ଅମ୍ବାନୀଙ୍କ ପିଲାଙ୍କୁ ମିଳୁଥିଲା ଏତିକି ପକେଟ୍‌ ମନି: ଶୁଣିଲେ ମିଛ ଭଳି ଲାଗିବ

ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ସବୁବେଳେ ତାଙ୍କ ରୟାଲ ଲାଇଫ୍ ଓ ବିଜନେସ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ପତ୍ନୀ ନୀତା ଅମ୍ବାନୀ ମଧ୍ୟ ଆଇପିଏଲ୍ ଓ ସାମାଜିକ କାମ କରି ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ତାଙ୍କ ପିଲାମାନ୍ ଲାଇମ୍‌ଲାଇଟରୁ ଦୂରେଇ ରୁହନ୍ତି। ସେମାନେ କ୍ୟାମେରାରେ ବହୁତ କମ୍‌ ଦେଖାଯାଆନ୍ତି। ଏପରିକି ସେମାନଙ୍କ ଚାଲିଚଲଣୀ, ଆଦବକାଏଦା ଓ ଅତୀତ ସମ୍ପର୍କରେ ମଧ୍ୟ ଜାଣିବା ଆମ ପକ୍ଷେ ସମ୍ଭବ ହୁଏନି। ହେଲେ ଆଜି ଆମେ ଆପଣଙ୍କୁ ଅମ୍ବାନୀ ପରିବାରର […]

