇ ଅଛି, ତାକୁ ନେଇ ଏହା ନିର୍ଦ୍ଧାରିତ ହୋଇଥାଏ। କଳା ଜାଇକୁ ସାଧାରଣତଃ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରରେ ‘ତିଳ’ ବୋଲି କୁହାଯାଏ। ତା’ ହେଲେ ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ କଳା ଜାଇ ଥିଲେ କି ସଙ୍କେତ ମିଳେ?  ଆଉ ଏହି ସଙ୍କେତ ଶୁଭ ନା ଅଶୁଭ?

ପିଠିରେ: ଯେଉଁ ମାନଙ୍କର ପିଠିରେ କଳାଜାଇ ଥିବ ସେମାନେ ଭୌତିକବାଦୀ ସହ ରୋମାଣ୍ଟିକ୍‌ ହୋଇଥାଆନ୍ତି। ଏମିତି ଲୋକ ନିଜ ଜୀବନରେ ସବୁ ସୁଖ ପାଆନ୍ତି ବୋଲି କୁହାଯାଏ। ଏମାନଙ୍କ ପାଖକୁ ଖୁବ୍‌ ଧନ ଆସିଥାଏ, କିନ୍ତୁ ଏମାନେ ସଞ୍ଚୟ କରି ରଖିପାରନ୍ତି ନାହିଁ।

ପେଟରେ:  ଯେଉଁମାନଙ୍କ ପେଟରେ କଳା ଜାଇ ଥାଏ ସେମାନେ ଭାରି ଖାଦ୍ୟ ପ୍ରିୟ। ଅର୍ଥାତ୍ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ସେମାନେ ଭଲ ପାଆନ୍ତି। ଏମାନେ ମିଠା ଖାଇବାକୁ ଅଧିକ ଭଲ ପାଆନ୍ତି। କିନ୍ତୁ ଏମାନେ ଅନ୍ୟକୁ ଖୁଆଇବାକୁ ଏତେ ପସନ୍ଦ କରନ୍ତି ନାହିଁ।

ଆଣ୍ଠୁରେ: ଡାହାଣ ଆଣ୍ଠୁରେ  କଳା ଜାଇ ଥିଲେ ଗୃହସ୍ଥ ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ। କିନ୍ତୁ ଆପଣଙ୍କ ବାମ ଗୋଡ଼ରେ କଳା ଜାଇ ଥିଲେ ଏହା ଭଲ ସଙ୍କେତ ନୁହେଁ।

ଗୋଡ଼ରେ:  ଯେଉଁମାନଙ୍କ ଗୋଡ଼ରେ କଳା ଜାଇ ଥାଏ ସେମାନେ ଜୀବନରେ ବାଟବାଣା ହୁଅନ୍ତି ବୋଲି କୁହାଯାଏ। ଏମାନେ ଭ୍ରମଣ କରିବାକୁ ଭଲ ପାଆନ୍ତି। କିନ୍ତୁ ଅନେକ ସମୟରେ ସେହି ଯାତ୍ରା ନିରର୍ଥକ ହୋଇଥାଏ।

ମହିଳାଙ୍କ ଗାଲରେ: ଯଦି କୌଣସି ମହିଳାଙ୍କ ଗାଲରେ କଳା ଜାଇ ଥାଏ, ସେମାନେ ଖୁବ୍‌ ଭାଗ୍ୟଶାଳୀ ହୋଇଥାଆନ୍ତି। ସାରା ଜୀବନ ସେମାନେ ସୁନା ଓ ଗହଣା ସୁଖ ଭୋଗ କରନ୍ତି।

ଅଣ୍ଟାରେ: ଯଦି କୌଣସି ବ୍ୟକ୍ତିଙ୍କର ଅଣ୍ଟାରେ କଳା ଜାଇ ଥାଏ, ସେମାନେ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ଘାଣ୍ଟି ହୁଅନ୍ତି।

ଓଠର ଠିକ୍‌ ଉପରେ:  ଯେଉଁ ମାନଙ୍କ ଓଠର ଠିକ୍ ଉପର ଭାଗରେ କଳା ଜାଇ ଥାଏ, ସେମାନଙ୍କୁ ଶୀଘ୍ର ଧନପ୍ରାପ୍ତି ହୋଇଥାଏ। ସେମାନେ ଭାରି ଜିଦ୍‌ଖୋର ହୋଇଥାନ୍ତି। ସେମାନେ ସବୁବେଳେ ସଫଳତା ପଛରେ ଦୌଡ଼ନ୍ତି।

ତଳିପାଦରେ:  ଯେଉଁମାନଙ୍କ ତଳି ପାଦରେ କଳା ଜାଇ ଥାଏ ସେମାନେ ବିଦେଶ ଯାତ୍ରା କରିପାରନ୍ତି।

ଡାହାଣ ହାତ ପାପୁଲିରେ :  ଯେଉଁମାନଙ୍କ ଡାହାଣ ହାତ ପାପୁଲିରେ କଳା ଜାଇ ଥାଏ, ସେମାନେ ସଫଳତା ପାଆନ୍ତି। ଯେଉଁମାନଙ୍କ ହାତର ଉପର ଭାଗରେ କଳା ଜାଇ ଥାଏ, ସେମାନେ ଖୁବଶୀଘ୍ର ଧନ ଓ ସଫଳତା ପାଇଥାନ୍ତି। ଯଦି କଳା ଜାଇ ହାତର ତଳ ଭାଗରେ ଥାଏ, ତେବେ ସଫଳତା ଓ ଧନପ୍ରାପ୍ତି ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼େ।

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos