୭ ଦିନ ବିଳମ୍ବରେ ଆସିବ ମୌସୁମୀ ବାୟୁ

monsoon

ଭୁବନେଶ୍ୱର: ଶୀଘ୍ର ନୁହେଁ, ୭ ଦିନ ବିଳମ୍ବରେ ଆସିବ ମୌସମୀ ବାୟୁ। ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ଆସନ୍ତା ଜୁନ୍ ୭ ତାରିଖ ସୁଦ୍ଧା ମୌସମୀ ବାୟୁ କେରଳ ଛୁଇଁବ ବୋଲି ଆଇଏମ୍‌ଡି ଆକଳନ କରିଛି। ପାଣିପାଗ ବିଭାଗର ଏହି ପୂର୍ବାନୁମାନ ଯଦି ସତ ହୁଏ, ତା’ହେଲେ ମୌସୁମୀ ବାୟୁ ଓଡ଼ିଶା ଛୁଇଁଲା ବେଳକୁ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି।

ଜୁନ୍ ୮ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଗତକାଲି ପୂର୍ବାନୁମାନ କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

ଜୁନ୍ ୧ ତାରିଖରେ ସାଧାରଣତଃ କେରଳ ଉପକୂଳ ଛୁଇଁଥାଏ ମୌସୁମୀ ବାୟୁ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ମମତା ଯାଦବ ଗତକାଲି କହିଥିଲେ,“ଆସନ୍ତା ତିନି ଚାରି ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚମ ମୌସୁମୀ ବାୟୁ ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜକୁ ଛୁଇଁବ। ସେଠାରୁ ଏହା କେରଳ ଉପକୂଳ ଆଡ଼କୁ ମୁହାଁଇବ। ଧୀରେ ଧୀରେ ଏହା ଉତ୍ତର-ପୂର୍ବ ଆଡ଼କୁ ଗତି କରିବ ଓ ଜୁନ୍ ୮ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁବ।”

Previous ArticleNext Article

Send this to a friend