akash-ambani-family_650x400_71521951073

akash-ambani-family_650x400_71521951073

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 09:39 PM IST

Sports

Latest News

ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ସବୁବେଳେ ତାଙ୍କ ରୟାଲ ଲାଇଫ୍ ଓ ବିଜନେସ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ପତ୍ନୀ ନୀତା ଅମ୍ବାନୀ ମଧ୍ୟ ଆଇପିଏଲ୍ ଓ ସାମାଜିକ କାମ କରି ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ତାଙ୍କ ପିଲାମାନ୍ ଲାଇମ୍‌ଲାଇଟରୁ ଦୂରେଇ ରୁହନ୍ତି। ସେମାନେ କ୍ୟାମେରାରେ ବହୁତ କମ୍‌ ଦେଖାଯାଆନ୍ତି। ଏପରିକି ସେମାନଙ୍କ ଚାଲିଚଲଣୀ, ଆଦବକାଏଦା ଓ ଅତୀତ ସମ୍ପର୍କରେ ମଧ୍ୟ ଜାଣିବା ଆମ ପକ୍ଷେ ସମ୍ଭବ ହୁଏନି। ହେଲେ ଆଜି ଆମେ ଆପଣଙ୍କୁ ଅମ୍ବାନୀ ପରିବାରର ଏମିତି କିଛି କଥା ଜଣାଇବାକୁ ଯାଉଛୁ, ଯାହା ପଢି ଆପଣ ଆଶ୍ଚର୍ଯ୍ୟ ହେବେ।
ଥରେ ଭାବିଲେ ଦେଖି ଯଦି ଆପଣଙ୍କୁ ଅମ୍ବାନୀ ଖାନ୍‌ଦାନ୍‌ର ପିଲାମାନଙ୍କ ପକେଟ୍‌ ମନି ସମ୍ପର୍କରେ ପଚରାଯିବ ତା ହେଲେ ଆପଣ କ’ଣ କହିବେ। ନିଶ୍ଚିତ ଟିକେ ଚିନ୍ତାରେ ପଡିବେ। ଜାଣିଛନ୍ତି, ମୁକେଶ ଅମ୍ବାନୀଙ୍କ ପିଲାମାନଙ୍କର(ଅନନ୍ତ, ଆକାଶ ଓ ଇଶା) ପକେଟ ମନି କେତେ? ଏମାନେ ସ୍କୁଲରେ ପଢ଼ୁଥିବାବେଳେ କେତେ ପକେଟ୍‌ ମନି ନେଉଥିଲେ ଏ କଥା ନିଜେ ତାଙ୍କ ମାଆ ନୀତା ଅମ୍ବାନୀ କହିଛନ୍ତି। ଯାହା ଶୁଣିଲେ ଆପଣଙ୍କୁ ମିଛ ଭଳି ଲାଗିବ।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନୀତା କହିଛନ୍ତି ଯେ ଯେତେବେଳେ ତାଙ୍କ ପିଲାମାନେ ସ୍କୁଲ ଯାଉଥିଲେ ସେତେବେଳେ ପ୍ରତି ଶୁକ୍ରବାର ତାଙ୍କୁ  ୫ ଟଙ୍କା ଦିଆଯାଉଥିଲା। ସେଇ ୫ଟଙ୍କା ନେଇ ସେ ସ୍କୁଲର କ୍ୟାଣ୍ଟିନ୍‌ରେ ଖାଉଥିଲେ। ଥରେ ତାଙ୍କ ପୁଅ ଅନନ୍ତ ନୀତାଙ୍କ ପାଖକୁ ଯାଇ ୧୦ ଟଙ୍କା ମାଗିଥିଲେ। ନୀତା ୧୦ ଟଙ୍କା କ'ଣ ପାଇଁ ଦରକାର ବୋଲି ପଚାରିବାରୁ ସେ କହିଥିଲେ, ସ୍କୁଲରେ ସାଙ୍ଗମାନେ ତାଙ୍କୁ ଚିଡାଉଛନ୍ତି। ମାତ୍ର ୫ ଟଙ୍କା ନେଇ ସ୍କୁଲ ଆସୁଛୁ, ତୁ ଅମ୍ବାନୀ ନା ଭିକାରୀ ବୋଲି ପ୍ରଶ୍ନ କରୁଛନ୍ତି। ଯାହା ଶୁଣିବା ପରେ ନୀତା ହସି ଦେଇଥିଲେ।
ନୀତା କୁହନ୍ତି ଏହା ଶୁଣି ତାଙ୍କୁ ଆଦୌ ଖରାପ ଲାଗି ନ ଥିଲା। କାରଣ ମୁକେଶ ଅମ୍ବାନୀ ଟଙ୍କା ବଞ୍ଚାଇବା ନିଜ ପିତାଙ୍କଠୁ ଶିଖିଛନ୍ତି। ଯାହାଫଳରେ ସେ ଆଜି ଏତେ ସଫଳ ହୋଇପାରିଛନ୍ତି। ତେଣୁ ସେ ଚାହାଁନ୍ତି ଯେ ତାଙ୍କ ପିଲାମାନେ ମଧ୍ୟ ଏହି କଳା ଶିଖନ୍ତୁ।

ନୀତା କହିଛନ୍ତି ଯେ ସେ ସବୁବେଳେ ନିଜ ପିଲାମାନଙ୍କୁ ସାଧାରଣ ପିଲାଙ୍କ ପରି ରଖିବାକୁ ପସନ୍ଦ କରନ୍ତି। ତେଣୁ ସେ କେବେ ହେଲେ ସେମାନଙ୍କୁ ପିଲାବେଳେ ଧନୀ ହେବାର ଅନୁଭବ କରାଇ ନାହାଁନ୍ତି।
ସୂଚନାଯୋଗ୍ୟ, ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଆମ୍ବାନୀ ଶ୍ଲୋକା ମେହେତାଙ୍କ ସହ ଗୋଆରେ ଏନ୍‌ଗେଜମେଣ୍ଟ କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏମାନଙ୍କ ବାହାଘର ଚଳିତ ବର୍ଷ ଶେଷ ସୁଦ୍ଧା ହୋଇଯିବ ବୋଲି ଶୁଣିବାକୁ ମିଳୁଛି। ଶ୍ଲୋକା ମେହତା ହୀରା ବ୍ୟବସାୟୀ ରସେଲ ମେହେତାଙ୍କ ଝିଅ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos